Home Top News ଆସିଲା ଫେମସ୍‌ ରେଷ୍ଟୁରାଣ୍ଟରେ ୧୦ ଟଙ୍କାରେ ଥାଳିର ଅଫର : ମେସେଜ୍‌ ଉପରେ କ୍ଲିକ୍ କରୁ...

ଆସିଲା ଫେମସ୍‌ ରେଷ୍ଟୁରାଣ୍ଟରେ ୧୦ ଟଙ୍କାରେ ଥାଳିର ଅଫର : ମେସେଜ୍‌ ଉପରେ କ୍ଲିକ୍ କରୁ କରୁ ଆକାଉଣ୍ଟ ସଫା

133

ନୂଆ ଦିଲ୍ଲୀ ୭ ନୂଆ ଦିଲ୍ଲୀ (ଓଡ଼ିଆ ପୁଅ) ଯେମିତି ଟେକ୍ନୋଲୋଜି ଅଗ୍ରଗତି କରୁଛି, ସେମିତି ଠକେଇର ପଦ୍ଧତି ମଧ୍ୟ ନୂଆ ନୂଆ ଶୁଣିବାକୁ ମିଳୁଛି। ଠକେଇକୁ ଅଟକାଇବା ପାଇଁ ପୋଲିସ-ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଇ ଆଗେଇ ଆସୁଛନ୍ତି। ପ୍ରତିଦିନ ଅନଲାଇନ୍ ଠକେଇର ନୂଆ ନୂଆ ଉପାୟ ବାହାରୁଛି।

ତେବେ ଏହି ପରି ଏକ ନୂଆ ମାମଲା ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ପୀଡିତାଙ୍କ ମୋବାଇଲ୍ ଫୋନରେ ରେଷ୍ଟୁରାଣ୍ଟରୁ ଏକ ବଡ଼ ଅଫରର ମେସେଜ୍‌ ଆସିଥିଲା। ଏପରି ଠକେଇର ଶିକାର ହୋଇଛନ୍ତି ମିରଟ୍‌ର ଜଣେ ମହିଳା ଶିକ୍ଷକ।

ଏକ ଜଣାଶୁଣା ରେଷ୍ଟୁରାଣ୍ଟରେ ୧୦ ଟଙ୍କାରେ ଥାଳି ମିଳୁଛି ବୋଲି ଏକ ଅଫର ମେସେଜ୍ ଆସିଲା ଶିକ୍ଷକଙ୍କ ଫୋନରେ। ମହିଳା ଶିକ୍ଷକ ଏହି ଅଫରର ଲୋଭରେ ମେସେଜ୍ ଉପରେ କ୍ଲିକ୍ କରିବା ମାତ୍ରେ ତୁରନ୍ତ ତାଙ୍କ ଆକାଉଣ୍ଟରୁ ୪୯ ହଜାର ଟଙ୍କା କଟିଯାଇଥିଲା। ଆକାଉଣ୍ଟରୁ ଟଙ୍କା କଟିବା ପରେ ମହିଳା ଶିକ୍ଷକ ଅନୁଭବ କଲେ ଯେ ତାଙ୍କ ସହ ଠକାମୀ ହୋଇଛି। ପୀଡିତା ମିରଟର ସାଇବର କ୍ରାଇମ ସେଲରେ ଅଭିଯୋଗ କରିଛନ୍ତି। ସାଇବର ସେଲ ଏକ ମାମଲା ପଞ୍ଜିକରଣ କରି ତଦନ୍ତ କରୁଛି।

ତେବେ ଏହିପରି ପ୍ରଲୋଭନକାରୀ ବାର୍ତ୍ତା ଉପରେ କ୍ଲିକ୍ ନକରିବାକୁ ସାଇବର ସେଲ୍ ନିବେଦନ କରିଛି। ଏପରି ପ୍ରଲୋଭନକାରୀ ବାର୍ତ୍ତାରେ ବ୍ୟକ୍ତି ଠକାମୀର ଶିକାର ହୋଇପାରନ୍ତି ବୋଲି ଚେତାବନୀ ଦେଇଛି ପୋଲିସ୍‌ ପ୍ରଶାସନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.