Home ଜିଲ୍ଲା ପରିକ୍ରମା ଇଂଟରନେସନାଲ ଥିଏଟର ଭଦ୍ରକ ଶାଖା ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳିତ

ଇଂଟରନେସନାଲ ଥିଏଟର ଭଦ୍ରକ ଶାଖା ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳିତ

37
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସମଗ୍ର ବିଶ୍ୱରେ ବିଭିନ୍ନ ଭାଷା ସାହିତ୍ୟରେ ନାଟକର ଭୂମିକା ଅଗ୍ରଗଣ୍ୟ। ସମାଜରେ ଘଟିଯାଉଥିବା ଘଟଣା ପ୍ରବାହକୁ ନେଇ ଏହି ନାଟକର ସୃଷ୍ଟି। ଯେଉଁଥିପାଇଁ ବହୁ ସାହିତ୍ୟିକ ନାଟକକୁ ସମାଜର ଦର୍ପଣ କହିଥାନ୍ତି ବୋଲି ଆଜି ବିଶ୍ୱ ନାଟ୍ୟ ଦିବସ ପାଳନ ଅବସରରେ ଇଂଟରନେସନାଲ ଥିଏଟର ଭଦ୍ରକ ଶାଖା ପକ୍ଷରୁ ପ୍ରାୟୋଜିତ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ସଂସ୍କୃତି ଭବନରେ ସାନ୍ଧ୍ୟର ଏହି ମନୋରମ ନାଟକ ସମ୍ବନ୍ଧୀୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବରେ ଅନୁଷ୍ଠାନର ସଭାପତି ଡ. ପଦ୍ମକାନ୍ତ ଧଳ ଅଧ୍ୟକ୍ଷତା କରିଥିବାବେଳେ ସଂପାଦକ ନାଟ୍ୟଶ୍ରୀ ନିର୍ମଳ ରାଉତ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଭଦ୍ରକ କଲେଜର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। ଜିଲାପାଳ ଦିଲ୍ଲୀପ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବରେଣ୍ୟ ଅତିଥି ଭାବେ ଆଖଣ୍ଡଳମଣି ମହାବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଂଜନ କର, ଖଇରା ହରେକୃଷ୍ଣ ମହତାବ କଲେଜର ଅଧ୍ୟାପକ ଦତାତ୍ରେୟ ଦାଶ, ପୂଜ୍ୟପୂଜା ସଂସଦର ସଂପାଦକ ରୂପକ ବିହାରୀ ରାୟ ଓ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପବିତ୍ର ପାଣିଗ୍ରାହୀ, କବି ବିଜୟ ବହଳି, ଗୌରାଙ୍ଗ ବାରିକ ପ୍ରମୁଖ ଯୋଗଦେଇ ନାଟକର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଅଭିନେତା ତଥା ତ୍ୟାଗଭୂମିର ସଭାପତି ଅଜୟ କୁମାର ନାୟକ ଓ ବେତାର ଶିଳ୍ପୀ ପ୍ରଭାକର ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବ ପ୍ରାରମ୍ଭରେ କଳାକାର କାଳନ୍ଦୀ ମଲ୍ଲିକ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ସୁମତୀ ପଣ୍ଡା ‘ବନ୍ଦେ ଉତ୍କଳ ଜନନୀ’ ଓ ସଂଗୀତ ନିର୍ଦ୍ଦେଶକ ରାମନାରାୟଣ ମହାନ୍ତି ଶ୍ରୀଜଗନ୍ନାଥଙ୍କ ଏକ ଭଜନ ପରିବେଷଣ କରିଥିଲେ। କବୟିତ୍ରୀ ସଂଯୁକ୍ତା ବଳ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମାଜସେବୀ ବସନ୍ତ ରାଉତ ସ୍ୱାଗତ ଭାଷଣ ଦେଇଥିଲେ। ଚୈତାଳି ଖିଲାର, କବି ଶଶାଙ୍କ ଶେଖର ପଣ୍ଡା ପ୍ରମୁଖଙ୍କ ପରିଚାଳନାରେ ଆୟୋଜିତ ଏହି ଉତ୍ସବ ଶେଷରେ ବିଶ୍ୱମ୍ବର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.