Home ଜିଲ୍ଲା ପରିକ୍ରମା ଆର୍ôଥକ ଅଭିବୃଦ୍ଧିରେ ସହାୟକ ହେବ ଜୈବିକ କୃଷି, ଆଦାନୀ ଫାଉଣ୍ଡେସେନ ପକ୍ଷରୁ ଜୈବିକ ଚାଷ ସମ୍ପର୍କିତ...

ଆର୍ôଥକ ଅଭିବୃଦ୍ଧିରେ ସହାୟକ ହେବ ଜୈବିକ କୃଷି, ଆଦାନୀ ଫାଉଣ୍ଡେସେନ ପକ୍ଷରୁ ଜୈବିକ ଚାଷ ସମ୍ପର୍କିତ ତାଲିମ ଶିବିର ଓ ପରିଭ୍ରମଣ

80

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫସଲ ଉତ୍ପାଦନ କ୍ଷେତ୍ରରେ ଜୈବିକ କୃଷି ଓ ମୃତ୍ତିକା ପରିଚାଳନାର ଉନ୍ନତି ପାଇଁ ନୂତନ ଜ୍ଞାନ କୌଶଳର ଆବଶ୍ୟକତା ରହିଛି । ଏ ଦିଗରେ ଆଦାନୀ ଧାମରା ପୋର୍ଟର ସିଏସ୍‌ଆର ଶାଖା ଆଦାନୀ ଫାଉଣ୍ଡେସନ ପକ୍ଷରୁ ଜୈବିକ ଚାଷ ସମ୍ପର୍କିତ ଦୁଇଦିନିଆ ତାଲିମ ଶିବିର ଓ ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପୋର୍ଟ ପାଶ୍ୱର୍ବର୍ତ୍ତୀ ୮ଟି ଗ୍ରାମପଞ୍ଚାୟତର ୪୫ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାସୁଦେବପୁର ବ୍ଲକ ବେତଡ଼ା ଅନ୍ତର୍ଗତ ନାଇଚାନପୁର ଗ୍ରାମ ଏବଂ ପୁରୀ ଜିଲା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ଅନ୍ତର୍ଗତ କୋଠବାଡ଼ସ୍ଥିତ ମା’ ମାଟି ତାଲିମ କେନ୍ଦ୍ରକୁ ଫେବୃଆରୀ ୭ ଏବଂ ୮ ତାରିଖରେ ପରିଭ୍ରମଣରେ ନିଆଯାଇଥିଲା । ତାଲିମର ପ୍ରଥମ ଦିନରେ କୃଷକମାନେ ଭଦ୍ରକ ବାସୁଦେବପୁର ବ୍ଲକର ବେତଡ଼ା ଗ୍ରାମ ନିକଟସ୍ଥ ନାଇଚାନପୁରଠାରେ ଭଦ୍ରକ କୃଷି ବିଜ୍ଞାନ କେନ୍ଦ୍ର ସହାୟତାରେ ରତିକାନ୍ତ ସାହୁଙ୍କ ଦ୍ୱାରା ୭ ଏକର ଜମିରେ କରାଯାଇଥିବା ଅର୍ଥକରୀ ପନିପରିବାର ଜୈବିକ କୃଷି ଉଦ୍ୟାନ ବୁଲି ଦେଖିଥିଲେ । ବିଭିନ୍ନ କିସମର ପନିପରିବା ଚାଷ ଓ ଜୈବିକ ପ୍ର୍ରଣାଳୀରେ ବିହନ ବିଶୋଧନ ସମ୍ବନ୍ଧରେ ଏଠାରେ ଚାଷୀମାନଙ୍କୁ ତାଲିମ ଦିଆଯାଇଥିଲା । ଦ୍ୱିତୀୟ ଦିନରେ ଚାଷୀମାନଙ୍କୁ ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ନିକଟ କୋଠବାଡ଼ଠାରେ ଜୈବିକ ଚାଷ ଉପରେ ଗୁରୁତ୍ୱ ଦେଉଥିବା ମା’ ମାଟି ତାଲିମ କେନ୍ଦ୍ରକୁ ନିଆଯାଇଥିଲା । ଚାଷୀମାନେ ବିଶେଷଜ୍ଞଙ୍କ ଠାରୁ ଜୈବିକ ଚାଷ ସମ୍ବନ୍ଧରେ ତାଲିମ ନେବା ସହ ଏହାକୁ କିପରି ବ୍ୟବସାୟିକ ମଡେଲରେ ଗ୍ରହଣ କରାଯାଇପାରିବ ସେ ନେଇ ଜ୍ଞାନ ଆହରଣ କରିଥିଲେ । ଏହି ପରିଭ୍ରମଣ ସମୟରେ ମା’ ମାଟି ତାଲିମ କେନ୍ଦ୍ରର ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ କୁମାର ମହାନ୍ତି ଜୈବିକ କୃଷି ସମ୍ବନ୍ଧରେ ଚାଷୀମାନଙ୍କୁ ବିଶେଷ ସୂଚନା ଦେବା ସହ ତାଲିମ କେନ୍ଦ୍ରର ଚାଷୀମାନଙ୍କ ଦ୍ୱାରା କରାଯାଇଥିବା ସବୁଜ ଖତ, ବ୍ୟବସାୟିକ ମାଛ ପୋଖରୀ, ଜୈବସାର, ସ୍ୱଳ୍ପମୂଲ୍ୟଯୁକ୍ତ କୃଷି ଯାନ୍ତ୍ରିକରଣ, ବିଦେଶୀ ଓ ଚାହିଦାଯୁକ୍ତ ପନିପରିବା ଚାଷ ସ୍ଥଳକୁ ବୁଲି ଦେଖାଇଥିଲେ । ଅଂଶଗ୍ରହଣକାରୀ ଚାଷୀମାନଙ୍କ ପାଇଁ ଏହି ପରିଦର୍ଶନ ଦକ୍ଷତା ଏବଂ ଜ୍ଞାନ ବୃଦ୍ଧିର ସୁଯୋଗ ଦେଇଛି ଏବଂ ଏଥିପାଇଁ ଆଦାନୀ ଧାମରା ପୋର୍ଟକୁ କୃତଜ୍ଞତା ଜଣାଇଛନ୍ତି ଜାଗୁଳା ଗ୍ରାମପଞ୍ଚାୟତର ଚାଷୀ ବଳଭଦ୍ର ଲେଙ୍କା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.