Home ଜିଲ୍ଲା ପରିକ୍ରମା ଆରଡି ପୀଠରେ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଜଣେ ଗୁରୁତର, ଭଦ୍ରକ ମେଡିକାଲକୁ...

ଆରଡି ପୀଠରେ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଜଣେ ଗୁରୁତର, ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

10

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆରଡି ପୀଠର ଉନ୍ନତିକରଣ କାର୍ଯ୍ୟକୁ ନେଇ ଗତକିଛିମାସ ହେବ ବିବାଦ ଦେଖା ଦେଇଥିଲା। ହେଲେ ଏହି ବିବାଦ ଏବେ ୨ଗୋଷ୍ଠୀଙ୍କ ମଧ୍ୟରେ ମାଡପିଟିରେ ପହଂଚିଛି। ସୋମବାର ଗୋଟିଏ ଗୋଷ୍ଠୀର ଲୋକ ସଂଘବଦ୍ଧ ହୋଇ ଅନ୍ୟ ଗୋଷ୍ଠୀର ରାଧାକାନ୍ତ ପାଢୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଆରଡି ଫାଣ୍ଡି ଅଧିକାରୀ ଉପସ୍ଥିତଥିଲେ ମଧ୍‌ଯ ନିରୂପାୟ ହୋଇ ପଳାଇ ଯାଇଥିଲେ। ରାଧାକାନ୍ତର ପରିବାର ଲୋକଙ୍କ କହିବା ଅନୁଯାୟୀ ଜାତୀୟ ରାଜପଥ ଓ ଡ୍ରେନେଜ କାର୍ଯ୍ୟରେ ରାଧାକାନ୍ତ ଓ ଅନ୍ୟକିଛି ବ୍ୟକ୍ତି ରହି ବୁଝାବୁଝି କରୁଥିଲେ। ହେଲେ ନିର୍ଦ୍ଧିଷ୍ଟ ଏକ ଗୋଷ୍ଠୀକୁ ଗତ ୩ଦିନ ତଳେ ଫୋନ୍ ଯୋଗେ ରାଧାକାନ୍ତକୁ ଲକ୍ଷାଧିକ ଟଙ୍କା ମାଗିବା ସହ ଘରୁ ବାହାରକୁ ଆସିଲେ ମାଡମାରବେ ଧମକ ଦେଇଥିବା ରାଧାକାନ୍ତର ପତ୍ନୀ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ରାଧାକାନ୍ତକୁ ଆରଡି ପ୍ରାଥମିକ ଚିକିତ୍ସା କରାଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ନହେବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏପଟେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.