Home ଜିଲ୍ଲା ପରିକ୍ରମା ଆରଟିଓ ପଞ୍ଝାରେ ନାବାଳକ ବାଇକ୍ ଚାଳକ, ୧ ଲକ୍ଷ ୯ ହଜାର ଫାଇନ୍‌, ବାପା ଓ...

ଆରଟିଓ ପଞ୍ଝାରେ ନାବାଳକ ବାଇକ୍ ଚାଳକ, ୧ ଲକ୍ଷ ୯ ହଜାର ଫାଇନ୍‌, ବାପା ଓ ମା’ ଖାଇବେ କେଶ୍‌

28

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାବାଳକ ଗାଡି ଚାଳକଙ୍କ ପାଇଁ ସ୍ୱତନ୍ତ୍ର ଚେକିଂ କରୁଛି ଭଦ୍ରକ ଆଂଚଳିକ ପରିବହନ ବିଭାଗ । ବିଭିନ୍ନ ସ୍ଥାନରେ ଚେକିଂ ବେଳେ ଏକଲକ୍ଷରୁ ଅଧିକ ଟଙ୍କାର ଫାଇନ୍ ଆଦାୟ ହୋଇଛି । ଭଦ୍ରକ ସହରର କଲେଜ ରୋଡ୍‌ରେ ଯାଂଚ ବେଳେ ଅନେକ ନାବାଳକ ଗାଡି ଚାଳକଙ୍କୁ ଧରିଛି ଆରଟିଓ । କାଗଜପତ୍ର ଯାଂଚ ବେଳେ ଡିଏଲ୍ ସହ ଅନ୍ୟାନ୍ୟ କାଗଜପତ୍ର ନଥିବାରୁ ହେଭି ଫାଇନ୍ ଲାଗିଛି । ଦୁଇଜଣଙ୍କୁ ୨୫ ହଜାର, ଗୋଟିଏ ୩୫ ହଜାର ଓ ଅନ୍ୟ ଦୁଇଜଣଙ୍କୁ ୧୨ ହଜାର ଲେଖାଏଁ ଫାଇନ୍ ହୋଇଛି । ଆଗାମୀ ସମୟରେ ଧରାପଡିଥିବା ନାବାଳକଙ୍କ ବାପା ଓ ମା’ଙ୍କ ନାମରେ କେଶ୍ କରାଯିବ ବୋଲି ସୂଚନା ମିଳିଛି । ତେବେ ଛୋଟ ପିଲାମାନଙ୍କୁ ଗାଡି ଚଳାଇବା ପାଇଁ ନଦେବାକୁ ଅନୁରୋଧ କରିଛନ୍ତି ଅଧିକାରୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.