Home ଜିଲ୍ଲା ପରିକ୍ରମା ଆରଡିପୀଠ ମୁଖ୍ୟ ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୨ପରିବାରରଙ୍କର ୬ବଖରା ଛପର ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି...

ଆରଡିପୀଠ ମୁଖ୍ୟ ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୨ପରିବାରରଙ୍କର ୬ବଖରା ଛପର ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

4

ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆରଡି ପୀଠ ମୁଖ୍ୟ ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ଟି ପରିବାରଙ୍କର ୬୍ୱଖରା ଘର ସମ୍ପୁର୍ଣ୍ଣ ଭୋ୍ୱ ଜଳି ଯାଇଛି। ନିଆଁ କିପରି ଲାଗିଲା ଜଣା ପଡିନଥିବା ବେଳେ ୍ୱା୍ୱା ଆଖଣ୍ଡଳମଣିଙ୍କ ମନ୍ଦିର ପରିସରରୁ ଜଳନ୍ତା ଘିଅ ଦୀପ କାଉ ନେଇ ଆସି ଛପର ଘର ଉପରେ ରଖିଥି୍ୱା କାରଣରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ଏପରି ପୂର୍ବରୁ ଅନେକ ଥର ହୋଇଥିବା ନଜିର ରହିଛି। ଅଚାନକ ଶ୍ରୀଧର ସାହୁ ଓ ବଂଶିଧର ସାହୁଙ୍କ ଛପର ଘର ଜଳି ଉଠିବା ସହ ପାଖରେ ଥିବା ଅନ୍ୟ ଏକ ଛପର ଗଜେନ୍ଦ୍ର ସାହୁଙ୍କର ଘରକୁ ନିଆଁ ବ୍ୟାପିଯାଇଥିଲା। ବଜାରରେ ଥିବା ଲୋକ ଓ ସ୍ଥାନୀୟ ଲୋକ ନିଆଁ ରେ ପାଣି ପକାଇବା ସହ ଘର ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଦୀର୍ଘ ସମୟ ଧରି ନିଆଁକୁ ଆୟତ କରି୍ୱା ପାଇଁ ଚେଷ୍ଟା ଚଳାଇଥିଲେ ମଧ୍ୟ ନିଆଁରେ ସମସ୍ତ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଥିଲା। ଏପରି ଘରେ ଫସି ରହିଥିବା ୍ୱୃଦ୍ଧାଙ୍କ ସହ ୩ଜଣଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ଅଗ୍ନିଶମ କାର୍ଯ୍ୟାଳୟ ଦୁର୍ଘ ୪୦କିମି ଦୂର ଧାମନଗରରେ ଥିବାରୁ ଖବର ପାଇ ପହଂଚିଲା ବେଳକୁ ଘରେ ଥିବା ସମସ୍ତ ଜିନିଷ ସହ ନଗଦ ଟଙ୍କା ସୁନାଗହଣା ଫ୍ରିଜ ଆଦି ଜଳିଯାଇଥିବା ଅଗ୍ନିବିପନ୍ନ କହିଛନ୍ତି । ଘଟଣାସ୍ଥଳରେ ଆରଡି ଆର ଆଇ ପହଂଚି ଅଗ୍ନିକାଣ୍ଡ ସମ୍ପର୍କରେ ପଚାରି ବୁଝିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.