Home ଜିଲ୍ଲା ପରିକ୍ରମା ଆରମ୍ଭ ହେଲା ଟେଲି ମେଡିସିନ୍ ସେବା

ଆରମ୍ଭ ହେଲା ଟେଲି ମେଡିସିନ୍ ସେବା

43

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ କରୋନାର ଦ୍ୱିତୀୟ ଲହରର ମୁକାବିଲା କ୍ଷେତ୍ରରେ ଭଦ୍ରକ ଜିଲା ସ୍ୱାସ୍ଥ୍ୟ ବିଭାଗ ବହୁ ପଛରେ । ପ୍ରଥମ ଲହର ଅର୍ଥାତ୍ ଗତବର୍ଷ ଏପ୍ରିଲ ମାସରେ ଜିଲାରେ ଆରମ୍ଭ ହୋଇଥିଲା ଟେଲି ମେଡିସିନ୍ ସେବା । ଉଦ୍ଦେଶ୍ୟ ଥିଲା, କୋଭିଡ୍ ସଂକ୍ରମଣକୁ ପ୍ରତିହତ କରିବା । ତେଣୁ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ବ୍ଲକ୍‌ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାଧାରଣ ରୋଗୀଙ୍କୁ ନଆସିବାକୁ ପରାମର୍ଶ ଦିଆଯାଇଥିଲା । ଗୁରୁତର ରୋଗୀଙ୍କ ବ୍ୟତୀତ ଅନ୍ୟ ରୋଗୀମାନେ ଫୋନ୍ ଯୋଗେ ଡାକ୍ତରଙ୍କୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା । ଏଥିନିମିତ୍ତ ଫୋନ୍ ନମ୍ବର ଜାରି କରାଯାଇଥିଲା । ସକାଳୁ ସନ୍ଧ୍ୟା ଯାଏ ଜିଲାବାସୀ ଡାକ୍ତରଙ୍କ ପରାମର୍ଶ ନେଇ ପାରୁଥିଲେ । ଏପରିକି ଯଦି କୌଣସି ରୋଗୀଙ୍କ ସହ ଡାକ୍ତରଙ୍କ ଯୋଗାଯୋଗ ସମ୍ଭବ ହୋଇପାରୁନଥିଲା, ପରେ ଉକ୍ତ ନମ୍ବରରୁ ରୋଗୀଙ୍କ ନିକଟକୁ କଲ୍ କରି ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ବୁଝାଯାଉଥିଲା । କିନ୍ତୁ କରୋନାର ଦ୍ୱିତୀୟ ଲହର ଗତ ୨ ମାସ ଧରି ଭୟଙ୍କର ଆକାର ଧାରଣ କରିଥିଲେ ମଧ୍ୟ ଏଯାବତ୍ ଏହି ଟେଲି ମେଡିସିନ୍ ସେବା ଜିଲାରେ ଆରମ୍ଭ ହୋଇପାରିନଥିଲା । ଫଳରେ ବାଧ୍ୟ ହୋଇ ରୋଗୀମାନେ ଡାକ୍ତରଙ୍କୁ ପରାମର୍ଶ ପାଇଁ ଜିଲା ଚିକିତ୍ସାଳୟକୁ ଆସି ସଂକ୍ରମଣର ଶୀକାର ହେଉଥିଲେ । ଏସବୁ ଜାଣିବା ପରେ ମଧ୍ୟ ରୋଗୀମାନେ ଜୀବନକୁ ବିପନ୍ନ କରି ଜିଲା ହସ୍‌ପିଟାଲରେ ପହଞ୍ôଚୁଥିଲେ ଡାକ୍ତରଙ୍କ ପରାମର୍ଶ ପାଇଁ ।

ପ୍ରଥମ ଲହର ସମୟରେ ଯଦି ସ୍ୱାସ୍ଥ୍ୟ ବିଭାଗ ଟେଲି ମେଡିସିନ୍ ସେବା ପାଇଁ ତତ୍ପରତା ଦେଖାଇଲା, ଦ୍ୱିତୀୟ ଲହର ବେଳେ ବିଭାଗୀୟ ତତ୍ପରତାର ଅଭାବକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା । ତେବେ କରୋନା ସଂକ୍ରମଣ ଜିଲାରେ ସ୍ଥିର ରହି ଏବେ କମି କମି ଆସୁଛି । ଏତିକିବେଳେ ବିଳମ୍ବ ହେଲେ ମଧ୍ୟ ଜିଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଟେଲି ମେଡିସିନ୍ ସେବା । ଜିଲା ସ୍ୱାସ୍ଥ୍ୟ ପ୍ରଶାସନ ସୂଚନା ଅନୁଯାୟୀ ପ୍ରତିଦିନ ପୂର୍ବାହ୍ନ ୧୦ ରୁ ଅପରାହ୍ନ ୫ ଟା ଯାଏ ଟେଲି ମେଡିସିନ୍ ସେବା ଉପଲବ୍ଧ ହେଉଥିବାବେଳେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଭିଡିଓ କଲିଂ ମାଧ୍ୟମରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ବ୍ୟବସ୍ଥା ଆରମ୍ଭ ହୋଇଛି । ଏଥିନିମିତ୍ତ ବିଭାଗ ପକ୍ଷରୁ ଟେଲିଫୋନ୍ ନମ୍ବର ଜାରି କରାଯାଇଛି । ଜିଲା ଚିକିତ୍ସାଳୟ ପାଇଁ ୮୪୮୦୯୪୬୮୧୬ ଏବଂ ୬୩୭୦୪୪୮୦୦୭ ନମ୍ବର ଏବଂ ଟେଲି ମେଡିସିନ୍ ସେବା ପାଇଁ ୭୬୫୩୮୨୯୬୪୨ ଏବଂ ୭୬୫୫୦୫୦୮୬୮ ନମ୍ବର ଜାରି ହୋଇଛି । ସେହିଭଳି ଭଦ୍ରକ କଲେଜ କୋଭିଡ୍ ହସ୍‌ପିଟାଲ ସକାଶେ ୭୩୨୮୦୦୭୦୫୩ ଏବଂ ୭୮୭୨୫୭୩୩୫୪ ନମ୍ବରରେ ଯୋଗାଯୋଗ ପାଇଁ କୁହାଯାଇଛି । ଅନୁରୂପ ଭିଡିଓ କଲିଂ ସହିତ ଜିଲାର ୭ ଗୋଟି ସିଏଚ୍‌ସି, ଓଲଙ୍ଗ କୋଭିଡ୍ କେୟାର ସେଣ୍ଟର (ସିସିସି) ପାଇଁ ମଧ୍ୟ ନମ୍ବର ଦିଆଯାଇଛି । ଏହି ତଥ୍ୟ ଅନୁଯାୟୀ ଓଲଙ୍ଗ ସିସିସି ସକାଶେ ୬୩୭୧୧୨୯୮୪୯, ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ପାଇଁ ୮୪୮୦୯୪୬୮୧୯, ବରପଦା ସିଏଚ୍‌ସି ପାଇଁ ୮୪୮୦୯୪୬୮୧୪, ବାସୁଦେବପୁର ସିଏଚ୍‌ସି ପାଇଁ ୮୪୮୦୯୪୬୮୧୩, ଭଣ୍ଡାରିପୋଖରୀ ସିଏଚ୍‌ସି ପାଇଁ ୬୩୭୧୧୦୪୩୩୬, ଚାନ୍ଦବାଲି ସିଏଚ୍‌ସି ପାଇଁ ୯୩୪୮୬୯୯୪୦୧, ଧାମନଗର ସିଏଚ୍‌ସି ପାଇଁ ୬୩୭୦୬୦୭୧୭୪ ଏବଂ ତିହିଡି ସିଏଚ୍‌ସି ପାଇଁ ୯୩୪୮୯୯୯୩୯୬ ନମ୍ବର ଜାରି କରାଯାଇଛି । ଏପରି ଟେଲି ମେଡିସିନ୍ ସେବା ଉପଲବ୍ଧ କରିବା କ୍ଷେତ୍ରରେ କୌଣସି ସମସ୍ୟା ନଥିଲେ ମଧ୍ୟ ଏହି ବିଳମ୍ବିତ ସେବାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ବିଳମ୍ବିତ ପ୍ରକ୍ରିୟାକୁ ନେଇ ସବୁ ମହଲରେ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.