Home କେନ୍ଦ୍ରାପଡ଼ା ଆୟବା ସମବାୟ ସମିତି ଅଧିନରେ ଭୁଲ ପଞ୍ଜିକରଣ ଯୋଗୁଁ ୪୧ ଚାଷୀ ଧାନ ବୀକ୍ରୟରୁ ବଂଚିତ...

ଆୟବା ସମବାୟ ସମିତି ଅଧିନରେ ଭୁଲ ପଞ୍ଜିକରଣ ଯୋଗୁଁ ୪୧ ଚାଷୀ ଧାନ ବୀକ୍ରୟରୁ ବଂଚିତ ଘଟଣା : ବିଧାୟକଙ୍କ ହସ୍ତକ୍ଷେପ ପରେ ବିଭାଗୀୟ ସଚିବଙ୍କ ତନାଘନା

298

କେନ୍ଦ୍ରାପଡା ୩/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ବୀକ୍ରୟ ନିମନ୍ତେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କେନ୍ଦ୍ରାପଡା ଶାଖାରେ ଭୁଲ ପଞ୍ଜିକରଣ କରାଯାଇଥିବା କାରଣରୁ ୪୧ଜଣ ଚାଷୀ ଆୟବା ପ୍ୟାକ୍ସରେ ଧାନ ବୀକ୍ରୟରୁ ବଂଚିତ ହୋଇଥିଲେ।

ଏସମ୍ପର୍କରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କୁ ସଂପୃକ୍ତ ଚାଷୀମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ବିଧାୟକ ଶ୍ରୀ ବେହେରା ଘଟଣା ସମ୍ପର୍କରେ ରାଜ୍ୟ ସମବାୟ ସଚିବଙ୍କୁ ଭେଟି ଚାଷୀମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଜଣାଇବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ସେ ସମ୍ପର୍କରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଠାରୁ ବୁଝିବା ପରେ ସମବାୟ ସଚିବଙ୍କୁ ଧାନ ବୀକ୍ରୟ ପାଇଁ ଅନୁମତି ପ୍ରଦାନ କରିବାକୁ ଏକ ପତ୍ର ଲେଖିଥିଲେ।

ବିଧାୟକଙ୍କ ହସ୍ତକ୍ଷେପ ଯୋଗୁଁ ରାଜ୍ୟ ସମବାୟ ବିଭାଗୀୟ ସଚିବଙ୍କ ତନାଘନା ଆରମ୍ଭ ହୋଇଥିବା ଜଣାପଡିଛି। ମାର୍ଚ୍ଚମାସ ଶେଷ ସୁଦ୍ଧା ଧାନ ବୀକ୍ରୟରୁ ବଂଚିତ ଚାଷୀମାନେ ଟୋକନ ପାଇବାର ସମ୍ଭାବନା ସୃଷ୍ଟି ହୋଇଥିବା ଦେଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.