Home ଜିଲ୍ଲା ପରିକ୍ରମା ଆର୍ଟ ପଏଂଟ ଆନୁକୂଲ୍ୟରେ ‘ରାଗିଣୀ’ର ଛାନ୍ଦ ସଙ୍ଗୀତ

ଆର୍ଟ ପଏଂଟ ଆନୁକୂଲ୍ୟରେ ‘ରାଗିଣୀ’ର ଛାନ୍ଦ ସଙ୍ଗୀତ

216

ନୟାଗଡ଼, ୫ା୬ (ଓଡ଼ିଆ ପୁଅ) : ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ର ଆର୍ଟ ପଏଂଟ ଆନୁକୂଲ୍ୟରେ ଛାନ୍ଦ ସଙ୍ଗୀତ ଆସରକୁ ନେଇ ରାଗିଣୀ କଳାର ଏକ ମନୋଜ୍ଞ ପରିବେଶରେ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ଆବାହକ ବିଜୟାନନ୍ଦ ମହାପାତ୍ରଙ୍କ ସୁପରିକଳ୍ପନାରେ ଆୟୋଜିତ ଏହି ରାଗିଣୀ ଆସରରେ ଓଡ଼ିÿିଶାର ପ୍ରାଚୀନ ଯଶସ୍ୱୀ କବିମାନଙ୍କ ରଚିତ ଛାନ୍ଦକୁ କଣ୍ଠଶୀଳ୍ପୀମାନେ ଅତି ଲାଳିତ୍ୟଭାବେ ଗାୟନ କରି ଉପସ୍ଥିତ ଶ୍ରୋତା, ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଆଜ ଦେଖିଲିରେ, ରମଣି ରତନ ମେଘକୁ ଚାହିଁ, ଲେଖି ଅଛନ୍ତି ବ୍ରଜପୁର ମଣ୍ଡନା, ଶ୍ରୀରାଧା ବାତୁଳି, ଧିରେ ରାଧା କର ଧରି, ବସି କାନ୍ଦୁଥିବା ମାନିନୀ, ବିତଳକୁ ଆଲିଙ୍ଗନ, ନିର୍ମଳ ଚନ୍ଦ୍ର ମଣ୍ଡଳ, ଗୋବିନ୍ଦ ମିଚ୍ଛେଦେ ବରଳନାରୀ ଆଦି ପୁରାତନ ହୃଦୟଷ୍ପର୍ଶୀ ଗୀତ ଗୁଡ଼ିକୁ ଅତି ଚମକ୍ରାର ଭାବେ ଗାନ କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ରଜନୀକାନ୍ତ ମହାପାତ୍ର, ପ୍ରଭାତ କୁମାର ଦାଶ, ବିଜୟାନନ୍ଦ ମହାପାତ୍ର, ଦୁର୍ଗା ପ୍ରସାଦ ପଣ୍ଡା, ଧନେଶ୍ୱର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଜୟଣ୍ରୀ ଦେବୀ, ଭୂମିକା ମହାପାତ୍ର, ରାଗେଶ୍ରୀ ଦାଶ, ସୁଦେଷ୍ଣା ପଟ୍ଟନାୟକ ପ୍ରମୁଖ ଏହି ଗୀତ ଗୁଡ଼ିକୁ ଗାନ କରିଥିଲେ। ଏହି କଣ୍ଠଶିଳ୍ପୀମାନଙ୍କ ସ୍ୱର ଓ ସଂଗୀତ ସହ ପଖୌଜ ବାଦକ ଜୟକୃଷ୍ଣ ୍ବାରିକ, ଓଡ଼ିଶାର ପ୍ରଖ୍ୟାତ ବଂଶୀ ବାଦକ ସୂର୍ଯ୍ୟ ନାରାୟଣ ଭୂୟାଁ, ବେହେଲାରେ ପୂର୍ଣ୍ଣଚନ୍ଦ୍ର ଶତପଥୀ ଏବଂ ତବଲା ବାଦକ ଆକାଶବାଣୀ କଳାକାର ଗୋପବନ୍ଧୁ ବେହେରାଙ୍କ ବାଦ୍ୟଯନ୍ତ୍ର ପରିଚାଳନା ଶ୍ରେତାଙ୍କୁ ବେଶ୍ ଆନନ୍ଦ ଦେଇଥିଲା। ଛାନ୍ଦ ସଙ୍ଗୀତ ଆସରରେ ଯୁବ ନାଟ୍ୟକାର, କବି, ଲେଖକ, ନାଟ୍ୟ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସଂଯୋଜନା କରିଥିଲାବେଳେ ମୁଖ୍ୟଅତିଥିଭାବେ ଡ. ବିଜୟ କୁମାର ଚୌଧୁରୀ ଓ ସମ୍ମନୀତ ଅତି୍ଥିଭାବେ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.