Home କେନ୍ଦ୍ରାପଡ଼ା ଆରଏମସି ପରିଚାଳିତ ହାଟ ସମୁହର ଚାଷୀ-ବେପାରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ...

ଆରଏମସି ପରିଚାଳିତ ହାଟ ସମୁହର ଚାଷୀ-ବେପାରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

85

କେନ୍ଦ୍ରାପଡା ୩୧/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ପରିଚାଳିତ ହାଟ ସମୁହର ଚାଷୀ – ବେପାରୀ ସଂଗଠନ ପକ୍ଷରୁ ସେମାନଙ୍କୁ ସହାୟତା ପ୍ରଦାନ ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସାରା ବିଶ୍ୱ ବର୍ତ୍ତମାନ କରୋନା ଭୂତାଣୁର କବଳରେ କବଳିତ ହୋଇଥିବାରୁ ସବୁଠି ଲକଡାଉନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ସେହିପରି ଦେଶର ପ୍ରଧାନମନ୍ତ୍ରୀ ଓ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କରୋନାର ମୁକାବିଲା ପାଇଁ ବିଭିନ୍ୱ ପଦକ୍ଷେପ ନେଇଛନ୍ତି ଯାହାକୁ ଏହି ସଂଗଠନର ଚାଷୀ ଓ କ୍ଷୁଦ୍ର ବେପାରୀମାନେ ଶତ ପ୍ରତିଶତ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛନ୍ତି। ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ସାରା ରାଜ୍ୟ ସମେତ କେନ୍ଦ୍ରାପଡା ଜିଲ୍ଲାର ଆରଏମସି ପରିଚାଳିତ ହାଟ ସମୁହରେ ସପ୍ତାହରେ ୨ଦିନ ବେପାରକରି ପରିବାର ପ୍ରତିପୋଷଣ କରୁଥିବା ଚାଷୀ ଓ କ୍ଷୁଦ୍ର ବେପାରୀମାନେ ଜନସମାଗମ ହେତୁ ହାଟ ଗୁଡିକ ବନ୍ଦ ହୋଇଯିବାରୁ ସେମାନଙ୍କ ପରିବାର ଚଳାଇବା କଷ୍ଟକର ହୋଇପଡିଛି। ତେଣୁ ସେମାନଙ୍କୁ ଚିହ୍ନଟ କରାଯାଇ ସରକାରୀ ସହାୟତା ପ୍ରଦାନ କରାଯିବାକୁ ସଂଗଠନର ସଭାପତି ତଥା ଆଇନଜୀବି ରମଣୀରଞ୍ଜନ ରାଉତରାୟ, ସମ୍ପାଦକ ଭକ୍ତିଭୂଷଣ ମଲ୍ଲିକ, ଉପସଭାପତି ଗୁରୁଚରଣ ସ୍ୱାଇଁ, ବସନ୍ତ ସ୍ୱାଇଁ ଓ ଗୈାତ୍ତମ ନାୟକ ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଜିଲ୍ଲା ଜରୁରୀ ବିଭାଗରେ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.