Home ଜିଲ୍ଲା ପରିକ୍ରମା ଆରଡିରେ କଂଗ୍ରେସ ଦଳ ପକ୍ଷରୁ ୧୨ଘଂଟିଆ ବନ୍ଦ ପାଳନ

ଆରଡିରେ କଂଗ୍ରେସ ଦଳ ପକ୍ଷରୁ ୧୨ଘଂଟିଆ ବନ୍ଦ ପାଳନ

3

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ନ୍ୟାୟ ଦାବିରେ ରାଜ୍ୟ କଂଗ୍ରେସ ପକ୍ଷରୁ ୧୨ଘଂଟିଆ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଗୁରୁବାର ସକାଳ ୬ଟାରୁ ଆରଡି ସମେତ ସୁନ୍ଦରପୁର, ଓଳଗ, ନାନ୍ଦପୁର ଆଦି ଅଂଚଳରେ କଂଗ୍ରେସ କର୍ମିମାନେ ପିକେଟିଙ୍ଗି କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ଦୋକାନ ବଜାର ବନ୍ଦ କରିବାକୁ ସାଧାରଣ ଲୋକଙ୍କୁ ଜଣାଇଥିଲେ । ଯାହାର ପ୍ରଭାବରେ ଆରଡିପୀଠ ସମେତ ଓଳଗମଠ, ଦୋହରା ପାଟଣା, ସୁନ୍ଦରପୁର ବଜାର ବନ୍ଦ ରହିବା ସହ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ସମସ୍ତ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ବନ୍ଦ ରହିଥିଲା । ଅନ୍ୟପଟେ ଆରଡି ପୀଠକୁ ମଧ୍ୟ ସମସ୍ତ ବସ ସେବା ବନ୍ଦ ରହିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.