Home ଜିଲ୍ଲା ପରିକ୍ରମା ଆରଡ଼ିର ବାବାଆଖଣ୍ଡଳମଣୀ ମନ୍ଦିର ଖୋଲିବା ନେଇ ବୈଠକ

ଆରଡ଼ିର ବାବାଆଖଣ୍ଡଳମଣୀ ମନ୍ଦିର ଖୋଲିବା ନେଇ ବୈଠକ

79

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନରେ ଭଦ୍ରକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହ ପରିସରରେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବାବାଆଖଣ୍ଡଳମଣୀଙ୍କ ମନ୍ଦିର ଖୋଲିବା ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଡ଼. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୁଦନ ଦାସ, ଉପଜିଲ୍ଲାପାଳ ତଥା ଆରଡ଼ି ଟ୍ରଷ୍ଟିବୋର୍ଡ଼ର ସଭାପତି ପୀତାମ୍ବର ସାମଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୈଳାସ ଚନ୍ଦ୍ର ପରିଡ଼ାଙ୍କ ସମେତ ଆଖଣ୍ଡଳମଣୀଙ୍କ ସେବାୟତ ଓ ଟ୍ରଷ୍ଟିବୋର୍ଡ଼ର କର୍ମକର୍ତ୍ତା ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କରୋନା କଟକଣା ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମନ୍ଦିର ଦୀର୍ଘ ୭ମାସରୁ ଉର୍ଦ୍ଧ୍ୱ ଧରି ବନ୍ଦରହିଅଛି । ଯାହାଫଳରେ ସାଧାରଣ ଭକ୍ତମାନେ ବାବାମଣିଙ୍କ ଦର୍ଶନରୁ ବଂଚିତ ହୋଇଥିବା ବେଳେ ପ୍ରତିଦିନ ସେବାୟତମାନେ ବାବାମଣୀଙ୍କ ନୀତିକ୍ରାନ୍ତି ଚାଲୁ ରଖିଛନ୍ତି । କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲାଯିବ କି ନାହିଁ ସ୍ଥାନୀୟ ସେବାୟତ, ଟ୍ରଷ୍ଟିବୋର୍ଡ଼ର କର୍ମକର୍ତ୍ତା , ପୋଲିସ କର୍ମଚାରୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଡ଼. ଦାସ ଆଲୋଚନା କରିଥିଲେ । ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମନ୍ଦିର ଖୋଲାନଯିବା ସପକ୍ଷରେ ମତପ୍ରକାଶ କରିଥିଲେ । ସେବାୟତମାନେ ପାଳି ଅନୁସାରେ ପ୍ରତିଦିନ ଠାକୁରଙ୍କ ରୀତିକ୍ରାନ୍ତି କରିଆସୁଛନ୍ତି । ପ୍ରତିଦିନ ନୀତିକ୍ରାନ୍ତି ପାଇଁ ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ମନ୍ଦିର ବନ୍ଦ ଯୋଗୁଁ କୌଣସି ଭକ୍ତମାନେ ଆସିପାରୁ ନାହାନ୍ତି ଏବଂ ନୀତିକ୍ରାନ୍ତିରେ ସେବାୟତମାନେ ଘୋର ଆର୍ଥିକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଠାକୁରଙ୍କର ଏହି ନୀତିକ୍ରାନ୍ତି ପାଇଁ ସରକାରଙ୍କ ପକ୍ଷରୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ସେବାୟତମାନେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନା ପାଇଁ ଅନୁରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.