Home ଜିଲ୍ଲା ପରିକ୍ରମା ଇଂ ଅଭିମନ୍ୟୁ ସାହୁଙ୍କ ଏକାଦଶାହ ସ୍ମୃତିସଭା

ଇଂ ଅଭିମନ୍ୟୁ ସାହୁଙ୍କ ଏକାଦଶାହ ସ୍ମୃତିସଭା

25

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱର୍ଗତ ଇଂ ଅଭିମନ୍ୟୁ ସହୁଙ୍କ ଏକାଦଶାହ ଉପଲକ୍ଷେ ସାଳନ୍ଦୀ ନଗର ନାଗରିକ ପରିଷଦ ତରଫରୁ ବାଇପାସ୍ ଜଗନ୍ନାଥ ମନ୍ଦିର ପରିସରରରେ ଶିକ୍ଷାବିତ୍ ଡ. ରବୀନ୍ଦ୍ର କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ଇଂ ଅଭିମନ୍ୟୁ ସାହୁ ଟିସ୍‌କୋରେ ଚିଫ୍ ଇଞ୍ଜିନିୟର ଭାବେ ଅବସର ନେବା ପରେ ନିଜକୁ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥିଲେ। ତାଙ୍କର କାର୍ଯ୍ୟକାଳ ସମୟରେ ଟାଟା କମ୍ପାନୀ ଏକାଧିକ ମେଡ଼ାଲରେ ତାଙ୍କୁ ସମ୍ମାନିତ କରିଥିଲେ। ସାଳନ୍ଦୀ ନାଗରିକ ପରିଷଦର ସେ ପ୍ରତିଷ୍ଠାତା ସଦସ୍ୟ ଭାବରେ ପରିଷଦର କାର୍ଯ୍ୟକର୍ତମାନଙ୍କୁ ଅନେକ ସମୟରେ ଉପଦେଶ ଓ ଉତ୍ସାହ ପ୍ରଦାନ କରୁଥିଲେ ବୋଲି ସ୍ମୃତିଚାରଣ କରି ବକ୍ତାମାନେ କହିଥିଲେ। ଏହି ସ୍ମୃତି ସଭାରେ ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଡେପୁଟି କଲେକ୍ଟର ଭଦ୍ରକ କାର୍ତିକ ନାଥ ମଣ୍ଡଳ, ରୋଟାରିଆନ ଡ. ଶିଶିର ମିଶ୍ର, ସୁଧାକର ରାଉତ, ଡାକ୍ତର ସୁବାସ ବିଶ୍ୱାଳ, ଉପେନ୍ଦ୍ର ବାରିକ, ରୂପକ ରାୟ, ବିଧିକ୍ତା ଗଦାଧର ବଳ, ଅବସରପ୍ରାପ୍ତ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ଶ୍ରୀହର୍ଷ ସ୍ୱାଇଁ, ଅଭୟ କୁମାର ପଣ୍ଡା, ବିଧିବକ୍ତା ମନୋରଞ୍ଜନ ଦାସ, ଜୀତେନ ପର୍ଡା, ପପୁ ସିଂ, ଦେବେନ୍ଦ୍ର ପଣ୍ଡା, ଗଙ୍ଗାଧର ମାଝୀ, ଅମ୍ବୁଜ ପରିଡ଼ା, ସୂର୍ଯ୍ୟନାରାୟଣ ମହାନ୍ତି, ନବ କିଶୋର ଦାସ, ହରିଶ୍ ଚନ୍ଦ୍ର ଦାସ, ବ୍ରଜକିଶୋର ନାୟକ, ବାମଦେବ ଦାସ, ପ୍ରଦୀପ ବଳ, ପଦ୍ମନ୍ ରାୟ, ସରୋଜ ମହାନ୍ତି, ଅନନ୍ତ ପ୍ରସାଦ ପଣ୍ଡା, ବିପିନ୍ ବିହାରୀ କର, ଅନ୍ନପୂର୍ଣ୍ଣା ସାହୁ, ପାର୍ଥ ସାରଥି ମହାନ୍ତି, ଦୋଳ ଗୋବିନ୍ଦ ନାୟକ, ବିଧୂଭୂଷଣ ଦିକ୍ଷିତ, ଅକ୍ରୁର ମଲ୍ଲିକ ପ୍ରମୁଖ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ସାହୁଙ୍କ ଜ୍ୟେଷ୍ଠପୁତ୍ର ଅରୁଣ, କନିଷ୍ଠ ପୁତ୍ର ତରୁଣ, ଜ୍ୱାଇଁ ଅଜୟ ଦାସ ଓ ଅତିଶ୍ କୁମାର ବେହେରା ସଭା ପରିଚାଳନା କରିଥିଲେ। ଶେଷରେ ସ୍ୱର୍ଗତ ସାହୁଙ୍କର ଜ୍ୱାଇଁ ତଥା ଭଦ୍ରକର ଜଣାଶୁଣା ବ୍ୟକ୍ତିତ୍ୱ ଆଡ୍‌ଭୋକେଟ ଓ ସାମ୍ବାଦିକ ଅତିସ୍ କୁମାର ବେହେରା ଅତିଥିମାନଙ୍କ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ଅବସରରେ ସ୍ୱର୍ଗତ ସାହୁଙ୍କର ସାରସ୍ୱତ ରୁଚି ସମ୍ପର୍କରେ ଆଲୋକପାତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.