Home ଜିଲ୍ଲା ପରିକ୍ରମା ଆରସିବିଏଲ୍ ସ୍କୁଲ ଟୀକାକେନ୍ଦ୍ରରେ କୋଭିଡ୍ ନିୟମକୁ ଲୋକଙ୍କ ଫୁ …

ଆରସିବିଏଲ୍ ସ୍କୁଲ ଟୀକାକେନ୍ଦ୍ରରେ କୋଭିଡ୍ ନିୟମକୁ ଲୋକଙ୍କ ଫୁ …

29

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ଚରମ୍ପାସ୍ଥିତ ରାମଚନ୍ଦ୍ର ବିହାରୀ ଲାଲ ହାଇସ୍କୁଲରେ ଚାଲିଥିଲା ଟୀକାକରଣ । ୧୮ ରୁ ୪୪ ବର୍ଷ ଲୋକଙ୍କ ପାଇଁ ଏହି ଟୀକାଦାନ କାର୍ଯ୍ୟକ୍ରମ ଚାଲିଥିଲା । ତେବେ ଏଠାରେ ଟୀକା ନେବା ନେଇ ଲୋକଙ୍କର ଲମ୍ବା ଧାଡି ଲାଗିରହିଥିବାବେଳେ ଟୀକା ଦିଆଯାଉଥିବା ହଲ୍ ସମ୍ମୁଖରେ ଲୋକଙ୍କର ଯେଭଳି ଧସ୍ତାଧସ୍ତିର ଦୃଶ୍ୟ ଦେଖିବାକୁ ମିଳିଥିଲା, ତାହା କୋଭିଡ୍‌-୧୯ ଭଳି ମହାମାରୀର ପ୍ରତି କେହି ସଚେତନ ହେବା ଭଳି ମନେ ହୋଇନଥିଲା । ଏ ଦିଗରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବ ଯୋଗୁଁ ଏଭଳି ଅପ୍ରିତିକର ପରିସ୍ଥିତି ଉପୁଜିଲା ବୋଲି ଜନସାଧାରଣଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଶେଷକରି ମହିଳା ଓ ପୁରୁଷମାନେ ଟୀକା ନେବା ପାଇଁ ମାସ୍କ ପିନ୍ଧି ଆସିବା ତ ଦୂରର କଥା ସାମାଜିକ ଦୂରତ୍ୱକୁ ଜଳାଞ୍ଜଳି ଦେଇ ପରସ୍ପର ଚଢାଚଢି ହୋଇ ଟୀକା ନେବାପାଇଁ ବ୍ୟାକୁଳ ହେବାର ଦେଖାଯାଇଥିଲା । ଏଣୁ ଆଗାମୀ ଦିନରେ ଟୀକାକରଣ ସ୍ଥାନରେ ଜିଲା ପ୍ରଶାସନ ପୁଲିସ୍‌ର ଶାନ୍ତିଶୃଙ୍ଖଳା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ପୁଲିସ୍‌ର ସହାୟତା ନେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.