Home ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଗ୍ୟାସ, ଅକ୍ସିଜେନ ଓ ପେଟ୍ରୋଲିୟମ ଏକ୍ସଗ୍ଲୋସିଭ ଯୋଗାଣ ସ୍ୱାଭାବିକ କରିବାକୁ ପଦକ୍ଷେପ

ଇଣ୍ଡଷ୍ଟ୍ରିଆଲ ଗ୍ୟାସ, ଅକ୍ସିଜେନ ଓ ପେଟ୍ରୋଲିୟମ ଏକ୍ସଗ୍ଲୋସିଭ ଯୋଗାଣ ସ୍ୱାଭାବିକ କରିବାକୁ ପଦକ୍ଷେପ

109

ନୂଆ ଦିଲ୍ଲୀ ୩୦-୩ (ଓଡ଼ିଆ ପୁଅ) ଶିଳ୍ପ ସଂସ୍ଥାରେ ବ୍ୟବହୃତ ଇଣ୍ଡଷ୍ଟ୍ରିଆଲ ଗ୍ୟାସ, ଅକ୍ସିଜେନ ଓ ପେଟ୍ରୋଲିୟମ ବିସ୍ଫୋରକ (ଏକ୍ସଗ୍ଲୋସିଭ) ଯୋଗାଣକୁ ସ୍ୱାଭାବିକ ତଥା ସୁସଂହତ କରିବା ପାଇଁ ପେଟ୍ରୋଲିୟମ ଓ ଏକ୍ସଗ୍ଲୋସିଭ ସେଫ୍ଟି ପ୍ରତିଷ୍ଠାନ (ପେସୋ) ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଦେଶର ହସ୍ପିଟାଲଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଅକ୍ସିଜେନ ଯୋଗାଣ ସହିତ ଶିଳ୍ପୋଦ୍ୟୋଗରେ ବ୍ୟବହୃତ ଗ୍ୟାସ ଓ ଏକ୍ସଗ୍ଲୋସିଭ (ବିସ୍ଫୋରକ ଯୋଗାଣକୁ ସୁବ୍ୟବସ୍ଥିତ ଏବଂ ସ୍ୱାଭାବିକ କରିବାକୁ ପେସୋ ଉଦ୍ୟମ ଚଳାଇଛି। ଏହିସବୁ ଗୁରୁତ୍ୱପୂର୍ଣ୍ଣ ଗ୍ୟାସ ଯୋଗାଣରେ ଯେପରି କୌଣସି ପ୍ରତିବନ୍ଧକ ନରହେ ତାହା ନିଶ୍ଚିତ କରିବାକୁ କୁହାଯାଇଛି। କରୋନା ଭୂତାଣୁର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ପରେ ପରିବହନ ବ୍ୟବସ୍ଥା ପ୍ରଭାବିତ ହେବା କାରଣରୁ ଏସବୁ ଗ୍ୟାସର ଅଭାବ ଦେଖା ଦେବାର ସମ୍ଭାବନା ରହିଛି। ତେଣୁ ଆଗ୍ୁଆ ପଦକ୍ଷେପମାନ ଗ୍ରହଣ କରି ଏହି ଗ୍ୟାସ ଯୋଗାଣ ବ୍ୟବସ୍ଥାକୁ ନିରନ୍ତର କରିବାକୁ ମେସୋକୁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.