Home କୋରାପୁଟ     ଇକୋସିଷ୍ଟମର ପୁନରୁଦ୍ଧାର ପାଇଁ ଓଡିଶା ହେଉଛି ଆଗଧାଡିର ପ୍ରତିନିଧି

    ଇକୋସିଷ୍ଟମର ପୁନରୁଦ୍ଧାର ପାଇଁ ଓଡିଶା ହେଉଛି ଆଗଧାଡିର ପ୍ରତିନିଧି

65

କୋରାପୁଟ ୦୬-୦୬(ଓଡିଆ ପୁଅ /ରଂଜନ ଦାସ)ଜଙ୍ଗଳର ପୁନରୁଦ୍ଧାର ,ସାମାଜିକ ବନୀକରଣ ଅଭିଯାନ , ନଦୀ ଓ ଜଳଭଣ୍ଡାର ପାଶ୍ୱରେ ବୃକ୍ଷରୋପଣ ଏବଂ ପାହାଡ ଅଂଚଳରେ ଜଙ୍ଗଳ ସୃଷ୍ଟି ଇତ୍ୟାଦି କାର୍ଯ୍ୟକ୍ରମ ଓଡିଶାରେ ସଫଳତାର ସହ କରାଯାଉଥିବାରୁ ଇକୋସିଷ୍ଟମ ପୁନରୁଦ୍ଧାର ପାଇଁ ଓଡିଶା ହେଉଛି ଆଗଧାଡିର ପ୍ରତିନିଧି ବୋଲି କୋରାପୁଟ ଆରସିସିଏଫ ସୁଦୀପ୍ତ ଦାଶ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱ ପରିବେଶ ଦିବସ ଅବସରରେ ଆୟୋଜିତ ଇକୋସିଷ୍ଟମ ପୁନରୁଦ୍ଧାର ଶୀର୍ଷକ ଅଲନଲାଇନ ସେମିନାରରେ ଯୋଗଦେଇ ମତବ୍ୟକ୍ତ କରିଥିବା ଜଣାପଡିଛି ।ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସଂପଦ ସଂରକ୍ଷଣ ବିଭାଗ ଦ୍ୱାରା  ଆୟୋଜିତ ଅନଲାଇନ ସେମିନାରରେ କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ ଯୋଗଦେଇ ସବୁଜ ପରିବେଶର ଜୀବନରେଖା ପାଇଁ ଇକୋସିଷ୍ଟମର ପୁନରୁଦ୍ଧାର ଓ ଜୈବ ବିବିଧତାକୁ ସୁରକ୍ଷିତ କରିବା ଅପରିହାର୍ଜ୍ୟ ଅଟେ ବୋଲି ପ୍ରକାଶ କରିଥିଲେ ।ଇକୋସିଷ୍ଟମକୁ ପୁନରୁଦ୍ଧାର କରିବା ପାଇଁ ଜୈବ ବିବିଧତାର ଯତ୍ନ ନେବାକୁ ପଡିବ ବୋଲି ହାଇଦ୍ରାବାଦସ୍ଥିତ ଏନଆରଏସସି ଜଙ୍ଗଳ ଓ ପରିବେଶ ବିଭାଗର ମୁଖ୍ୟ ଜେନେରାଲ ମ୍ୟାନେଜର ତଥା ପୂର୍ବତନ ନିଦ୍ଦେର୍ଶକ ଡ.ସି.ଏସ.ଝା  ପ୍ରକାଶ କରିଥିଲେ ।ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟକୁ ଦର୍ଶାଇ ସେ କହିଥିଲେ ଯେ ଆମକୁ ଆମର ଉପଭୋକ୍ତାବାଦୀ ଜୀବନଶୈଳୀ ଛାଡି ରକ୍ଷଣଶୀଳ ଜୀବନଶୈଲୀ ଗ୍ରହଣ କରିବାକୁ ପଡିବ ଯାହା ଦ୍ୱାରା ଆମେ  ଆମର ଇକୋସିଷ୍ଟମର କ୍ଷତିକୁ ନିୟନ୍ତ୍ରଣ କରିପାରିବା ।ଯେଉଁଠାରେ ଆମେ ସମସ୍ତେ ବାସ କରୁ ତାହା ହେଉଛି ପରିବେଶ ଓ ଯାହା ଆମେ ସମସ୍ତେ ପ୍ରୟୋଜିତ କରୁ ତାହା ହେଉଛି ବିକାଶ ବୋଲି ଆନ୍ନାମଲ୍ଲାଇ ବିଶ୍ୱବିଦ୍ୟାଳୟର ସେଟଂର ଫର ଆଡଭାନ୍ସଡ ମେରାଇନ ବାଇଲୋଜିର ପୂର୍ବତନ ନିର୍ଦ୍ଦେଶକ ତଥା ଡିନ ପ୍ରଫେସର କେ.କାଥେରେସନ ମତବ୍ୟକ୍ତ କରିଥିଲେ ।ତେଣୁ ପରିବେଶକୁ ଭଲ ପାଇବା ସହ ଯତ୍ନ ନେବାକୁ ପଡିବ ଏବଂ ବିକାଶକୁ ଯତ୍ନର ସହିତ ଭଲ ପାଇବାକୁ ପଡିବ ବୋଲି ସେ ପ୍ରକାଶ କରିଥିଲେ ।ଜୈବ ବିବିଧତା ଓପ୍ରାକୃତିକ  ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ ପ୍ରଫେସର ଶରତ କୁମାର ପଳିତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି  ଆଗାମୀ ଦଶଦ୍ଧିରେ ଇକୋସିଷ୍ଟମ ପୁନରୁଦ୍ଧାର  ପାଇଁ ପୃଥିବୀକୁ ଏକ ସ୍ଥାୟୀ ଜୀବନଯାପନ ସହିତ ଏକ ସୁସ୍ଥ ଗ୍ରହ କରିବାକୁ ହେଲେ ଆମେ ଇକୋସିଷ୍ଟମକୁ ପୁନଃ କଳ୍ପନା କରିବା ,ପୁନଃ ନିର୍ମାଣ କରିବା ଓ ପୁନରୁଦ୍ଧାର କରିବାକୁ ପଡିବ ବୋଲି ପ୍ରାରମ୍ଭିକ ମନ୍ତବ୍ୟ ପ୍ରଦାନ କରିଥିଲେ । ପରିଦର୍ଶକ ପ୍ରଫେସର କେ କାମେଶ୍ୱର ଉôଦଯାପନୀ ଭାଷଣ ପ୍ରଦାନ କରିଥିଲେ । ଜୈବ ବିବିଧତାର  ସହାୟକ ପ୍ରଫେସର ଡ.ଦେବବ୍ରତ ପଣ୍ଡା ଓ ଡ.କାକୋଳୀ ବାନାର୍ଜି ଯୋଗଦେଇ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।ପରୀକ୍ଷ ନିୟନ୍ତ୍ରକ ଡ.ରାମ ଶଙ୍କର ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ପ୍ରଫେସର ପି.ଦୁର୍ଗା ପ୍ରସାଦ ,ପ୍ରଫେସର ଅକ୍ଷୟ ରାଉତ ,ପ୍ରଫେସର କେ.ସି.ପ୍ରଧାନ , ପ୍ରଫେସର ଭାଗବତ ପାତ୍ର ,ଲୋକ ସଂପର୍କ ଅଧିକାରୀ ଡ.ଫଗୁନାଥ ଭୋଇଙ୍କ ସମେତ ବହୁ ସଂଖ୍ୟକ ଛାତ୍ର , ଅଧ୍ୟାପକ,ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.