Home ଜିଲ୍ଲା ପରିକ୍ରମା ଆସନ୍ତା ୨୫ ରେ ଭଦ୍ରକ ଜିଲା ସତ୍‌ସଙ୍ଗ ମହୋତ୍ସବ ‘ଧୃତି ସନ୍ଦୀପନା’

ଆସନ୍ତା ୨୫ ରେ ଭଦ୍ରକ ଜିଲା ସତ୍‌ସଙ୍ଗ ମହୋତ୍ସବ ‘ଧୃତି ସନ୍ଦୀପନା’

34

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଅଶେଷ ଦୟା ଓ କରୁଣା ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ଶୁଭ ଆଶୀର୍ବାଦ ଓ ପୂଜ୍ୟ ଶ୍ରୀ ଅବିନ ଦା’ ଙ୍କ ଐଶୀ ପ୍ରେରଣାକୁ ପାଥେୟ କରି ଆସନ୍ତା ୨୫ ତାରିଖ ରବିବାର ଦିନ ଭଦ୍ରକ ଆରଡି ରାସ୍ତାର ମା’ ସାତଭଉଣୀ ମନ୍ଦିର ପାଶ୍ୱର୍ବତୀ ଖେଳପଡିଆରେ ଭଦ୍ରକ ଜିଲାସ୍ତରୀୟ ସତସଙ୍ଗ ମହୋତ୍ସବ ‘ଧୃତି ସନ୍ଦୀପନା’ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ମଧ୍ୟରେ ମହା ଆଡମ୍ବରରେ ପାଳିତ ହେବାକୁ ଯାଉଛି ବୋଲି ଆଜି ଉତ୍ସବ କମିଟିର କର୍ମକର୍ତାମାନେ ଭଦ୍ରକର ସତସଙ୍ଗ ବିହାର ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ଣ୍ଣଚନ୍ଦ୍ର ନାୟକ, ନନ୍ଦଦୁଲାଲ ଦାସ, ନବକିଶୋର ପତି, ଧରଣୀଧର ସ୍ୱାଇଁ, ସୁରଥ ମଲ୍ଲିକ, ଗୋକୁଳାନନ୍ଦ ସ୍ୱାଇଁ, ସୁଦର୍ଶନ ବାରିକ, ପ୍ରଦୀପ କୁମାର ଲେଙ୍କା, ବସନ୍ତ କୁମାର ବଳ ପ୍ରମୁଖ ସୂଚନା ଦେଇଛନ୍ତି। ଯୁଦ୍ଧ ବିଗ୍ରହ ମଧ୍ୟରେ ଧ୍ୱଂସାବିମୁଖୀ ଏ ପୃଥିବୀ ଯେଭଳି ସନ୍ତ୍ରସ୍ତ ଆତ୍ମସ୍ୱାର୍ଥ ତଥା ଆତ୍ମପ୍ରତିଷ୍ଠାର ଗଣ୍ଡିବଦ୍ଧ ପ୍ରତ୍ୟେକଟି ମଣିଷ ଆଜି ଜୀବନର ପ୍ରକୃତ ଉଦ୍ଦେଶ୍ୟ ଭୁଲିଯାଇଛି। ଜୀବନର ଆଦିମ ଆକାଂକ୍ଷା ହେଲା ବିବର୍ତନରେ ବିବର୍ତିତ ହୋଇ ବିବର୍ତନ ପଥରେ ଭଲରେ ବଂଚିବା। ସୁଖଶାନ୍ତି ଓ ଆନନ୍ଦରେ ଜୀବନକୁ ଉପଭୋଗ କରିବା। ତେଣୁ ଅଣ ସଂପ୍ରଦାୟିକ ଚିନ୍ତା ଚେତନାର ଉର୍ଦ୍ଧ୍ୱରେ ରହି ଅନ୍ୟକୁ ବଂଚାଇ ନିଜେ ବଂଚିବା ଅର୍ଥ ଧର୍ମ ଆଚରଣ କରି ଜୀବନର ପ୍ରକୃତ ଉଦ୍ଦେଶ୍ୟକୁ ସାକାର କରିବା ପଥରେ ଅଗ୍ରସର ହେବା। ଏହି ବାର୍ତା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଂଚାଇବା ପାଇଁ ଏହି ମହାନ୍ ଉତ୍ସବଟି ପାଳିତ ହେବାକୁ ଯାଉଛି ବୋଲି କର୍ମକର୍ତାମାନେ କହିଛନ୍ତି। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିନା ଦେୟରେ ନ୍ୟାୟିକ ପରାମର୍ଶ, କେରିୟର କାଉନ୍‌ସେଲିଂ, ଡାକ୍ତରୀ ପରାମର୍ଶ ଓ ଚିକିତ୍ସା ଭଳି ସେବା ପ୍ରଦାନର ବ୍ୟବସ୍ଥା ରହିଛି। ଦିବସବ୍ୟାପୀ ଏହି ଉତ୍ସବରେ ପ୍ରାୟ ୨୦ ହଜାର ଭକ୍ତଙ୍କର ସମାବେଶ ଆଶା କରାଯାଉଛି। ଏତଦ୍‌ବ୍ୟତୀତ ସାଂସ୍କୃତିକ, ସଂଗୀତ ଭିତିକ କାର୍ଯ୍ୟକ୍ରମ ସହ ଯାଜନର ବ୍ୟବସ୍ଥା କରାଯାଇଛି। ଏହି ଉତ୍ସବରେ ପଡୋଶୀ ଜିଲାମାନଙ୍କରୁ ମଧ୍ୟ ବହୁ ଭକ୍ତଙ୍କର ଆଗମନ ଫଳରେ ପ୍ରଥମକରି ଜିଲା ଉତ୍ସବ ଭାବେ ପାଳିତ ଏହି ସମାବେଶରେ ଅନୁଗାମୀ ବହୁ ଶ୍ରଦ୍ଧାଳୁ ଯୋଗଦେବାକୁ କର୍ମକର୍ତାମାନେ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.