Home ଜିଲ୍ଲା ପରିକ୍ରମା ଆରସା ଆଂଚଳିକ ସାଧନକେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ,ପିଲାଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ କରେ ସୁରଭି

ଆରସା ଆଂଚଳିକ ସାଧନକେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ,ପିଲାଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ କରେ ସୁରଭି

6

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧିନ ଅରସା ଉଚ୍ଚ ବିଦ୍ୟାଳୟ ପରିସରରେ ଆରସା ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ କାର୍ଯ୍ୟକ୍ରମ ଗୁରୁବାର ସାଧନ କେନ୍ଦ୍ର ସଂଯୋଜକ କେଶବ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପ୍ରଜ୍ଞାପାରମିତା ସାହୁଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ନିରଞ୍ଜନ ବାରିକ ଯୋଗଦେଇ ସୁରଭି ପିଲାମାନଙ୍କର ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ କରିବାରେ ସହାୟକ ହୋଇଥାଏ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଗୋଷ୍ଠି ଶିକ୍ଷାଧିକରିଣୀ ସୁଶ୍ରୀ ସୂର୍ଯ୍ୟଶିଖା ମହାନ୍ତି ଯୋଗଦେଇ ପିଲା ମାନେ ସୁରଭି କାର୍ଯ୍ୟକ୍ରମରେ ଭାଗନେଇ ସେମାନଙ୍କର ଲୁକାୟିତ ପ୍ରତିଭାକୁ ପରିପ୍ରକାଶ କରିବକୁ ପରାମର୍ଶ ଦେଇଥିବାବେଳେ ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ସୁରଭିର ଲକ୍ଷ୍ୟ ବୋଲି କହିଥିଲେ ।ବରେଣ୍ୟ ଅତିଥିଭାବେ ସରପଞ୍ଚ ସସ୍ମିତା ମଲିକ , ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକରିଣୀ ଲଷ୍ମୀପ୍ରିୟା ମାଝୀ, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଯାମିନୀ ମୋହନ ପାଢ଼ୀ, ସର୍ବେଶ୍ୱର ସାହୁ, ଶୈଳେନ୍ଦ୍ର କୁମାର ବାରିକ, ସନାତନ ସାହୁ ପ୍ରମୁଖ ଯୋଗଦେଇ ସୁରଭି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ କ୍ଷ ଏହି କାଯ୍ୟକ୍ରମରେ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାଧନକେନ୍ଦ୍ର ଅଧୀନରେଥିବା ମୋଟ ୧୦ଟିସ୍କୁଲର କନିଷ୍ଠ ଓ ବରିଷ୍ଠବର୍ଗର ପିଲା ୨୧ଟି ବିଭାଗର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ବର୍ଗରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପିଲାଙ୍କୁ ବ୍ଲକ ସ୍ତରୀୟ କାଯ୍ୟକ୍ରମ ପାଇଁ ମନୋନୀତ କରାଯାଉଥିଲା । ଆରସା ହାଇସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସାଧନକେନ୍ଦ୍ରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.