Home ଜିଲ୍ଲା ପରିକ୍ରମା ଆଶା କର୍ମୀ ଙ୍କ ନିମନ୍ତେ ଚାଇଲ୍ଡ ହେଲ୍ପ ଲାଇନ ର ସଚେତନତା କାର୍ଯ୍ୟକ୍ରମ

ଆଶା କର୍ମୀ ଙ୍କ ନିମନ୍ତେ ଚାଇଲ୍ଡ ହେଲ୍ପ ଲାଇନ ର ସଚେତନତା କାର୍ଯ୍ୟକ୍ରମ

8

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଟ ହେଲ୍ପ ଲାଇନ ପକ୍ଷରୁ ପୁରୁଣା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଆଶାକର୍ମୀ ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ମର୍ମରେ ଚାଇଲ୍ଡ ହେଲ୍ପ ଲାଇନ ର ପ୍ରକଳ୍ପ ସଂଯୋଜିକା ଶୁଭଶ୍ରୀ ପଢ଼ିଆରୀ ଙ୍କ ମଂଚ ସଂଚାଳନ ରେ ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ସୁବ୍ରତ ବିଶ୍ୱାଳ ମୁଖ୍ୟ ଅତିଥି,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତା ତଥା ବିଷୟ ବିଶାରଦ ରୂପେ ଶିଶୁ ସୁରକ୍ଷା ବିଭାଗ ର ବରିଷ୍ଠ ଆଇନ ଅଧିକାରୀ ସୁବ୍ରତ ଦାସ, ଅଣ ଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ ପ୍ରମୁଖ ଯୋଗଦାନ କରିଥିଲେ ।ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ ତୃଣମୂଳ ସ୍ତରରେ ଶିଶୁ ମାନଙ୍କର ଅସୁବିଧା କୁ ଲକ୍ଷ୍ୟକଲେ ତୁରନ୍ତ (୧୦୯୮) ଚାଇଲ୍ଡ ହେଲ୍ପ ଲାଇନ ନିଃଶୁଳ୍କ ନମ୍ବର ରେ ସୂଚନା ପ୍ରଦାନ କରିବା ପାଇଁ କହିଥିଲେ।ସେହିପରି ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାନ୍ତି ପିଲାମାନ ଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ।ସୁରକ୍ଷା ଅଧିକାରିଣୀ ଆଇନ୍ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବନ୍ଧରେ ମତ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ତଥା ବିଷୟ ବିଶାରଦ ରୂପେ ଶ୍ରୀ ଦାସ ଶିଶୁ ମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରତ୍ୟେକ ଯତ୍ନବାନ ହେବା ଆବଶ୍ୟକ ବୋଲି ଦର୍ଶାଇ ଥିଲେ। ତତ୍ ସହ କୌଣସି ପରିସ୍ଥିତି ରେ ଶିଶୁ ବିପଦରେ ଥିଲେ ସମସ୍ତ ସାହାଯ୍ୟ,ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ। ସମସ୍ତ ସାତଟି ବ୍ଲକ ର ଆଶାକର୍ମୀ ମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।ଶିଶୁ ସୁରକ୍ଷା ୟୁନିଟ ର ବିଶ୍ୱ ନାରାୟଣ ପଣ୍ଡା,ମହେଶ ଚନ୍ଦ୍ର ଦାଶ,ଦମୟନ୍ତୀ ଦାଶ, ଧୀରଜ ବାରିକ୍ ,ଲକ୍ଷ୍ମୀପ୍ରିୟା ମଲ୍ଲିକ,କୂଳଦୀପ ଜେନା ସମେତ ଚାଇଲ୍ଡ ଲାଇନ ର ଟିମ୍ ସଦସ୍ୟ ଲକ୍ଷ୍ମୀକାନ୍ତ ସେଠୀ, ଚନ୍ଦ୍ରକାନ୍ତ ଗୋଚ୍ଛାୟତ,ପରାମର୍ଶ ଦାତା ଲକ୍ଷ୍ମଣ ଜେନା, ପରିଦର୍ଶକ ଦିଗ୍ ବିଜୟ ମହାନ୍ତି,ଟିମ୍ ମେମ୍ବର କାହୁଁ ମଲ୍ଲିକ,ଅମିତା ଦାସ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଟିମ୍ ସଦସ୍ୟ ରମାକାନ୍ତ ଜେନା ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.