Home ଓଡ଼ିଶା ଇଟାମାଟି କବାଡ଼ିଆ ଦୋକାନରୁ ନୟାଗଡ଼ ଚିନିକଳ ଯନ୍ତ୍ରାଂଶ ଉଦ୍ଧାର

ଇଟାମାଟି କବାଡ଼ିଆ ଦୋକାନରୁ ନୟାଗଡ଼ ଚିନିକଳ ଯନ୍ତ୍ରାଂଶ ଉଦ୍ଧାର

881

ନୟାଗଡ଼, ୨୦ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଚିନିକଳ ଗୁଜୁରାଟର ଏକ କବାଡ଼ିଆ କମ୍ପାନୀକୁ ବିକ୍ରି ହୋଇଯିବା ଘଟଣା ନୟାଗଡ଼ରେ ଚର୍ଚ୍ଚାର ବିଷୟ ହୋଇଥିଲାବେଳେ ଇଟାମାଟିର ଏକ କବାଡ଼ିଆ ଦୋକାନରୁ ନୟାଗଡ଼ ଚିନିକଳର କିଛି ଯନ୍ତ୍ରାଂଶ ଉଦ୍ଧାର ହେବା ଘଟଣା ଅନେକଙ୍କୁ ବିସ୍ମିତ କରିଛି। ଇଟାମାଟି ଗାୟତ୍ରୀ ଇଂଜିନିୟରିଂ ଠାରେ ଚିନିକଳର ୨ଟି ୪୦ ହର୍ଷପାୱାର ବିଶିଷ୍ଟ ମୋଟର ରହିଥିବା ଚିନିକଳ କର୍ମଚାରୀ ସଂଘର ସଭାପତି ଯୋଗେନ୍ଦ୍ର ଖୁଂଟିଆ କୌଣସି ସୂତ୍ରରୁ ଖବରପାଇ ଦେଖିଥିଲେ। ମୋଟର ଦୁଇଟିର ନମ୍ବର ହେଉଛି ୨୮୫୧୧୧୫/୧୦ ଓ ୨୮୫୧୧୧୫/୩। ଏହି ମୋଟର ଦୁଇଟି ଚିନିକଳର ବୋଲି ଜଣାପଡ଼ିବା ପରେ ସଭାପତି ଶ୍ରୀ ଖୁଂଟିଆ ଇଟାମାଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚିନିକଳର ଜଗୁଆଳୀ ଓ ପରିଚାଳକଙ୍କ ଯୋଗସୂତ୍ରରେ ଏପରି ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଏନେଇ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉକ୍ଟ୍ରୁରା କରୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.