Home ଜିଲ୍ଲା ପରିକ୍ରମା ଇଂ ଦେବାଶିଷ ପଟ୍ଟନାୟକ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ , ୨୦୦୨ ରୁ ୨୦୨୨ ଲଗାତର...

ଇଂ ଦେବାଶିଷ ପଟ୍ଟନାୟକ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ , ୨୦୦୨ ରୁ ୨୦୨୨ ଲଗାତର ବିଜେଡିର ଜିଲ୍ଲା ପରିଷଦ ଦଖଲ

48

ନୟାଗଡ଼, ୧୩ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ରଣପୁର ନିର୍ବାଚନ ମଣ୍ଡଳୀ ୨୨ ନଂ ଜୋନର ଜିଲ୍ଳାପରିଷଦ ସଭ୍ୟ ଇଂ ଦେବାଶିଷ ପଟ୍ଟନାୟକ ନୟାଗଡ଼ ଜିଲ୍ଳାପରିଷଦ ଅଧ୍ୟକ୍ଷ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ପଟ୍ଟନାୟକ ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବେ ବିଜେଡିରୁୁ ଏକମାତ୍ର ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନୟାଗଡ଼ ଜିଲ୍ଲାର ୨୪ଟି ଜିଲ୍ଲାପରିଷଦ ଆସନ ମଧ୍ୟରୁ ୨୨ଟି ଆସନ ବିଜେଡି ନିରଙ୍କୁଶ ଭାବେ ଏକକ ସଂଖ୍ୟାଗରିଷ୍ଠ ହାସଲ କରି ପୁଣିଥରେ ଜିଲ୍ଳାପରିିଷଦ ଗଠନ କରିବାକୁ ସକ୍ଷମ ହୋଇପାରିଛି। ଏଥିରେ ବିଜେପି ଓ ସ୍ୱାଧୀନ ଗୋଟିଏ ଗୋଟିଏ ଆସନ ପାଇ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ୨୦୦୨ରୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଆସନ ବିଜେଡି ଦଖଲରେ ଥିଲାବେଳେ ବିଜେଡି ଏବେ ପୁଣି ଜିଲ୍ଲାପରିଷଦ ଗଠନ କରିଛି। ୨୦୦୨ରେ ବିଜେଡି ୨୪ରୁ ୧୩ଟି ଆସନ ପାଇ ଜିଲ୍ଲାପରିଷଦ ଗଂନ କରିଥିଲାବେଳେ ୨୦୦୭ରେ ୧୯ ଆସନ, ୨୦୧୨ରେ ୨୩ ଆସନ, ୨୦୧୭ରେ ୧୯ ଆସନରେ ବିଜୟୀ ହୋଇ ଜିଲ୍ଳାପରିଷଦ ଗଠନ କରିଥିଲା। ଚଳିତ ନିର୍ବାଚନରେ ବିଜେଡି ୨୪ରୁ ୨୨ଟି ଆସନରେ ବିଜୟୀ ହୋଇ ପୁଣି ଜିଲ୍ଲାପରିଷଦ ଗଠନ କରିବାକୁ ଯାଉଛି। ତେବେ ପଂଚାୟତ ନିର୍ବାଚନ ପଛକୁ ପୌର ନିର୍ବାଚନ ଓ ତା’ପଛକୁ ୨୦୨୪ରେ ସାଧାରଣ ନିର୍ବାଚନ ଆସୁଥିବାରୁ ବିଜେଡି ତା’ର ଫଳାଫଳକୁ ନେଇ ଖୁସି ଥିବାବେଳେ ବିରୋଧୀ ଏହାକୁ ହଜମ କରିନପାରି ବରଂ ଅଧିକ ଚିନ୍ତାରେ ପଡ଼ିଯାଇଛି। ଜିଲ୍ଲାପରିଷଦ ନୂତନ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଜିଲ୍ଲାବାସୀଙ୍କୁ କୃତଜ୍ଞତା ଜଣାଇଥିବାବେଳେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.