Home ଜିଲ୍ଲା ପରିକ୍ରମା ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର

ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର

2

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ବିଷୟରେ ତିହିଡ଼ି ଡିଗ୍ରୀ କଲେଜ, ତିହିଡ଼ିରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଭାବରେ ତିହିଡ଼ି ଡିଗ୍ରୀ କଲଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର, ଭଦ୍ରକ ଡାକ ବିଭାଗର ବିଜନେସ ଏକ୍ଜିକ୍ୟୁଟିଭ ଶୋଭନ ମହାନ୍ତି, ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ମୋନାଲିସା ପଣ୍ଡା, ସାଇବର ସେଲ ଅଧକ୍ଷ ଦୟାନିଧି ଦାସ, ଭଦ୍ରକ ଲିଡ୍ ବ୍ୟାଙ୍କ ମ୍ୟାନେଜର୍ ରାଜୀବ କୁମାର ରଞ୍ଜନ, ଲିଡ୍ ବ୍ୟାଙ୍କ୍ ସି ଏଫ୍ ଏଲ୍‌, ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ ଅଧିକାରୀ ମନୋଜ୍ କୁମାର ଦାସ, ପୂର୍ବତନ ଜିଲ୍ଲା ଆର୍ôଥକ ସେବା ଓ ସଞ୍ଚୟ ଅଧିକାରୀ ପଦ୍ମନ କୁମାର ରାୟ ମହୋଦୟା ଯୋଗ ଦେଇଥିଲେ। ଏହି ସଭାରେ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ସଭା ପରିଚାଳିତ କରିଥିଲେ ଓ ପିଲାମାନଙ୍କୁ ସଂଚୟର ମହତ୍ୱ ଜଣାଇବା ସହ ଆର୍ôଥକ ସକ୍ଷାର ସମାଜ ଗଢ଼ିବା ପାଇଁ ଅନୁପ୍ରାଣିତ କରିଥିଲେ। ସାଇବର ସେଲ ଅଧ୍ୟକ୍ଷା ପିଲାମାନଙ୍କୁ ସାଇବର ଅପରାଧୀ ମାନଙ୍କ ଶିକାରରୁ ବଂଚିବାର ଉପାୟମାନ ବୁଝାଇଥିଲେ। ଲିଡ୍ ବ୍ୟାଙ୍କ ମ୍ୟାନେଜର ଓ ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ୍ ମ୍ୟାନେଜର୍ ବ୍ୟାଙ୍କ୍ ରେ ଉପଲବ୍ଧ ଥିବା ସମସ୍ତ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲା ଡାକ ବିଭାଗର ବିଜନେସ ଏଜିକ୍ୟୁଟିଭ୍ ଡାକଘରେ ଉପଲବ୍ଧ ସମସ୍ତ ସଂଚୟ ଯୋଜନା ଗୁଡିକ ସମ୍ବଧରେ ଜଣାଇଥିଲେ। ପଦ୍ମନ କୁମାର ରାୟ ଓ ତିହିଡ଼ି ଡିଗ୍ରୀ କଲେଜର ଅଧକ୍ଷ ପିଲାମାନଙ୍କୁ ସଂଚୟ ପାଇଁ ଅନୁପ୍ରାଣିତ କରିଥିଲେ ଓ ଚିଟ୍ ଫଣ୍ଡ ଠକେଇ ଶିକାର ନହେବାକୁ ପରାମର୍ଶ ଦେଇଥିଲେ। ଏହି ସଭାରେ ତିହିଡ଼ି ଡିଗ୍ରୀ କଲେଜର ମୋଟ ୨୦୦ ଜଣ ଛାତ୍ର ଛାତ୍ରୀ ଯୋଗଦେଇଥିଲେ। ଏହି ସଭାର ଥିମ ଥିଲା “ଆଜିର ଏକ ସଚେତନ ଛାତ୍ର, କାଲିର ଦାୟିତ୍ୱବାନ ନାଗରିକ” । ଏହି ଥିମ ରେ ଅନୁପ୍ରାଣିତ ହେବା ପାଇଁ ଅଥିତି ପିଲାମାନଙ୍କୁ ଅନୁରୋଧ କରିଥିଲେ ଓ ମହାବିଦ୍ୟାଳୟ ପରିସରରେ ଓ ନିଜ ସାଙ୍ଗ ସାଥୀ ମାନଙ୍କ ମଧ୍ୟରେ ସଂଚୟ ଯୋଜନା, ଆର୍ôଥକ ସାକ୍ଷରତା ଓ ସାଇବର ସଚେତନତା ସମ୍ପର୍କରେ ସଚେତନ କରାଇବା ସହ ଜିଲ୍ଲା ପ୍ରଶାସନ ତରଫ ରୁ ଆୟୋଜିତ ଅନେକ ସାକ୍ଷରତା ଶିବିର ଗୁଡିକରେ ଯୋଗଦାନ ଦେଇ ସମାଜକୁ ସୁରକ୍ଷିତ ଓ ଆର୍ôଥକ ସାକ୍ଷର କରିବାରେ ସହାୟକ ହେବ। ଏହି ସଭାଟିକୁ ସଫଳ କରିବାରେ ତିହିଡ଼ି ଡିଗ୍ରୀ କଲେଜର ସମସ୍ତ କାର୍ଯ୍ୟ କର୍ତା, ଜିଲ୍ଲା ଆର୍ôଥକ ସେବା ଓ ସଞ୍ଚୟ ବିଭାଗ ର କର୍ମକର୍ତା ଓ ଡାକ ଏଜେଂଟ ମାନେ ସହାୟକ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.