Home ଜିଲ୍ଲା ପରିକ୍ରମା ଆଶିର୍ବାଦ ଫାଉଣ୍ଡେସନ ପକ୍ଷରୁ କୃଷ୍ଠ କଲୋନୀରେ କମ୍ବଳ ବଣ୍ଟନ

ଆଶିର୍ବାଦ ଫାଉଣ୍ଡେସନ ପକ୍ଷରୁ କୃଷ୍ଠ କଲୋନୀରେ କମ୍ବଳ ବଣ୍ଟନ

42

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂତନବର୍ଷ ଅବସରରେ ନାଚଗୀତ ଭୋଜିଭାତରେ ମସଗୁଲ ରହନ୍ତି ସାଧାରଣ ଜନତା । ମାତ୍ର ଏହି ଅବସରରେ ଏକ ନିଆରା ଢଙ୍ଗରେ କେତେକ ମହାବିଦ୍ୟାଳୟ ଛାତ୍ରୀ ଏକ ନୂଆ ସ୍ୱେଚ୍ଛାସେବୀ ସଙ୍ଗଠନ ଆଶିର୍ବାଦ ଫାଉଣ୍ଡେସନ ଗଢି ସେବା ମୂଳକ କାର୍ଯ୍ୟକୁ ଜୀବନର ବ୍ରତ କରିବାକୁ ଶପଥ ନେଇଛନ୍ତି । ଏହି ସଙ୍ଗଠନ ଆଗକୁ ତାର ଜନହିତକର କାର୍ଯ୍ୟ ଜାରୀ ରଖିବ ବୋଲି ଜଣାଯାଇଛି । ଛାତ୍ରୀମାନେ ନିଜର ସଞ୍ଚିତ ଅର୍ଥକୁ ମଉଜ ମଜଲିସରେ ଖର୍ଚ୍ଚ ନକରି ଗରିବ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ ସହଯୋଗ କରିବା ଶ୍ରେୟ ମଣିଛନ୍ତି । ଭଦ୍ରକ ଅଞ୍ଚଳର ବିଭିନ୍ନ କଲେଜରେ ପଢୁଥିବା ଛାତ୍ରୀ ପ୍ରିୟଙ୍କା ମହାପାତ୍ରଙ୍କ ତତ୍ୱାବଧାନରେ ସହପାଠୀ ସୁଲଗ୍ନା ଶୁଭଦର୍ଶନୀ ଦାସ, ଇତିଶ୍ରୀ ନାୟକ, ବର୍ଷା ଖମାରୀ, ଭାଗ୍ୟଶ୍ରୀ ମହାନ୍ତି, ଇତିଶ୍ରୀ ବେହୁରିଆ, ସୁଶ୍ରୀ ପ୍ରତିକ୍ଷା ବେହେରା ରାନ୍ଦିଆ ଡ଼ଗମୁଣ୍ଡସ୍ଥିତ କୃଷ୍ଠ କଲୋନୀରେ ପହଞ୍ଚି ୧୩ ଗୋଟି ପରିବାରର ୨୬ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ୨ ଗୋଟିକରି କମ୍ବଳ, ମାସ୍କ, ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ସେହିପରି ଭଦ୍ରକ କାଳୀ ମନ୍ଦିର, ରାନ୍ଦିଆ, ବରପଦା, ଆଗରପଡ଼ା ଓ ବର୍ତ୍ତନା ଆଦି ଅଞ୍ଚଳରେ ଥିବା କିଛି ଗରିବ ଅସହାୟ ଲୋକଙ୍କୁ ଆଜିର ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । କାର୍ଯ୍ୟକ୍ରମରେ କୁସୁମ ଟିଭିର ଅଧ୍ୟକ୍ଷା କୁସୁମ ମଞ୍ଜରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋମଳମତି ଛାତ୍ରୀଙ୍କ ସମାଜସେବା ଚିନ୍ତାଧାରାକୁ ମହାନ ବୋଲି ଅଭିହିତ କରି କଲୋନୀରେ ରହୁଥିବା ବ୍ୟକ୍ତିମାନଙ୍କୁ କରୋନା ସଚେତନତା ପୂର୍ବକ କମ୍ବଳ ବଣ୍ଟନ କରିଥିଲେ । ଏଥିରେ ସମାଜସେବିକା ମମତା ମହାନ୍ତି, ସ୍ୱାଗତିକା ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କ ଏହି ଚିନ୍ତାଧାରାକୁ ଉଚ୍ଚ ପ୍ରଶଂସା କରି ସଙ୍ଗଠନର ଉଜ୍ଜ୍ୱଳମୟ ଭବିଷ୍ୟତ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.