Home ଅନୁଗୁଳ ଆରୋଗ୍ୟ ସେତୁ,ସାମାଜିକ ଦୂରତ୍ୱ ଓ ସାନିଟାଇଜ କରିବାନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱ

ଆରୋଗ୍ୟ ସେତୁ,ସାମାଜିକ ଦୂରତ୍ୱ ଓ ସାନିଟାଇଜ କରିବାନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱ

379

ତାଳଚେର,୨୦/୦୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭିଡିଓ କନଫରେସିଙ୍ଗ ମାଧ୍ୟମରେ ତାଳଚେର ନିର୍ବାଚନ ମଣ୍ଡଳୀର ବରିଷ୍ଠ କାର୍ଯ୍ୟକର୍ତା ମାନଙ୍କ ସହ ଆଲୋଚନା କରିବା ସହ ୩ ଟି କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସାମାଜିକ ଦୂରତ୍ୱ,ବାରମ୍ବାର ହାତକୁ ଧୋଇବା ତଥା ସାନିଟାଇଜ କରିବା ଏବଂ ଆରୋଗ୍ୟ ସେତୁ ଆପ କୁ ଡାଉନଲୋଡ କରିବା ଉପରେ ଧ୍ୟାନ ଦେବା ତଥା ସମସ୍ତ ଜନସାଧାରଣଙ୍କୁ ଏ ବିଷୟରେ ବୁଝାଇବା ଉପରେ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଚାଗ୍ରହ କାର୍ଯ୍ୟକ୍ରମ ରେ କାର୍ଯ୍ୟକର୍ତାମାନେ ସାମିଲ ହୋଇ ଏଭଳି ଏକ ମୁହୂର୍ତ୍ତରେ ଦେଶ ସେବା ପାଇଁ ଆଗଭର ହେବାକୁ ଆହ୍ୱାନ ଦେଇଛନ୍ତି।ଆଜି ତାଳଚେରରେ କୋଭିଡ-୧୯ ହସ୍ପିଟାଲ ଆରମ୍ଭ ହେବା ଏବଂ ମୁଁ ଆଜି ତାଳଚେର କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବା ଏକ ସଂଯୋଗ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ତାଳଚେରରେ ସିନା କୋଭିଡ ହସ୍ପିଟାଲ ହେଲା କିନ୍ତୁ ଭଗବାନଙ୍କ ଦୟାରୁ ସେଠାରେ ସର୍ବଦା ହସ୍ପିଟାଲ ଖାଲି ପଡୁ ଜଣେ ବି ହେଲେ କେହି କରୋନାରେ ଆକ୍ରାନ୍ତ ହୁଅନ୍ତୁ ନାହିଁ ଏହାହିଁ ଭଗବାନଙ୍କ ଠାରେ ପ୍ରାର୍ଥନା ବୋଲି ପ୍ରକାଶ କରିଥିଲେ। ବର୍ତ୍ତମାନ ଚାଉଳରୁ ଏଥନେଲ ଏବଂ ସେଥିରୁ ସାନିଟାଇଜର ବାହାର କରିବାକୁ ମୋ ବିଭାଗ କାର୍ଯ୍ୟ ଆରମ୍ଭ କରିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଯୋଗ ଦେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଏମସିଏଲ ଦ୍ୱାରା କରୋନା ହସ୍ପିଟାଲ ହୋଇଥିବାରୁ ସେ ତାଳଚେର ବାସୀଙ୍କ ତରଫରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ। ଆଜିର ଉକ୍ତ ବୈଠକରେ ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି,ରବି ନାରାୟଣ ପାଣି,ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ,ସମସ୍ତ ମଣ୍ଡଳ ସଭାପତି,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା,ସମସ୍ତ ବରିଷ୍ଠ କାର୍ଯ୍ୟକର୍ତା,ମିଡ଼ିଆସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.