Home ଜିଲ୍ଲା ପରିକ୍ରମା ଆରଏମ୍‌ସି ଅଧୀନରେ କାର୍ଯ୍ୟ କରୁଥିବା କ୍ୱାଲିଟି ଏନାଲିଷ୍ଟମାନେ ୩ ମାସ ଦରମାରୁ ବଂଚିତ, ୭ ତାରିଖ...

ଆରଏମ୍‌ସି ଅଧୀନରେ କାର୍ଯ୍ୟ କରୁଥିବା କ୍ୱାଲିଟି ଏନାଲିଷ୍ଟମାନେ ୩ ମାସ ଦରମାରୁ ବଂଚିତ, ୭ ତାରିଖ ସୁଦ୍ଧା ବକେୟା ଦରମା ପ୍ରଦାନ କରିବାକୁ ଜିଲାପାଳଙ୍କ ପ୍ରତିଶ୍ରୁତି

10

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାନ ସଂଗ୍ରହ କାର୍ଯ୍ୟରେ ଭଦ୍ରକ ଆରଏମ୍‌ସିରେ ନିଯୁକ୍ତି ପାଇଥିବା ୪୬ ଜଣ କ୍ୱାଲିଟି ଏନାଲିଷ୍ଟମାନେ ଗତ ମାର୍ଚ୍ଚ ମାସ ଠାରୁ ମଇ ପର୍ଯ୍ୟନ୍ତ ତିନିମାସ ଧରି ଦରମା ପାଇନାହାଁନ୍ତି। ଏହି କର୍ମଚାରୀମାନେ ଏମ୍‌/ଏସ୍ କ୍ୱେସ ସର୍ଭିସ୍ ପ୍ରୋଭାଇଡର ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଛନ୍ତି। ତିନିମାସ ଧରି କାର୍ଯ୍ୟ କରିଥିଲେ ମଧ୍ୟ ଏମାନଙ୍କୁ ସଂପୃକ୍ତ ପ୍ରୋଭାଇଡର ସଂସ୍ଥା ଦରମା ଦେଇନାହିଁ। ଏଣୁ ଏମାନଙ୍କର ପରିବାର ଚଳାଇବା ଦୁର୍ବିସହ ହୋଇପଡିଛି। ଏଭଳି ପରିସ୍ଥିତିରେ ଏହି କର୍ମଚାରୀମାନେ ଆଜି ଜିଲାପାଳଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏହି ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ, ସେମାନେ ନିୟମିତ ଆରଏମ୍‌ସିକୁ ଯାଇ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ସେମାନଙ୍କର ରେକର୍ଡପତ୍ର ଠିକ୍ ସମୟରେ ଦାଖଲ କରିବା ସହ ସ୍ୱୀକୃତି ମଧ୍ୟ ଲାଭ କରିଛି। ଭଦ୍ରକ ଆରଏମ୍‌ସିରେ କୌଣସି ଫାଇଲ୍ ଏ ବାବଦରେ ପଡିରହିନାହିଁ। ତେବେ ବକେୟା ଦରମା ପ୍ରଦାନ ବାବଦରେ ସଂପୃକ୍ତ ସର୍ଭିସ୍ ପ୍ରୋଭାଇଡର ସଂସ୍ଥା କହୁଛନ୍ତି ଯେ ଓଏସ୍‌ଏଏମ୍ ବୋର୍ଡ କର୍ତୃପକ୍ଷ ଆର୍ଥିକ ଅନୁଦାନ ମିଳିନଥିବାରୁ ଦରମା ଦେବାରେ ବିଳମ୍ବ ଘଟିଛି। ଦରମା ନପାଇବା ସତ୍ୱେ ଏବେ ଆମେ ରବିଧାନ ସଂଗ୍ରହ କାର୍ଯ୍ୟରେ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରୁଛୁ। ଦରମାରେ ବିଳମ୍ବ ଘଟୁଥିବାରୁ ଆମର ଇଏସ୍‌ଆଇ ଓ ପ୍ରୋଭିଡେଂଟ ଫଣ୍ଡ ବାବଦରେ ଏପ୍ରିଲ-ମଇ ମାସ କୌଣସି ଅର୍ଥ ଜମା ହୋଇନାହିଁ। ତେଣୁ ଏପରି ସ୍ଥଳେ ସେମାନେ ଦରମା ନପାଇଲେ ସେମାନଙ୍କର ପରିବାର ଆସୁଥିବା ପର୍ବପର୍ବାଣୀ ଓ ଦୈନନ୍ଦିନ ଚଳଣି ଦୁର୍ବିସହ ହୋଇପଡିବ। ଆସନ୍ତା ୧୦ ତାରିଖ ସୁଦ୍ଧା ସେମାନଙ୍କୁ ଦରମା ଦେବାକୁ ସେମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଜିଲାପାଳ ୭ ଦିନ ମଧ୍ୟରେ ବକେୟା ଦରମା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କ୍ୱାଲିଟି ଏନାଲିଷ୍ଟ ସୁପରଭାଇଜର ଗୌରୀଶଙ୍କର ପୁହାଣ ଗଣମାଧ୍ୟମକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.