ନୂଆ ଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ଦିଲ୍ଲୀ ସୀମାରେ ବିରୋଧ କରୁଥିବା କୃଷକ ନେତାମାନେ ଏକ ବଡ଼ ଘୋଷଣା କରିଛନ୍ତି। ଡିସେମ୍ବର ୨୧ ରେ ସମସ୍ତ ବିରୋଧ ସ୍ଥଳରେ ଭୋକ ଉପାସରେ ରହିବେ କୃଷକ। ଡିସେମ୍ବର ୨୩ ରେ ସମସ୍ତ କୃଷକ ଖାଦ୍ୟ ଛାଡିବାକୁ ଘୋଷଣା କରିଛନ୍ତି। ଏଥି ସହିତ କୃଷକମାନେ ନିବେଦନ କରିଛନ୍ତି ଯେ ଆମ ସମର୍ଥନରେ ଘରେ ଥାଳି ବଜାନ୍ତୁ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗୋଟିଏ ପଟେ ଆଜି ୨୫ ଦିନିଆ ଆନ୍ଦୋଳନ ସମୟରେ ନିହତ ହୋଇଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୩ କୃଷକଙ୍କ ମୃତ୍ୟୁ ଘଟିଛି। ଏହା ପରେ କୃଷକମାନେ ୨୩ ଡିସେମ୍ବରରେ ଅନ୍ନ ଛାଡିବେ ବୋଲି ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ସ୍ୱରାଜ ଅଭିଆନ୍ ନେତା ଯୋଗେନ୍ଦ୍ର ଯାଦବ ଏକ ବଡ଼ ଘୋଷଣା କରିଛନ୍ତି ଯେ ଆସନ୍ତା ଡିସେମ୍ବର ୨୧ ରେ ଅର୍ଥାତ୍ ଆସନ୍ତାକାଲି ସମସ୍ତ ବିରୋଧ ସ୍ଥଳରେ ବିରୋଧ ପ୍ରଦର୍ଶନ ପୂର୍ବକ ଭୁଖ ହରତାଳ କରାଯିବ। କୃଷକ ନେତା ଜଗଜିତ୍ ସିଂ ୨୫ ରୁ ୨୭ ଡିସେମ୍ବର ପର୍ଯ୍ୟନ୍ତ ଟୋଲ୍ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟଯେ, ଗତ ୨୫ ଦିନ ଧରି କୃଷକମାନେ ଦିଲ୍ଲୀର ସୀମାରେ ବସିଛନ୍ତି। କେନ୍ଦ୍ରର ତିନୋଟି କୃଷି ନିୟମକୁ ବିରୋଧ କରିଆସୁଛନ୍ତି। ଆଜି କୃଷି ଭବନରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ୟୁପିର କେତେକ କୃଷକ ସଂଗଠନକୁ ଭେଟିଛନ୍ତି। ବିକ୍ଷୋଭକାରୀମାନେ ସୋମବାର କିମ୍ବା ମଙ୍ଗଳବାର ଦିନ ମନ୍ତ୍ରୀଙ୍କୁ ଭେଟିବେ।








