Home ଜିଲ୍ଲା ପରିକ୍ରମା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନମିତା ବେହେରାଙ୍କୁ ସମ୍ବର୍ଦ୍ଧନା, ଚକ୍ରାପାଢୀର ସୁନା ଝିଅ ନମିତା

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନମିତା ବେହେରାଙ୍କୁ ସମ୍ବର୍ଦ୍ଧନା, ଚକ୍ରାପାଢୀର ସୁନା ଝିଅ ନମିତା

7

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜର ଅଦମ୍ୟ ଇଚ୍ଛାଶକ୍ତି ବଳରେ ଆଗକୁ ବଢିବା ସହିତ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଭଦ୍ରକ ଜିଲ୍ଲା ଚକ୍ରାପାଢୀ ଗ୍ରାମର ସମସ୍ତଙ୍କ ପ୍ରିୟ ଶୁଶ୍ରୀ ନମିତା ବେହେରା । ଭଦ୍ରକ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ରୁ ଭିଜୁଆଲ୍ ଆର୍ଟ ଶିକ୍ଷା ସମାପ୍ତି ପରେ ନମିତା ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବର୍ଦ୍ଧନ ସିଂ ଦେଓ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର ଆଦି ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ୫ ଶହ ରୁ ଉର୍ଦ୍ଧ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସ୍ୱହସ୍ତରେ ଫଟୋଚିତ୍ର ଆଙ୍କି ସେ ପ୍ରଦାନ କରିଛନ୍ତି । ଇଣ୍ଡିଆ ବୁକ୍ ରେକର୍ଡସରେ ସ୍ଥାନ ପାଇବା ନେଇ ନମିତା ପ୍ରୟାସ କରିଥିଲେ । ତାଙ୍କର ଏହି କୃତିତ୍ୱକୁ ଉପଲବ୍ଧି କରି ଇତି ମଧ୍ୟରେ ନମିତାଙ୍କୁ ସମସ୍ତ ସୂଚନା ମେଲ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଆଜି ନମିତାଙ୍କ ପାଖକୁ ପାର୍ସଲ ଯୋଗେ ମେଡାଲ୍‌, ପରିଚୟପତ୍ର, ପ୍ରମାଣପତ୍ର, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ବହି, କଲମ ଆଦି ଆସିଛି । ଏହାକୁ ଆଗରପଡା ଥାନାଧିକାରୀ ଦେବରାଜ ଜେନା ଶୁଶ୍ରୀ ନମିତାଙ୍କୁ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଆଗରପଡା ଆଂଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ରାମଚନ୍ଦ୍ର ନାୟକ, ସମ୍ପାଦକ ରବିନ୍ଦ୍ର ଆଇଚ,ଶିକ୍ଷାବିତ୍ ଉପେନ୍ଦ୍ରନାଥ ଶତପଥି ସମାଜସେବୀ ମଦନମୋହନ ଦାଶ, ସାମ୍ବାଦିକ ହେମନ୍ତ ସିଂହ, ଅଧ୍ୟାପକ ଚିରଞ୍ଜିବୀ ଦାସ ଏବଂ ନମିତାଙ୍କ ପିତା ରବିନାରାୟଣ ବେହେରା ଉପସ୍ଥିତ ରହି ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ନମିତାଙ୍କ ଏହି ସଫଳତା ପାଇଁ ଜିଲ୍ଲା ସମେତ ବିଶେଷ କରି ଆଗରପଡା ଅଚଂଳବାସୀ ଖୁସି ପ୍ରକଟ୍ଟ କରିଛନ୍ତି । ସେହିପରି ଆଜି ନିଜ ଗାଁ ସ୍କୁଲ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚକ୍ରାପାଢୀ ପରିସରରେ ନମିତାଙ୍କ କୃତିତ୍ୱ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ କବିତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ନମିତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ଶିକ୍ଷାବିତ୍ ଗଣେଶ ପ୍ରସାଦ ଭୋଳ, ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ସିଂହ,ବରିଷ୍ଠ ନାଗରିକ ମଦନମୋହନ ଦାଶ,ଦୋଳଗୋବିନ୍ଦ ବେହେରା,ଏସଏମସି ସଭାପତି ମୃତ୍ୟୁଞ୍ଜୟ କୁଣ୍ଡ, ସମାଜସେବୀ ଅନିରୁଦ୍ଧ ସିଂହ, ସହକାରୀ ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକ, ପ୍ରଫୁଲ୍ଲ କୁମାର ବିଶ୍ୱାଳ, ବିଜୟ କୁମାର ଦାସ, ବିଶ୍ୱନାଥ ଯେନା, ନିରୁପମା ଦାଶ, କଳ୍ପନା ସାହୁ, ବୃନ୍ଦାବନ ଜେନା, ଗଣେଶ ପ୍ରସାଦ ପଣ୍ଡା ସମେତ ନମିତାଙ୍କ ପିତା ରବିନାରାୟଣ ବେହେରା ଉପସ୍ଥିତ ଥିଲେ । ଏହି ଅବସରରେ ଶୁଶ୍ରୀ ନମିତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ମିଷ୍ଠାନ ଖୁଆଇ କର୍ମ କ୍ଷେତ୍ରରେ ଆଗେଇଯିବା ନେଇ ଆର୍ଶୀବାଦ ପ୍ରଦାନ କରିଥିଲେ । ଶେଷରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କୁ ନମିତା ମିଠା ଖୁଆଇ ଖୁସି ବାଂଟିଥିଲେ । ପ୍ରକାଶ ଯେ ନମିତା ଇଣ୍ଡିଆ ବୁକ୍‌ରେ ସ୍ଥାନିତ ନେଇ ଗତ ୧୪-୦୭ ରେ ଆବେଦନ କରିଥିଲେ । ୨୪-୦୭ ରେ ତାଙ୍କ ପାଖରେ ସୂଚନା ପହଂଚିଥିବା ବେଳେ ଚଳିତ ମାସ ୦୬-୦୮ରେ ମେଡାଲ୍ ଓ ପ୍ରମାଣପତ୍ର ଆଦି ପ୍ରାପ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.