Home କୋରାପୁଟ ଆସନ୍ତା ଦିନରେ ବିଜେଡିର ସଂଖ୍ୟାଧିକ ନେତା ଓ କର୍ମି କଂଗ୍ରେସରେ ସାମିଲ ହେବେ- ତାରା ପ୍ରସାଦ...

ଆସନ୍ତା ଦିନରେ ବିଜେଡିର ସଂଖ୍ୟାଧିକ ନେତା ଓ କର୍ମି କଂଗ୍ରେସରେ ସାମିଲ ହେବେ- ତାରା ପ୍ରସାଦ ବାହିନିପତି

83

କୋରାପୁଟ ୨୪-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ଆନୁକୁଲ୍ୟରେ କୋଟପାଡଠାରେ ଏକ ବିଶାଳ କର୍ମି ସମ୍ମିଳନୀ ଆୟୋଜିତ ହୋଇଯାଇଛି ।କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନିପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ  ରମେଶ ଜେନା , ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନା ତ୍ରୀପାଠୀ ପ୍ରମୁଖ ଯୋଗଦେଇଥିଲେ ।ଆସନ୍ତା ୩୧ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାରେ କଂଗ୍ରେସର ବିଶାଳ କର୍ମି ସମ୍ମିଳନୀ ଆୟୋଜନ କରାଯିବ ଯେଉଁଥିରେ ରାଜ୍ୟ ସଭାପତି  ଓ ରାଜ୍ୟ ପର୍ଯ୍ୟବେକ୍ଷକ ଏବଂ ଏଆଇସିସି ସଂପାଦକ ଯୋଗଦେବେ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ସୂଚନା ଦେଇଛନ୍ତି ।ବିଜେଡିର ସଂଖ୍ୟାଧିକ ନେତା ଓ କର୍ମି କଂଗ୍ରେସରେ ସାମିଲ ହେବେ ବୋଲି ସେ ପ୍ରକାଶ କରିଛନ୍ତି ।ଯେଉଁମାନେ କଂଗ୍ରେସରୁ ଇସ୍ତାଫା ଦେଇଛନ୍ତି ସେମାନଙ୍କର ବିରି ଅଖା ନାହିଁ ବୋଲି ଶ୍ରୀ ବାହିନିପତି କଟାକ୍ଷ କରି କହିଛନ୍ତି ।ନୂଆ ଚେହରା ଆସିବେ ଓ  ଅବିଭିକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ମଜବୁତ ହେବ ବୋଲି ସାନଖେମୁଣ୍ଡି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଛନ୍ତି ।ବୈଠକ ପୂର୍ବରୁ କୋଟପାଡ ସହରରେ ପାରମ୍ପରିକ ନାଚଗୀତ ମାଧ୍ୟମରେ ଶୋଭାଯାତ୍ରା କରାଯାଇଥିଲା ।କୋଟପାଡ ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରକାଶ ମହାନ୍ତି ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟନାୟକ ,ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନଳିନୀ ରଥ ,କୃଷ୍ଣ କୁଲଦୀପ , ଜଗଦୀଶ ଖୋସଲା ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।କର୍ମି ସମ୍ମିଳନୀରେ  ବିଜେଡିର ୧୫ ଜଣ କର୍ମି କଂଗ୍ରେସରେ ସାମିଲ ହୋଇଥିଲେ ବୋଲି ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ବାହିନିପତି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.