Home ଜିଲ୍ଲା ପରିକ୍ରମା ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ଜନସୁରକ୍ଷା ଯୋଜନାର ପରିପୂର୍ତୀ ଅଭିଯାନ

ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ଜନସୁରକ୍ଷା ଯୋଜନାର ପରିପୂର୍ତୀ ଅଭିଯାନ

13

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଲିଡ୍ ବ୍ୟାଙ୍କ୍ ଅଫିସ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ଜନସୁରକ୍ଷା ପୂର୍ତି ଅଭିଯାନର ଉଦ୍ଘାଟନ ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ୍ ସ୍ତିତ କୋଲହ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ଥିବା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଭାବରେ ଭଦ୍ରକ ଲିଡ୍ ବ୍ୟାଙ୍କ୍ ମ୍ୟାନେଜର ନାଗେଶ୍ୱର ରାଓ, ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ମୋନାଲିସା ପଣ୍ଡା, ଭଦ୍ରକ ଲିଡ୍ ବ୍ୟାଙ୍କ୍ ମ୍ୟାନେଜର ନାଗେଶ୍ୱର ରାଓ, ୟୁକୋ ବ୍ୟାଙ୍କ୍ ଯୋନାଲ ଅଫିସର, ୟୁକୋ ବ୍ୟାଙ୍କ ତିହିଡି ବ୍ରାଂଚ ହେଡ,ପୂର୍ବତନ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ପଦ୍ମନ କୁମାର ରାୟ ଓ କୋଲହ ପଂଚାୟତ ର ପୂର୍ବତନ ସରପଂଚ ମହୋଦୟା ଯୋଗ ଦେଇଥିଲେ। ଏହି ସଭାରେ ଲଡିଏମ୍ ସଭା ପରିଚାଳନା କରିଥିଲେ ଓ ଲୋକମାନଙ୍କୁ ଜନସୁରକ୍ଷା ଯୋଜନା ଗୁଡ଼ିକ ସମ୍ପର୍କରେ ଅବଗତି କରାଇଥିଲେ ଓ ଲୋକମାନଙ୍କୁ ଏହି ସବୁ ଯୋଜନା ଗୁଡିକରେ ଯୋଡ଼ିହେବାପନି ପ୍ରୋତ୍ସାହିତ କରିଥିଲେ। ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ସଂଚୟ କରିବା ଲାଗି ଅନୁପ୍ରାଣିତ କରିଥିଲେ ଓ ସ୍ୱଳ୍ପ ସଂଚୟ ଯୋଜନା, ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ଅବଗତ କରାଇ ଥିଲେ। ସମସ୍ତ ଅତିଥି ବୃନ୍ଦ ଲୋକମାନଙ୍କୁ ସାଇବର ଫ୍ରଡ ମାନଙ୍କ ଠାରୁ ସତର୍କ ରହିବା ପାଇଁ ନିବେଦନ କରିଥିଲେ।ଲିଡ ବ୍ୟାଙ୍କ୍ ମ୍ୟାନେଜର ସରକାରଙ୍କ ଦ୍ୱାରା ପ୍ରଚଳିତ ସାମାଜିକ ସୁରକ୍ଷା ଯୋଜନା ଗୁଡିକ ସମ୍ପର୍କରେ ଅବଗତ କରାଇବା ସହ ଏହିସବୁ ଯୋଜନା ରେ ଯୋଡ଼ିହେବା ପାଇଁ ଅନୁପ୍ରାଣିତ କରିଥିଲେ। ପଦ୍ମନ ରାୟ ଲୋକମାନଙ୍କୁ ଚିଟ୍ ଫଣ୍ଡ କମ୍ପାନୀ ଗୁଡ଼ିକ ମଧ୍ୟରେ ନିବେଶ ନ କରିବା ଲାଗି ଅନୁପ୍ରାଣିତ କରିଥିଲେ। ଏହି ସଭାରେ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ। ସଭା ଶେଷରେ ଏକ କୁଇଜ୍ କାର୍ଯ୍ୟକ୍ରମ କରାଯାଇ ଥିଲା ଓ ପ୍ରତିଯୋଗି ମାନଙ୍କୁ ପେନ୍ ଦେଇ ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.