Home Top News ଆସାମ-ମେଘାଳୟ ସୀମାରେ ଗୁଳି ବିନିମୟ, ୬ ଜଣଙ୍କର ମୃତ୍ୟୁ – ୭ ଟି ଜିଲ୍ଲାରେ ଇଣ୍ଟରନେଟ୍...

ଆସାମ-ମେଘାଳୟ ସୀମାରେ ଗୁଳି ବିନିମୟ, ୬ ଜଣଙ୍କର ମୃତ୍ୟୁ – ୭ ଟି ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ

37

ନୂଆ ଦିଲ୍ଲୀ ୨୨-୧୧ (ଓଡ଼ିଆ ପୁଅ) : ଆସାମ-ମେଘାଳୟ ସୀମାରେ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ଖବର ଅନୁଯାୟୀ, ଦୁଇ ରାଜ୍ୟ ସୀମାରେ ଗୁଳି ବିନିମୟରେ ଆସାମ ବନ ଅଧିକାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହେବା ପରେ ମେଘାଳୟ ରାଜ୍ୟର ସାତୋଟି ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ୪୮ ଘଣ୍ଟା ପାଇଁ ସ୍ଥଗିତ ରଖିଛି।

ମେଘାଳୟର ସାତୋଟି ଜିଲ୍ଲାରେ ଆଜି ସକାଳ ୧୦:୩୦ ଠାରୁ ମୋବାଇଲ୍ ଇଣ୍ଟରନେଟ୍ / ଡାଟା ସେବା ସ୍ଥଗିତ ରଖାଯାଇଛି ବୋଲି ମେଘାଳୟ ସରକାରଙ୍କ ଗୃହ (ପୋଲିସ) ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଥିବା ରିପୋର୍ଟରୁ ପ୍ରକାଶ।

ରିପୋର୍ଟ ଅନୁୟାୟୀ, ଏହି ଘଟଣାରେ ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ନିଶ୍ଚିତ କରିଛନ୍ତି ଯେ ମେଘାଳୟର ପାଞ୍ଚ ଜଣ ଏବଂ ଆସାମ ଫରେଷ୍ଟ ଗାର୍ଡଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ଘଟିଛି।

ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତଦନ୍ତ ଚାଲିଛି। ମେଘାଳୟ ପୋଲିସ ଦ୍ୱାରା ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.