Home ଜିଲ୍ଲା ପରିକ୍ରମା ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର କୁନିକୁନି ଫୁଲକଢି ଶିଶୁ ପୁସ୍ତକ ଉନ୍ମୋଚିତ

ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର କୁନିକୁନି ଫୁଲକଢି ଶିଶୁ ପୁସ୍ତକ ଉନ୍ମୋଚିତ

4

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର ସାମରାଇପୁର ସ୍ଥିତ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ଆକାଡେମୀ ସଦସ୍ୟ ଇଂ ଅଭୟ ସୂତାରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଆସରରେ କବି ଓ ଶିକ୍ଷାବିତ୍ ଜଗନ୍ନାଥ ନାୟକଙ୍କ ଶିଶୁ ପୁସ୍ତକ “କୁନି କୁନି ଫୁଲକଢି” ଉନ୍ମୋଚିତ ହୋଇଯାଇଛି। ଉକ୍ତ ପୁସ୍ତକର ସମୀକ୍ଷକ ଥିଲେ ଅଧ୍ୟକ୍ଷ କୃପାସିନ୍ଧୁ ନାୟକ “ଆମ ଭାଷାରେ ଆମ ସଂସ୍କୃତି” ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ପ୍ରଫେସର ସଂଗ୍ରାମ କିଶୋର ମହାନ୍ତି, ମୁଖ୍ୟଅତିଥି କୈଳାସ ଚନ୍ଦ୍ର ପାଣିଗ୍ରାହି, ସମ୍ମାନନୀୟ ଅତିଥି ଅଧ୍ୟକ୍ଷ ନୀହାର ରଞ୍ଜନ କର, ପୂର୍ବତନ ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ, ପୂର୍ବତନ ଅଧ୍ୟକ୍ଷ ଶିବଚରଣ ଖାମୁରାଇ, ବିଜୟ କୁମାର ବହଳୀ ପ୍ରମୁଖ ଭାଷା ଜୀବନର ଆଶାକୁ ପ୍ରକାଶ କରିଥାଏ। ଭାଷା ଦ୍ୱାରା ସଂସ୍କୃତି ରକ୍ଷା ହୋଇପାରେ, ମା ମାତୃଭାଷା ଓ ମାତୃଭୂମି ମନୁଷ୍ୟର ଜୀବନଚର୍ଯ୍ୟାରେ ନିଶ୍ଚିତ ଭାବେ ଏକ ସୁଉଚ୍ଚ ସ୍ଥାନରେ ରହିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ପୁରୁଷୋତମ ଧଳ ଓ କବୟିତ୍ରୀ ମାନସୀବାଳା ସୂତାରଙ୍କ ସଂଯୋଜନାରେ ଆୟୋଜିତ କୁମ୍ଭ ସଂକ୍ରାନ୍ତି କବିତା ଆସରରେ, ଅଜୟ ଚନ୍ଦ୍ର ମହାପାତ୍ର, ସନ୍ତୋଷ କୁମାର ସାହୁ, ଅନୁପମା ସାହୁ, ସରୋଜିନୀ ନାୟକ, ଅଧିବକ୍ତା ମନୋରଞ୍ଜନ ଦାସ, ଉମେଶ ଚନ୍ଦ୍ର ମହାପାତ୍ର, ଅଂଶୁମାନ ସ୍ୱାଇଁ, ବିପ୍ଳବ କୁମାର ହୋତା, କୈଳାସ ଦାସ, ମହେନ୍ଦ୍ର ଓଝା, ସୁରେଶ କୁମାର ସାହୁ, ସନ୍ତୋଷ କୁମାର ମିଶ୍ର ପ୍ରମୁଖ ବହୁକବି ସ୍ୱରଚିତ କବିତା ପାଠ କରିଥିଲେ। ପ୍ରକୃତି କବି ବୈକୁଣ୍ଠ ବିଶ୍ୱାଳ ମଂଚ ଆହ୍ୱାନ, ସମ୍ପାଦକ ଡାକ୍ତର ଅନିଲ କୁମାର ଦାଶ ବେଦପାଠ ଓ ସମ୍ପାଦକୀୟ ପାଠ, ସହ ସମ୍ପାଦିକା ମମତାରାଣୀ ଦାଶମିଶ୍ର ମଂଚ ପରିଚାଳନା ଓ ଶେଷରେ ନିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.