Home ଜିଲ୍ଲା ପରିକ୍ରମା ଆସନ୍ତା ୧୮ ପକ୍ଷୀଗଣନା କାର୍ଯ୍ୟକ୍ରମ ନେଇ ମକ୍‌ଡ୍ରିଲ୍

ଆସନ୍ତା ୧୮ ପକ୍ଷୀଗଣନା କାର୍ଯ୍ୟକ୍ରମ ନେଇ ମକ୍‌ଡ୍ରିଲ୍

4

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ରାଜ୍ୟରେ ଥିବା ବହୁ ପକ୍ଷୀ ଏବେ ବିଲୁପ୍ତ ପ୍ରାୟ। ତେଣୁ ଧୀରେ ଧୀରେ ହଜିଯିବାକୁ ବସିଥିବା ଏହି ପକ୍ଷୀମାନଙ୍କ ବଂଶ ବୃଦ୍ଧି ସଂପର୍କରେ ଜାଣିବା ପାଇଁ ଆସନ୍ତା ୧୮ ତାରିଖରୁ ରାଜ୍ୟ ସରକାରଙ୍କ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀମାନଙ୍କ ଗଣନା ପାଇଁ ଏକ ମକ୍ ସେନସସ୍ ଏକ୍ସସାଇଜ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆଜି ଭଦ୍ରକର ସାତଭଉଣୀସ୍ଥିତ ଭଦ୍ରକ ୱାଇଲର୍ଡ ଲାଇଫ୍ ଡିଭିଜନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ (ମକ୍ ଡ୍ରିଲ୍‌) ଆୟୋଜିତ ହୋଇଥିଲା। ଏଥିରେ ଏସିଏଫ୍ ମଧୁସ୍ମିତା ଦାସ, ସୁମିତ ମହାନ୍ତି, ରେଞ୍ଜ ଅଫିସର ପୀତାମ୍ବର ନାୟକ, ଭଦ୍ରକ ମହାବିଦ୍ୟାଳୟର ଜୁଲୋଜି ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ପଦ୍ମନାଭ ମହାନ୍ତି ଓ ଡ. ସର୍ବେଶ୍ୱର ନାୟକଙ୍କ ସମେତ ଉକ୍ତ ବିଭାଗର ବହୁ ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଓ ବନ ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଆଲୋଚନା ସମୟରେ ବନ୍ୟପ୍ରାଣୀ ବିଭାଗର ଉପରୋକ୍ତ ଅଧିକାରୀମାନେ ଆମ ଜିଲାରେ ଥିବା ଭଦ୍ରକ, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ରେଞ୍ଜରେ ୧୮ ତାରିଖରୁ ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମରେ ଯେଭଳି ବହୁସଂଖ୍ୟାରେ ଜନସାଧାରଣ ଯୋଗଦେଇ ସହଯୋଗ କାମନା କରିଥିଲେ। ବିଶେଷକରି ଗଣମାଧ୍ୟମ ପ୍ରତିନିଧି, ଛାତ୍ରଛାତ୍ରୀମାନେ ଏ ଦିଗରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରି ବିଭାଗୀୟ ଅଧିକାରୀମାନଙ୍କୁ ସହାୟତା କରିବାକୁ ଏହି କାର୍ଯ୍ୟକ୍ରମରେ ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.