Home ଓଡ଼ିଶା ଆସୁଛି ବାତ୍ୟା

ଆସୁଛି ବାତ୍ୟା

565

ଭୁବନେଶ୍ଵର,୦୫/୧୧,(ଓଡ଼ିଆ ପୁଅ ପି ନାୟକ):ମାଡି ଆସୁଛି ଆଉ ଏକ ବାତ୍ୟା ।  ଆଣ୍ଡାମାନ ଦ୍ୱୀପର ଉତ୍ତର ଦିଗରେ ସୃଷ୍ଟ ଲଘୁଚାପ ଆସନ୍ତାକାଲି ସକାଳେ ବାତ୍ୟାରେ ପରିଣତ ହେବ। ସମ୍ଭାବ୍ୟ ବାତ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ଯେ ଏବେଠୁ ବାତ୍ୟାକୁ ନେଇ ଅଯଥା ଭୟଭୀତ ହେବାର ଆବଶ୍ୟକତା ନାହିଁ । ଏହା ଓଡ଼ିଶା ଉପକୂଳ ନ ଛୁଇଁପାରେ ବୋଲି ସେ କହିଛନ୍ତି । ହେଲେ ଆଗାମୀ ୮ ତାରିଖରୁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଜି ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି ଏବଂ ପାରାଦୀପଠୁ ୯୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ଅଛି। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.