Home ଜିଲ୍ଲା ପରିକ୍ରମା ଆହତ ଷଣ୍ଢର ଚିକିତ୍ସା କରାଇଲେ ଯୁବ ଗୋଷ୍ଠୀ

ଆହତ ଷଣ୍ଢର ଚିକିତ୍ସା କରାଇଲେ ଯୁବ ଗୋଷ୍ଠୀ

22

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବିଟିପୁର ପଂଚାୟତ ଅଂଚଳରେ ଏକ ଆହତ ବୃଷଭ ଆଜକୁ ଦେଢ ମାସ ହେବ ବୁଲାବୁଲି କରୁଥିଲା । ବୃଷଭଟିର ଡାହାଣ ପଟ ସିଘଂଟି ଭାଙ୍ଗି ଯାଇଥିବାବେଳେ ସେ ଲହୁ ଲୁହାଣ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲା । ଆଜି ସଂପୃକ୍ତ ଅଂଚଳର ଉତ୍ସାହି ଯୁବ ଗୋଷ୍ଠୀ ସ୍ଥାନୀୟ ପଶୁ ଚିକିତ୍ସାଳୟରେ ଅସ୍ତ୍ରୋପଚାର କରିବା ପରେ ବୃଷଭ ଟି ସୁସ୍ଥ ହୋଇଥିବା ଦେଖାଯାଇଛି । ଆଗରପଡା ପଶୁ ଚିକିତ୍ସାଧିକାରିଣୀ ଡାକ୍ତର ଲିଜାରାଣି ପାଢୀ, କର୍ମଚାରୀ ଅତୁଲ ଦାସ, ଗୋମିତ୍ର ପ୍ରମୋଦ କୁମାର ବିଶ୍ୱାଳ ପ୍ରମୁଖ ଚିକିତ୍ସା କରିଥିଲେ । ଯୁବ ସମାଜସେବୀ ଅଶୋକ କୁମାର ପରିଡା, ଗୋପାଳକୃଷ୍ଣ ଦାଶ, ସୁଭ୍ରଜ୍ୟୋତୀ ପଣ୍ଡା, ସଞ୍ଜୟ ସିଂହ, ସର୍ବଜିତ୍ ପଣ୍ଡା, ସୁରେଶ ପରିଡା, ମାନସ କୁମାର ସାହୁ, ରମେଶ ସାମଲ ପ୍ରମୁଖ ସହଯୋଗ କରିଥିଲେ । ଯୁବ ଗୋଷ୍ଠୀଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ଅଂଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.