Home ଓଡ଼ିଶା ଆଳି ସାର ଦୋକାନୀକୁ ଗୁଳିକରି ହତ୍ୟା ଘଟଣାରେ ହାଇଦର ପୁଅ ମୁନାକୁ ଆଜୀବନ କାରାଦଣ୍ଡ

ଆଳି ସାର ଦୋକାନୀକୁ ଗୁଳିକରି ହତ୍ୟା ଘଟଣାରେ ହାଇଦର ପୁଅ ମୁନାକୁ ଆଜୀବନ କାରାଦଣ୍ଡ

66

କେନ୍ଦ୍ରାପଡ଼ା ୪ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଆଳି ବଜାର ସାର ଦୋକାନୀକୁ ଗୁଳିକରି ହତ୍ୟା କରିବା ଘଟଣାରେ କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ ଗୋପାଳ ଚନ୍ଦ୍ର ବେହେରା ଗ୍ୟାଙ୍ଗଷ୍ଟର ମୁନା ଓରଫ ସେକ କାଦିରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି। ଘଟଣା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଆଳି ବଜାରରେ ଥିବା ସାର ଦୋକାନୀର ମାଲିକ ସୋନୁ ଓରଫ ସାହାନୱାଜ ଖାଁଙ୍କୁ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓରଫ ସେକ କାଦିର ଦାଦାବଟି ମାଗିଥିଲା। କିନ୍ତୁ ସୋନୁ ଦାଦାବଟି ନଦେବାରୁ ଗତ ୨୦୧୦ମସିହା ମଇମାସ ୨୪ତାରିଖ ପୂର୍ବାହ୍ନ ୧୦ଟା ସମୟରେ ଆଳିବଜାରସ୍ଥିତ ସାର ଦୋକାନରେ ବସିଥିବା ବେଳେ ସୋନୁ ଓରଫ ସାହାନୱାଜ ଖାଁଙ୍କୁ ହାଇଦରର ପୁଅ ମୁନା ଓରଫ ସେକ କାଦିର ଗୁଳି କରିଥିଲା। ଏଥିସହିତ ସୋନୁଙ୍କ ଦାଦା ୱାଜିଦ ଖାଁଙ୍କୁ ମଧ୍ୟ ମୁନା ଗୁଳି କରିଥିଲା। ଉଭୟ ସୋନୁ ଏବଂ ୱାଜିଦଙ୍କୁ ପ୍ରଥମେ ଆଳି ଡାକ୍ତରଖାନା ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସୋନୁଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୱାଜିଦ ଡାକ୍ତରଖାନାରେ ଚିକିତ୍ସିତ ହୋଇ ବଞ୍ଚିଯାଇଥିଲେ। ଆଳି ଥାନା କେଶ ନମ୍ବର ୫୫/୨୦୧୦ ତଥା ଏସ.ଟି. କେଶ ନମ୍ବର -୭୪/୨୦୧୩ରେ ସେହି ହତ୍ୟା ମାମଲାର ବିଚାର କରି ଜିଲ୍ଲାଦୈାରାଜଜ ସୋମବାର ଅଭିଯୁକ୍ତ ହାଇଦରର ପୁଅ ମୁନା ଓରଫ ସେକ କାଦିରକୁ ୩୦୨ଦଫାରେ ଆଜୀବନ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକବର୍ଷ ଜେଲଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି। ସେହିପରି ୩୦୭ଦଫାରେ ୫ବର୍ଷ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଏବଂ ୨୫ ଓ ୨୭ ଆର୍ମସ ଆକ୍ଟରେ ପ୍ରତ୍ୟେକ ୩ବର୍ଷକରି କାରାଦଣ୍ଡ ଓ ୫ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ଅଧିକ ୩ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ପୋଲିସ ଅଭିଯୁକ୍ତ ଦର୍ଶାଇଥିବା ଅନ୍ୟ ୮ଜଣଙ୍କ ମଧ୍ୟରୁ ଅଭିଯୁକ୍ତ ସେକ ଯାଦୋଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଫେରାର ରହିଛି। ଅନ୍ୟ ୬ଜଣ ସେକ ଲୋକମାନ, ସେକ ମୁକ୍ତାର ଅଲ୍ଲୀ, ରୋସନା ବିବି, ସେକ ଲିଆକତ ଓ ସେକ ଗରିବ ପ୍ରମୁଖଙ୍କୁ ଜିଲ୍ଲାଦୈାରାଜଜ ପ୍ରମାଣ ଅଭାବରୁ ଖଲାସ କରିଦେଇଥିବା ସୂଚନା ମିଳିଛି। ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ମାନସରଞ୍ଜନ ବେହେରା କୋର୍ଟରେ ମାମଲା ପରିଚାଳନା କରୁଥିବା ବେଳେ ମୁନା ଓରଫ ସେକ କାଦିରଙ୍କ ପକ୍ଷରୁ ଆଇନଜୀବୀ ରବି ମହାନ୍ତି ଓ ସୂର୍ଯ୍ୟ ମିଶ୍ର ଏବଂ ଖଲାସ ହୋଇଥିବା ୬ଜଣଙ୍କ ପକ୍ଷରୁ ଆଇନଜୀବୀ ଦେବଦାସ ମହାନ୍ତି କୋର୍ଟରେ ମାମଲା ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.