Home ଜିଲ୍ଲା ପରିକ୍ରମା ଆସାନୀ ପୂର୍ବର କାଳ ବୈଶାଖି ପ୍ରଭାବ, ଆଗରପଡ଼ା ଅଂଚଳରେ ଘର ଭାଙ୍ଗିଲା ଓ ଗଛ ଉପୁଡ଼ିଲା

ଆସାନୀ ପୂର୍ବର କାଳ ବୈଶାଖି ପ୍ରଭାବ, ଆଗରପଡ଼ା ଅଂଚଳରେ ଘର ଭାଙ୍ଗିଲା ଓ ଗଛ ଉପୁଡ଼ିଲା

22

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ଆସାନୀ ପୂର୍ବର କାଳ ବୈଶାଖି ପ୍ରଭାବରେ ଆଜି ଅପରାହ୍ନରେ ଆଗରପଡା ତଥା ଏହାର ଆଖପାଖ ଅଞ୍ଚଳରେ ଗଛ ଉପୁଡ଼ିବା ସହିତ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ଶନିବାର ଅପରାହ୍ନରେ କାଳ ବୈଶାଖି ପ୍ରଭାବରେ ପବନ ସହ ବର୍ଷା ଆରମ୍ଭ ହୋଇଥିଲା। ଏହାର ପ୍ରଭାବରେ ଗୋପିନାଥପୁର ପଂଚାୟତ ଓ ଚାରିଗାଁ ପଂଚାୟତର ବିଭିନ୍ନ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକଙ୍କ ନଡ଼ା ଛପର ଘର ଉପରେ ଗଛ ପଡ଼ିଯିବାର ଜଣାପଡ଼ିଛି। ତତ୍‌୍ ସହିତ ବଡ଼ବଡ଼ ଗଛ ସବୁ ଉପୁଡ଼ି ପଡ଼ିଥିବାର ଦେଖା ଯାଇଛି। ଏହିପରି ଘଟଣା ଘଟିବା ପରେ ଅଂଚଳବାସୀ ଆଗାମୀ ସାମୁଦ୍ରିକ ଝଡ଼ ଆସାନୀକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ପ୍ରଶାସନ ତରଫରୁ ବ୍ୟାପକ ପ୍ରାକ ପ୍ରସ୍ତୁତ କରାଯାଇଥିଲେ ସୁଦ୍ଧା ଗତ ୩ବର୍ଷ ଧରି ମଇ ମାସରେ ଦୈବୀ ଦୁର୍ବିପାକ ଘଟୁଥିବାରୁ ଅଂଚଳବାସୀ ସାମୁଦ୍ରିକ ଝଡ଼ ଆସାନୀକୁ ନେଇ ଭୟଭିତ ଅବସ୍ଥାରେ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.