ଭୁବନେଶ୍ୱର ୮-୭ (ଓଡ଼ିଆ ପୁଅ) ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ଗଂଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାରେ କୋଭିଡ-୧୯ ସଂପର୍କିତ ନିୟମ ପ୍ରବର୍ତ୍ତନ ଓ ସୀମା ବନ୍ଦ ଆଦି ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ। ଏହି ଅବସରରେ ସେ ଛତ୍ରପୁର ଠାରେ ଦକ୍ଷୀଣାଞ୍ଚଳ ରେଂଜ ଡିଆଇଜି, ଆରକ୍ଷୀ ଅଧିକ୍ଷକ ଗଂଜାମ ଓ ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁରଙ୍କ ସହ ଜିଲ୍ଳାରେ କୋଭିଡ-୧୯ ସ୍ଥିତି ବାବଦରେ ବିସ୍ତୃତ ଆଲୋଚନା କରିଥିଲେ। ପରେ ସେ ସହରରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ କାର୍ଯ୍ୟସ୍ଥଳରେ ସାମାଜିକ ଦୂରତ୍ୱ ଅବଲମ୍ବନ ସହ କୋଭିଡ-୧୯ ସଂପର୍କିତ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ କଠିନ ପରିଶ୍ରମର ସେ ପ୍ରଶଂସା କରିବା ସହ ପୋଲିସକୁ ସହଯୋଗ ପାଇଁ ଗଂଜାମ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ। ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଏହି ଗସ୍ତ ଜିଲ୍ଲା ପୋଲିସର ମନବଳଙ୍କୁ ଉଚ୍ଚ କରିବାରେ ନିଶ୍ଚୟ ସହାୟକ ହେବ।
Home Coronavirus Outbreak ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ଗଂଜାମ ଜିଲ୍ଲା ଗସ୍ତ – କୋଭିଡ-୧୯ ସଂପର୍କିତ ନିୟମ ପ୍ରବର୍ତ୍ତନ...