Home ଜିଲ୍ଲା ପରିକ୍ରମା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଚୋରି

ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଚୋରି

19

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ସୋହଡା ପଂଚାୟତ ବେଦପୁର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏନେଇ ଡାକ୍ତର ଜୟଶ୍ରୀ ପୁଂଟିଆ ଆଜି ଧାମନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଗତ ୪ ତାରିଖ ଚୋରମାନେ ମେଡ଼ିକାଲ ପରିସରରେ ପଶି ଟିୱଲ ସମେତ ପାଣି ମୋଟର ନେଇଯାଇଥିଲେ। ପୁଣି ୫ ତାରିଖ ରାତିରେ ଚୋରମାନେ ଆରୋଗ୍ୟ କେନ୍ଦ୍ରର ପଛପାଖ କବାଟ ଭାଙ୍ଗି ଘର ଭିତରକୁ ପଶି ଫେନ୍‌, ଚେୟାର ଓ ଅଫିସ ସାମଗ୍ରୀ ସହିତ ମେଡିକାଲ କାଗଜପତ୍ର ଓ ଔଷଧ ନେଇଯାଇଛନ୍ତି। ଆଜି ସକାଳେ ଚିକିତ୍ସାଳୟକୁ ଡାକ୍ତର ଜୟଶ୍ରୀ ପୁଂଟିଆ, ଆଶାକର୍ମୀ ଓ ଅନ୍ୟ ମାନେ ପହଂଚି ଚୋରି ହୋଇଥିବା ଘଟଣା ଦେଖିବାକୁ ପାଇଥିଲେ। ତୁରନ୍ତ ଥାନାରେ ପହଂଚି ଅଭିଯୋଗ କରିଥିଲେ। ଅଭିଯୋଗ ମିଳିବା ପରେ ଥାନା ଅଧିକାରୀ ରଞ୍ଜନ ସେଠୀଙ୍କ ନିର୍ଦେଶ କ୍ରମେ ଏଏସଆଇ ଲରେନ୍ସ ଖୁଜୁର ତଦନ୍ତ ଆରମ୍ଭ କରିଛନ୍ତି। ଧାମନଗର ଥାନା ଅଂଚଳରେ ପ୍ରତିଦିନ ଚୋରି ହେଉଥିବା ଦେଖିବାକୁ ମିଳିଛି। ଚୋରି ହୋଇଥିବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରଟି ଏକ ଭଡ଼ା ଘରେ ଚାଲୁଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.