Home ଜିଲ୍ଲା ପରିକ୍ରମା ଆଲୋକ ଓ ଦିଲ୍ଲିପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ସେମିରେ କେନ୍ଦ୍ରପଡା ବାଲାବାବା

ଆଲୋକ ଓ ଦିଲ୍ଲିପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ସେମିରେ କେନ୍ଦ୍ରପଡା ବାଲାବାବା

18

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଳକ ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତର ଜଗନ୍ନାଥପ୍ରସାଦ ମା’ଖଡ୍ଗଧାରିଣୀ ମନ୍ଦିର ପଡିଆରେ ଅନୁଷ୍ଠିତ ଆଲୋକ ଓ ଦିଲ୍ଲିପ ମେମୋରିଆଲ ପଦ୍ମନାଭ କ୍ରିକେଟ ଟୁର୍ଣ୍ଣାମଣ୍ଟେର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ଆଜି କେନ୍ଦ୍ରପଡା ବାଲାବାବା ଓ କେନ୍ଦୁଝର ୟୁନିକ୍ କ୍ରିକେଟ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କେନ୍ଦୁଝର ୟୁନିକ୍ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୨୩୦ ରନ ସ୍କୋର କରିଥିଲା । ଦଳର ଖେଳାଳୀ ତାପସ ରାଉତ ୧୧୫ରନର ଶତକୀୟ ଇନିଙ୍ଗସ୍ ଖେଳିଥିଲେ । ୨୩୧ ରନ ବିଜୟ ଲକ୍ଷ୍ୟ ନେଇ କେନ୍ଦ୍ରପଡା ବାଲାବାବା ଦଳ ୧୯.୩ ଓଭରରେ ୨୩୧ ରନ କରି ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ପରେଶ ମହାନ୍ତି ୯୫ ରନ ସ୍କୋର କରିଥିଲେ । ତାପସ ରାଉତ ଓ ପରେଶ ମହାନ୍ତିଙ୍କୁ ଯୁଗ୍ମ ଭାବେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.