Home ଜିଲ୍ଲା ପରିକ୍ରମା ଆର୍‌.ସି.ବି.ଏଲ. ହାଇସ୍କୁଲରେ ବିଶ୍ୱ ଜଳ ଦିବସ ଓ ବିଶ୍ୱ ଜଙ୍ଗଲ ଦିବସ ପାଳିତ

ଆର୍‌.ସି.ବି.ଏଲ. ହାଇସ୍କୁଲରେ ବିଶ୍ୱ ଜଳ ଦିବସ ଓ ବିଶ୍ୱ ଜଙ୍ଗଲ ଦିବସ ପାଳିତ

20

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ଚରମ୍ପା ଠାରେ ଅବସ୍ଥିତ ରାମ ଚନ୍ଦ୍ର ବିହାରୀଲାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଜଳ ଦିବସ ଓ ବିଶ୍ୱ ଜଙ୍ଗଲ ଦିବସ ପାଳନ କରାଯାଇଛି । ଏଥି ନିମନ୍ତେ ଆୟୋଜିତ ସଭାରେ ସଭାପତିତ୍ୱ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ୍ ବିହାରୀ ପାଢୀ ମାନବ ଜୀବନ ପାଇଁ ଜଳ ଓ ବୃକ୍ଷର ଆବଶ୍ୟକତା ଓ ଏହାର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ସହ ଏଦି ଦିବସର ତାତ୍ପର୍ଯ୍ୟ ପ୍ରକାଶ କରିଥିଲେ । ରତ୍ନାକର ୟୁଥ ଏବଂ ଇକୋ କ୍ଲବ ତରଫରୁ ଆୟୋଜିତ ଏହି ସଭାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁରଜିତା ନାୟକ, ସଂଘମିତ୍ରା ବିଶ୍ୱାଳ ବକ୍ତବ୍ୟ ରଖି ଜଳ ସଂରକ୍ଷଣ ସହ ବୃକ୍ଷ ରୋପଣ ଉପରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପଦେଶ ଦେଇଥିଲେ । ଏହି ଅବସରରେ ରତ୍ନାକର ୟୁଥ ଏବଂ ଇକୋ କ୍ଲବ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସ୍ଳୋଗାନ ଲିଖନରେ ପ୍ରଥମ ଏସପି ସାଇ ଲିପ୍‌ସା, ଦ୍ୱିତୀୟ ଅଶୋକ କୁମାର ମହାନ୍ତି, ତୃତୀୟ ମାମା ସାହୁ, ପୋଷ୍ଟର ମେକିଂରେ ପ୍ରଥମ ସୁଧାଂଶୁବାଳା ସାହୁ, ଦ୍ୱିତୀୟ ଏସ୍‌ପି ସାଇ ଲିପ୍‌ସା, ତୃତୀୟ ବିଶ୍ୱରୂପା ଦାସ, ଏସେ ରାଇଟିଂରେ ପ୍ରଥମ ଅଶୋକ କୁମାର ମହାନ୍ତି, ଦ୍ୱିତୀୟ ଅତିଆତୁଲ ମୋମିନ, ତୃତୀୟ ସମ୍ବେଦିତା ପୃଷ୍ଟି, ଡିବେଟ୍‌ରେ ଲିଜା ଦାସ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମକୁ ଇକୋ କ୍ଲବ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ମନ୍ଦାକିନୀ ନାୟକ ଓ ଦେଶପ୍ରିୟା ବିଶ୍ୱାଳଙ୍କ ସମେତ ସୁରେନ୍ଦ୍ର ସେଠୀ, ଦିଲିପ ବେହେରା, କଲ୍ୟାଣୀ ପାଣିଗ୍ରାହୀ, ଗୀତାଞ୍ଜଳି ନାୟକ, ବୀଣାପାଣି ପଣ୍ଡା, ରାଧାରାଣି ବଳ, ଦୀପକ ସୁତାର, ରଞ୍ଜିତା ବଳ, ଅମିତା ପୁହାଣ, ଅଲିଭା ମହାନ୍ତି, ମମତା ବିଶ୍ୱାଳ, ପ୍ରମିଳା ମହାନ୍ତି, ପ୍ରଭାକର ଦାସ, ସସ୍ମିତା ବାରିକ, ସୁନନ୍ଦା ପତି, ରଞ୍ଜିତା ପରିଡ଼ା, ରାଜେଶ ଜେନା, ଜୟନ୍ତୀ ନାୟକ, ବନ୍ଦିତା ରାୟ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.