Home ଓଡ଼ିଶା ଆସନ୍ନ ପରାଜୟ ଭୟରେ ଶାସକ ବିଜେଡି ଭୋଟରଙ୍କୁ ଡରାଇବା ପାଇଁ ରାଜ୍ୟରେ ହିଂସାର ବାତାବରଣ କରୁଛି...

ଆସନ୍ନ ପରାଜୟ ଭୟରେ ଶାସକ ବିଜେଡି ଭୋଟରଙ୍କୁ ଡରାଇବା ପାଇଁ ରାଜ୍ୟରେ ହିଂସାର ବାତାବରଣ କରୁଛି :ବିଜେପି

1144

– ଖୋର୍ଦ୍ଧାରେ ବିଜେପିର ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ବିଜେଡିର ଗୁଣ୍ଡାମାନେ ହତ୍ୟା କରିଥିଲେ
– ଘଷିପୁରାରେ ରାମଚନ୍ଦ୍ର ବେହେରାଙ୍କ ହତ୍ୟା ବିଜେଡିର ମନ୍ତ୍ରୀ ବଦ୍ରି ପାତ୍ରଙ୍କ ନିର୍ଦ୍ଦେଶରେ ହୋଇଛି
– ସେରଗଡର ବୁଲୁ ପ୍ରଧାନ, ବୁଗୁଡାର ଶିଶିର ନାୟକ, ବେଗୁନିଆ ପଡାର ପିତାମ୍ବର ସ୍ୱାଇଁଙ୍କୁ ପୂର୍ବରୁ ବିଜେଡି ଦଳ ଦ୍ୱାରା ହତ୍ୟା କରାଯାଇଥିଲା
– ସୋରୋଡାରେ ସନ୍ତୋଷ ପତିଙ୍କୁ ହତ୍ୟା କରିଛନ୍ତି ବିଜୁ ଯୁବ ବାହିନିର ଗୁଣ୍ଡାମାନେ
– ଆସ୍କାର ବିଜେପି ନେତା କଂଗ୍ରେସ ନାହାକଙ୍କୁ ହତ୍ୟା କରିଛନ୍ତି ବିଜୁ ଜନତା ଦଳର କର୍ମୀମାନେ
– ବ୍ରଜରାଜନଗର ବିଜେପି ବିଧାୟିକା ପ୍ରାର୍ଥୀନୀ ଶ୍ରୀମତି ରାଧାରାଣୀ ପଣ୍ଡାଙ୍କୁ ଭୋଟ ଦେଲା ବେଳେ ଆକ୍ରମଣ, ତାଙ୍କ ସହଯୋଗିଙ୍କୁ ମରଣାନ୍ତକ ଆକ୍ରମଣ
– ବିଜେପୁର ବିଧାନସଭା ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ସନତ ଗଡତିୟାଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ
– ହିଜିଂଲିରେ ପୀତାମ୍ବର ଆଚାର୍ଯ୍ୟ ରୋଡ ସୋ କରୁଥିବା ସମୟରେ ତାଙ୍କ ଉପରେ ହୋଇଛି ବିଜୁ ଜନତା ଦଳ ଦ୍ୱାରା ଆକ୍ରମଣ
– ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳିର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରକୁ ଟେକା ମାଡ କରିଛନ୍ତି ବିଜେଡିର ଗୁଣ୍ଡାମାନେ
– ଭୁବନେଶ୍ୱର ଲୋକସଭା ପାର୍ଥୀ ଅପରାଜିତା ଷଡଙ୍ଗିଙ୍କ ରୋଡ ସୋ ବେଳେ ବିଜେଡିର ଗୁର୍ଦ୍ଦି
– ଭୁବନେଶ୍ୱର ଉତର ପାର୍ଥୀନି ଅପରାଜିତା ମହାନ୍ତିଙ୍କ ନିର୍ବାଚନ ପ୍ରଚାର ବେଳେ ବିଜେଡିର ଆକ୍ରମଣ, ତାଙ୍କ ସହଯୋଗି ମହିଳା ନେତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି
– ଚିକିଟି ବିଜେପି ବିଧାୟକ ପ୍ରାର୍ଥୀ ମନୋରଂଜନ ଦ୍ୟାନ ସାମନ୍ତରାୟଙ୍କୁ ଶାସକ ବିଜେଡି ଦଳ ଆକ୍ରମଣ କରିଥିଲା

ଭୁବନେଶ୍ୱର, ତା ୧୯/୦୪ (ଓଡ଼ିଆ ପୁଅ) : ଶାସକ ବିଜୁ ଜନତା ଦଳ ନିର୍ବାଚନ ହାରିବା ଭୟରେ ରକ୍ତମୁଖା ସାଜି ହିଂସା ମରଣାନ୍ତକ ଆକ୍ରମଣ ଏବଂ ହତ୍ୟା କରୁଛି। ବିଜେଡି ସରକାର ବର୍ତମାନ ପଶ୍ଚିମ ବଙ୍ଗର ତୃଣମୂଳ କଂଗ୍ରେସର ଗୁଣ୍ଡା ଗର୍ଦ୍ଦି ରାସ୍ତାରେ ଯାଉଛନ୍ତି ଏବଂ ତାଙ୍କୁ ଅନୁକରଣ କରୁଛନ୍ତି। ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଲଢିବା, ଜିତିବା ଏବଂ ହାରିବାରେ ବିଶ୍ୱାସ ନକରି ବିଜେଡି ଦଳ କ୍ଷମତା ଲୋଭରେ ରାଜନୈତିକ ବିରୋଧିମାନଙ୍କୁ ବଳ ପୂର୍ବକ ଦମନ କରି ମରଣାନ୍ତକ ଆକ୍ରମଣ, ହତ୍ୟା କରି ନିର୍ବାଚନରେ ଜିତିବା ପାଇଁ ଚେଷ୍ଟା କରୁଛି ବୋଲି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି କହିଛନ୍ତି।

ଡ. ସାମନ୍ତସିଂହାର କହିଛନ୍ତି ୨୦୧୭ରେ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ୨୦ ରୁ ଉର୍ଦ୍ଧ ବିଜେପି କର୍ମୀମାନଙ୍କୁ ମରଣାନ୍ତକ ହତ୍ୟା କରାଯାଇଥିଲା। ଏବେ ଓଡିଶାରେ ଯେଉଁଠି ରାଜନୈତିକ ହିଂସା ଘଟୁଛି ଆସ୍କା, ଭଞ୍ଜନଗର, ଗଞ୍ଜାମ ଅଂଚଳରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜର ଜାଗିର ଭାବି ଗାଁ ଗାଁ ବୁଲି କହିଛନ୍ତି ଏଠାରେ ବିଜେପିର ବ୍ୟାନର ପୋଷ୍ଟର ଲାଗିପାରିବ ନାହିଁ। ବିଜେପିର କର୍ମୀମାନେ ବ୍ୟାନର ଏବଂ ପୋଷ୍ଟର ଲାଗାଇଲେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା କରାଯାଉଛି। ଗାଁରେ ତାଙ୍କୁ ବାସନ୍ଦ କରାଯାଉଛି। ପାଣି ଟୋପେ ବି ପିଇବାକୁ ଦେଉନାହାନ୍ତି ଯାହା ଅତ୍ୟନ୍ତ ଚିନ୍ତାଜନକ। ଶ୍ରୀ ଆରୁଖ ନିଜ ଗାଁ ଆଗଜୋଲା ଗ୍ରାମପଚାଂୟତ ବାଉଁସଲୁଣ୍ଡିରେ ବିଜେଡିର ଗୁଣ୍ଡାମାନେ ବିଜେପି କର୍ମକର୍ତା ସଦାନନ୍ଦ ବେହେରାଙ୍କୁ ବ୍ୟାନର ପୋଷ୍ଟର ଲଗାଇବାର କିଛି ସମୟ ପରେ ନିର୍ମମ ଭାବେ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡବିଖଣ୍ଡ କରିଛନ୍ତି।

ଖୋର୍ଦ୍ଧାର ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତ ରାୟ ସାଙ୍ଗରେ ଯାଉଥିବା ବେଳେ ବିଜେପିର ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ବିଜୁ ଜନତା ଦଳର ଅପରାଧିମାନେ ଗୁଳି କରି ହତ୍ୟା କରିଥିଲେ। ସୋରଡା ବିଧାନସଭା ନିର୍ବାଚନୀ ମଣ୍ଡଳୀ ଲାଠିପଡା ଗ୍ରାମ ପଚାଂୟତର କଦଳୀ ଜୋଲାଗାଁରେ ଏପ୍ରିଲ ୧୭ ତାରିଖ ଦିନ ବିଜେପିର ଶ୍ରୀ ସନ୍ତୋଷ ପତିଙ୍କୁ ନିର୍ବାଚନୀ ପୋଷ୍ଟର ମାରିବା ଘଟଣାରେ ବିଜୁ ଗୁଣ୍ଡା ବାହିନି ଦ୍ୱାରା ହତ୍ୟା କରାଯାଇଛି। ବିଜୁ ଯୁବ ବାହିନୀର କିଛି ଗୁଣ୍ଡାମାନେ ପୂର୍ବରୁ ଯୋଜନା କରି ଶ୍ରୀ ପତିଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ସେ କାଲି ହସ୍ପିଟାଲରେ ଆଖି ବୁଜିଛନ୍ତି। ସେହିଦିନ ପୋଲସରା ବିଧାନସଭା ନିର୍ବାଚନୀ ମଣ୍ଡଳୀ ଭଟାଖୋଲି ଗ୍ରାମରେ ଦୁଇ ଜଣ ବିଜେପି କାର୍ଯ୍ୟକର୍ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ସେହିପରି ଆସ୍କାର ମହେନ୍ଦ୍ର ଗଉଡ ଏବଂ ଦୀପକ ଗଡତୀୟା ଏହି ଦୁଇଜଣ ବିଜେପି କର୍ମୀଙ୍କୁ ମାଡ ମରାଯାଇ ତାଙ୍କ ଗୋଡ ହାତ ଭାଙ୍ଗି ଦେଇଛନ୍ତି ବିଜୁ ଗୁଣ୍ଡା ବାହିନିର ଗୁଣ୍ଡାମାନେ। ସେହିପରି ଚିକିଟି ନିର୍ବାଚନୀ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ମନୋରଂଜନ ଧ୍ୟାନସାମନ୍ତ ରାୟଙ୍କୁ ବିଜେଡିର କର୍ମୀମାନେ ଆକ୍ରମଣ କରିଛନ୍ତି। ଭଞ୍ଜନଗର ନିର୍ବାଚନୀ ମଣ୍ଡଳୀର ବିଜେପ ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଦ୍ୟୁମ୍ନ ନାୟକଙ୍କ ଭଣଜା ଅଜିତ ପ୍ରଧାନଙ୍କୁ ତୁରୁମୁ ଗାଁରେ ଠେଙ୍ଗା ଓ ଲାଠି ଧରି ତାଙ୍କ ଉପରେ ବିଜେଡିର ଗୁଣ୍ଡା ମାନେ ଆକ୍ରମଣ କରିଥିଲେ ବୋଲି ଲେଖାଶ୍ରୀ କହିଛନ୍ତି।

ନିର୍ବାଚନ ପ୍ରଚାର ସମୟରେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀନୀ ଶ୍ରୀମତି ଅପରାଜିତା ଷଡଙ୍ଗୀ ଏବଂ ମଧ୍ୟ ଭୁବନେଶ୍ୱର ବିଧାନସଭା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରକୁ ବିଜୁ ଜନତା ଦଳ ଦ୍ୱାରା ଟୋକା ପଥର ମାଡ କରାଯାଇଥିଲା। ଭଟଲିର ସୋହେଲା ବ୍ଳକର ତାରକଣା ଗାଁର ଗତ ୧୭ ତାରିଖ ଦିନ ବିଜେପିର ଜଣେ କର୍ମକର୍ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଭୁବନେଶ୍ୱର ନୀଳାଦ୍ରୀ ବିହାରରେ ୯ ଜଣ ବିଜେପି କର୍ମୀଙ୍କୁ ଆକ୍ରମଣ କରାଯାଇଥିଲ। ଏଥିରେ ବିଜେପିର ମଣ୍ଡଳ ସଭାପତି ମାନସ ମଜଂରୀ ପାଢୀ ଏବଂ ସାଧାରଣ

ସଂପାଦକ ସୁଶାନ୍ତ ସିଂ ସାବତ ହସ୍ପିଟାଲରେ ଭର୍ତି ହୋଇଥିଲେ। ଗତ କାଲି ରାତିରେ ଆଉ ଏକ ଘଟଣା ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ବିିଧାୟକ ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନଙ୍କ ଭୁବନେଶ୍ୱର ୪୮ ନମ୍ବର ୱାର୍ଡରେ ଥିବା ନିର୍ବାଚନ କାର୍ଯ୍ୟାଳୟ ଉପରକୁ ୩ଟି ବୋମା ମାଡ କରାଯାଇଥିଲା। କଟକ ସଦର ବ୍ଲକର ଗୌରିପାଟଣା ଗ୍ରାମପଚାଂୟତ ସରପଂଚ ଶ୍ରୀମତି ଲକ୍ଷ୍ମୀପ୍ରିୟା ସ୍ୱାଇଁଙ୍କୁ ପାଚଂଜଣ ଦୃବତ ତାଙ୍କୁ ଆକ୍ରମଣ କରିଥିଲେ। ବରିମୁଲା ପଚାଂୟତର ସରପଂଚ ମୁଶୀଲତା ପୃଷ୍ଟି ତାଙ୍କର ସମର୍ଥକ ବିଜେପି ରାଲିକୁ ଆସୁଥିଲେ ବୋଲି କେନ୍ଦ୍ରପଡାରେ ବିଜେଡି ଗୁଣ୍ଡାମାନେ ଏହି ପରିବାର ଚାରି ଜଣଙ୍କୁ ମାଡ ମାରିଥିଲେ। କନ୍ଧମାଳର ଜଣେ ସୂଚନା ଅଧିକାର କର୍ମୀ ଶ୍ରୀ ମହମ୍ମଦ ଜିଆଉଦ୍ଦିନ ନିର୍ବାଚନ ସଚେତନ କରୁଥିବା ସମୟରେ ତାଙ୍କ ଉପରକୁ କନ୍ଧମାଳ ସାଂସଦ ପାର୍ଥୀ ଅଚ୍ୟୁତ ସାମନ୍ତଙ୍କ ସମର୍ଥକ ମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ସେହିପରି ଜି ଓଡିଶାର ସାମ୍ବାଦିକ ଚନ୍ଦନ ପାଇକରାୟଙ୍କୁ ବିଜେଡି ବିଧାୟକ ସୁରେନ୍ଦ୍ର ସେଠୀ ଏବଂ ସମର୍ଥକମାନଙ୍କ ମଧ୍ୟ ଆକ୍ରମଣ କରିଥିଲେ ବୋଲି ଲେଖାଶ୍ରୀ କହିଛନ୍ତି।

ବିଜୁ ଜନତା ଦଳ ହାରିବା ଭୟରେ ରକ୍ତମୁଖା ସାଜିଛନ୍ତି। ବିଜେଡି ଗୁଣ୍ଡା ମାନେ ଭାବେ ରାଜ୍ୟରେ ଗୁଣ୍ଡାଗିରି କରୁଛନ୍ତି ଏବଂ ପୋଲିସ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ ନିରବଦ୍ରଷ୍ଠା ସାଜି ଶାସକ ବିଜେଡିକୁ ସୁହାଇଲା ଭଳି କାର୍ଯ୍ୟକରୁଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରାଜ୍ୟରେ ହିସାଂତ୍ମକ କାର୍ଯ୍ୟକଳାପ ଘଟୁଥିବାବେଳେ ଏଥିରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି। ନିର୍ବାଚନ ହାରିବା ଭୟରେ ନବୀନବାବୁଙ୍କ ସରକାର ରାଜ୍ୟରେ ଗଣନ୍ତ୍ରାତିକ ଅନୁଷ୍ଠାନମାନଙ୍କୁ ଭାଙ୍ଗିବାର ଚେଷ୍ଟା କରୁଛନ୍ତି ଡ. ସାମନ୍ତସିଂହାର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.