Home ଜିଲ୍ଲା ପରିକ୍ରମା ଇଂରାଜୀ ବ୍ୟାକରଣ ପୁସ୍ତକ ଲୋକାର୍ପଣ ଓ ବନ୍ଧୁ ମିଳନ

ଇଂରାଜୀ ବ୍ୟାକରଣ ପୁସ୍ତକ ଲୋକାର୍ପଣ ଓ ବନ୍ଧୁ ମିଳନ

5

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାଷା ସଂଯୋଜନାର ଶୃଙ୍ଖଳା ହିଁ ବ୍ୟାକରଣ। ଏହା ଭାଷାକୁ ଅର୍ଥପୂର୍ଣ୍ଣ କରିବା ସହ ସାର୍ଥକତା ପ୍ରଦାନ କରିଥାଏ। ବ୍ୟାକରଣ ବିନା ଯେ କୌଣସି ଭାଷା ଅର୍ଥହୀନ। ଦୁଃଖ ସହ ଲୁହ, ଆନନ୍ଦ ସହ ହସର ସମ୍ପର୍କ ପରି ବ୍ୟାକରଣ ସହ ଶଦ୍ଦ, ଭାବ, ଭାଷା ଓ ସାହିତ୍ୟର ସମ୍ପର୍କ ବୋଲି ଶିକ୍ଷାବିତ୍ ବିନୟ କୁମାର ପଣ୍ଡାଙ୍କ “ଏ ହ୍ୟାଣ୍ଡବୁକ ଅଫ ଇଂଲିସ ଗ୍ରାମାର” ପୁସ୍ତକ ଲୋକାର୍ପଣ ଉପଲକ୍ଷେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ବହୁ ବିଶିଷ୍ଟ ଅତିଥି ମତ ପୋଷଣ କରିଛନ୍ତି। ପ୍ରେମ ପୃଥିବୀ ପରିବାର ପକ୍ଷରୁ ଆରଡ଼ି ଛକ ସ୍ଥିତ ପ୍ରେମ ନଗର ଠାରେ କଥାକାର ପବିତ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପୁସ୍ତକ ଲୋକାର୍ପଣ ପର୍ବରେ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରିଥିଲେ। ବରେଣ୍ୟ ଅତିଥି ଭାବେ ଡ. ବ୍ରଜମୋହନ ମିଶ୍ର, ଡ. ଗୋଲକ ବିହାରୀ ସାହୁ, ପ୍ର. ବାସୁଦେବ ବାରିକ ଓ ଡ. ଗୁରୁପ୍ରସାଦ ମହାପାତ୍ର ଯୋଗ ଦେଇଥିବାବେଳେ ଅଧ୍ୟାପକ କିଶୋର ପାଣିଗ୍ରାହୀ ଉନ୍ମୋଚିତ ପୁସ୍ତକର ସମୀକ୍ଷା କରିଥିଲେ। ଶିକ୍ଷାବିତ୍ ବିନୟ ପଣ୍ଡା ଲେଖକୀୟ ଅଭିବ୍ୟକ୍ତି ଓ ‘ପ୍ରେମ ପୃଥିବୀ’ ପତ୍ରିକାର ସଂପାଦକ କୈଳାସ ଚନ୍ଦ୍ର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଚୈତାଳୀ ଖିଲାର ସ୍ୱାଗତ ବକ୍ତବ୍ୟ, ସଂଯୁକ୍ତା ବଳ ଅତିଥି ପରିଚୟ ଓ ଶରତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ନପୂର୍ଣ୍ଣା ପଣ୍ଡା, ଅମିତାଭ ପଣ୍ଡା, ଅବିନାଶ ପଣ୍ଡା, ଅନନ୍ତ ନାରାୟଣ ପଣ୍ଡା, ସାଇସୌମ୍ୟ ଘଡ଼େଇ, ପ୍ରିୟଙ୍କା ପଣ୍ଡା, ଅନୁରାଧା ପଣ୍ଡା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.