Home ଓଡ଼ିଶା ଆଶ୍ଚର୍ଯ୍ୟ ହେଲେବି ସତ୍ୟ – ସଧବା ଓ ବିଧବା ମା’ମାନେ ପାଳନ କଲେ ସାବିତ୍ରୀ ବ୍ରତ

ଆଶ୍ଚର୍ଯ୍ୟ ହେଲେବି ସତ୍ୟ – ସଧବା ଓ ବିଧବା ମା’ମାନେ ପାଳନ କଲେ ସାବିତ୍ରୀ ବ୍ରତ

540

ଅରିଲୋ ୨୪-୫ (ଓଡିଆ ପୁଅ) ଜଗତସିଂହପୁର ଅରିଲୋ ଶିଶୁ ଅନନ୍ତ ଆଶ୍ରମ ପରିସରରେ ଏକ ନଆରା ଢଙ୍ଗରେ ସାବିତ୍ରୀ ବ୍ରତ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଦ୍ୱାରା ବିଗତ ଦିନରେ ସମ୍ନାନିତ ହୋଇଥିବା ପରିବେଶ ବିତ୍ ତଥା ସମାଜ ସଂସ୍କାରକ ବାବା ବଳିଆଙ୍କ ମାର୍ଗ ଦର୍ଶନରେ ଶିଶୁ ଅନନ୍ତ ଆଶ୍ରମ ପରିସରରେ ଏକ ନଆରା ଢଙ୍ଗରେ ସାବିତ୍ରା ବ୍ରତ ପାଳନ କରାଯାଇଛି। ରାଜ୍ୟର ପୁର ପଲ୍ଲୀରେ ସାବିତ୍ରୀ ବ୍ରତ ସଧବା ସ୍ତ୍ରୀ ମାନେ ପାଳନ କରିବା ଦେଖିବାକୁ ମଳିଥିବା ବେଳେ ଶିଶୁ ଅନନ୍ତ ଆଶ୍ରମରେ ବିଧବା ଓ ସଧବା ମା’ମାନେ ପ୍ରଭୁ ଶିଶୁ ଅନନ୍ତ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚନା କରି ସାବିତ୍ରୀ ବ୍ରତ ପାଳନ କରିବା ଦେଖିବାକୁ ମିଳିଛି।

ଏହି ପୂଜା ସଂପର୍କରେ ଅଅଶ୍ରମର ପୂଜ୍ୟ ପୁଜକ ବାବା ବଳିଆ ଗଣମାଧ୍ୟମ ନିକଟରେ ନିଜର ମତ ରଖି କହିଛନ୍ତି ଯେ- ମା’ଟି ବିଧବା ହେଉକି ସଧବା ହେଉ ତାର ଇଷ୍ଟ ପୂଜା କରିବାରେ ସମସ୍ତଙ୍କର ସମାନ ଅଧିକାର ଅଛି। ସାବିତ୍ରୀ ବ୍ରତ ହେଉଛି ଲକ୍ଷ୍ମୀ-ନାରୟଣଙ୍କର ପୂଜା,  ଏହିପୂଜା ଜେଷ୍ଟ ମାସ କୃଷ୍ଟପକ୍ଷ ଅମାବାସ୍ୟା ତିଥିରେଏହା ପାଳିତ ହୋଇଥାଏ। ପୁରାଣ ପୃଷ୍ଟାରେ ସାବିତ୍ରୀ ଏହି ଦିନ ତାଙ୍କ ସ୍ୱାମୀ ସତ୍ୟବାନଙ୍କୁ ଜୀବିତ କରିବା ଓ ଶାଶୁଘର ତଥା ବାପଘରର ମଙ୍ଘଳ ପାଇଁ ଯମରାଜାଙ୍କୁ ପ୍ରର୍ଥନା କରିଥିଲେ। ସଧବା ମା’ମାନେ ନିଜ ସ୍ୱାମୀ ଓ ପରିବାର ପାଇଁ ଯେପରି ପ୍ରାର୍ଥନା କରୁଛି ସେହିପରି ବିଧବା ମା’ମାନେ ପରିବାର ବର୍ଗର ମଙ୍ଗଳ ପାଇଁ ଏହି ବ୍ରତ ପାଳନରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଥିଲେ। ଆଜି ସମାଜରେ ଏହି ବ୍ରତରୁ ବିଧବା ମା’ ମାନଙ୍କୁ ପୂଜା କରିବାର ସୁଯୋଗରୁ ବଞ୍ଚିତ କରିବା ଏକ ରୁଗ୍‌ଣ ମାନସିକତାର ପରିଚୟ ବୋଲି ବଳିଆ ସୂଚନା ଦେଇଛନ୍ତି। ଶିଶୁ ଅନନ୍ତ ଆଶ୍ରମ ପରିସରରେ ରହୁଥିବା ସମସ୍ତ ସନ୍ୟାସୀ, ବହ୍ମଚାରୀ ମାନଙ୍କ ଦ୍ୱାରା ସାବିତ୍ରୀ ସନ୍ଧ୍ୟା, ଜପ ଓ ଧ୍ୟାନ ଶିବିରରେ ଯୋଗ ଦେବା ସହ ଶିଶୁ ଅନନ୍ତ ସୁନ୍ଦରଙ୍କର ସ୍ୱତନ୍ତ୍ର ପୁଜା ଅର୍ଚନା କାରାଯିବା ଦେଖିବାକୁ ମିଳିଛି। ରାଜ୍ୟରେ କରୋନା ତାଲାବନ୍ଦ ପାଇଁ ପାଳନ କାରଯାଉଥିବା ସାମାଜିକ ଦୁରତାକୁ ଆଶ୍ରମ ପକ୍ଷରୁ ପାଳନ କାରଯାଇଥିବା ଦେଖିବାକୁ ମିଳିଥିଲା। ଆଖପାଖ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଏହି ପୂଜାରେ ଯୋଗ ଦାନ କରିଥିବା ଆଶ୍ରମ ପକ୍ଷରୁ ଡଃ ଚିତାନନ୍ଦ ବ୍ରହ୍ମଚାରୀ ସୂଚନା ଦେଇଛନ୍ତି।

/ବିରଞ୍ଚିନାରାୟଣ ପତ୍ରୀ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.