Home ଜିଲ୍ଲା ପରିକ୍ରମା ଆରଡିପୀଠ ପ୍ରବେଶ ପଥ ନାଳ ସଫେଇ ନାଁରେ ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ଚଳୁ! , ଡ୍ରେନେଜ...

ଆରଡିପୀଠ ପ୍ରବେଶ ପଥ ନାଳ ସଫେଇ ନାଁରେ ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ଚଳୁ! , ଡ୍ରେନେଜ ବିଭାଗ ଅଧିକାରୀ ଠିକାଦାରଙ୍କ ଅସାଧୁ ମେଂଟ

5

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ପୁରାତନ ଶୈବପୀଠକୁ ସରସ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ବହୁବିଧ ଯୋଜନାରେ କୋଟିକୋଟି ଟଙ୍କା ବ୍‌ଯୟ ବରାଦ କରାଯାଇ କାର୍ଯ୍ୟ କରାଯାଉଛି। ହେଲେ ଦାୟୀତ୍ୱରେ ଥିବା ଅଧିକାରୀ ଓ ଠିକାଦାରଙ୍କ ଅସାଧୁ ମେଂଟ ଯୋଗୁ କାର୍ଯ୍ୟ ସଫଳ ରୂପରେଖ ନେଇପାରୁ ନାହିଁ। ଏପରି ଜଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି ଆରଡିପୀଠ ପ୍ରବେଶ ପଥରେ ଥିବା ନାଳ ସଫେଇ ଯୋଜନାରେ। ବାବା ଆଖଣ୍ଡଳମଣିଙ୍କ ପୀଠର ପରିମଳ ବ୍‌ଯବସ୍ଥାର ସୁଧାର ଆଣିବା ପାଇଁ ଆଗନ୍ତୁକ ପର୍ଯ୍‌ଯଟକ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବାରମ୍ବାର ଦାବି ହେବା ପରେ ଭଦ୍ରକ ଜିଲାପାଳଙ୍କ ପରାମର୍ଶ କ୍ରମେ ପରିତ୍ୟକ୍ତ ହୋଇ ପଡିଥିବା ନାଳ ସଫେଇ ନିମନ୍ତେ ଜିଲା ଡ୍ରେନେଜ ବିଭାଗକୁ ଦାୟୀତ୍ୱ ଦିଆଯିବା ସହ ସ୍ଥାୟୀ ପ୍ରତିକାର ପାଇଁ ମଧ୍ୟ ବିଭାଗ ପକ୍ଷରୁ ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ହେଲେ ଉକ୍ତ ନାଳ ସଫେଇ ନାଁରେ ଏକ ଜେସିବ ଦ୍ୱାରା ଗାଣ୍ଡୁଏ ମାଟି ଉଠାଇଯାଇଥିଲେ ମଧ୍ୟ ଏବେ ନାଳର ଅବସ୍ଥା ଯଥା ପୂର୍ବ ତଥା ପରଂ । ନାଳର ପାଣି ନିସ୍କାସନ ହେବାତ ଦୂରର କଥା ପଚାସଢା ଆବର୍ଜନାରେ ଭର୍ତି ହୋଇ ଦୁର୍ଗନ୍ଧ ମୟ ପରିବେଷ ସୃଷ୍ଟି କରୁଛି । ଅପରପକ୍ଷେ ପୀଠକୁ ଆସୁଥିବା ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତ ଓ ପର୍ଯ୍‌ଯଟକ ପୀଠକୁ ପ୍ରବେଶ କରିବା ମାତ୍ରେ ନାକରେ ହାତ ଦେଇ ଯାଆଆସ କରୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଂଚଳବାସୀ ଅସନ୍ତୋଷ ବ୍‌ଯକ୍ତ କରିଛନ୍ତି। ଡ୍ରେନେଜ ବିଭାଗର ଅଧିକାରୀ ଓ ଠିକାଦାରଙ୍କ ଅସାଧୁ ମେଂଟ ଯୋଗୁ ନାଳ ସଫେଇ ନାଁରେ ଲକ୍ଷାଧିକ ଟଙ୍କା ଚଳୁ ହୋଇଥିବା ବିଭାଗୀୟ ଉଚ୍ଚ ପ୍ରଦାଧିକାରୀଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ ଫଳ ଶୂନ ବୋଲି କହିଛନ୍ତି ସ୍ଥାନୀୟ ଲୋକ। ଏ ବାବଦରେ ଡ୍ରେନେଜ ବିଭାଗର କନିଷ୍ଠଯନ୍ତ୍ରୀ ପ୍ରଦୀପ ମଲିକଙ୍କୁ ପଚାରିବାରୁ ୩ଟି ପର୍ଯ୍ୟାୟରେ ନାଳ ସଫେଇ କାର୍ଯ୍ୟ ହେବ। ନାଳ ସଫା ପାଇଁ ବିଲ ପାସ ହୋଇ କାର୍ଯ୍ୟ ହୋଇଛି ଆଗକୁ ଆହୁରି କାର୍ଯ୍ୟ କରାଯିବ। କେତେଟଙ୍କା ନାଳ ସଫେଇରେ ଖର୍ଚ୍ଚ ହୋଇଛି ପଚାରିବାରୁ ତାହା କିଛି କହିହେବ ନାହିଁ ବୋଲି ମନା କରିଦେଇଥିଲେ। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.