Home ଜିଲ୍ଲା ପରିକ୍ରମା ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର “ଆଧୁନିକ ଓଡ଼ିଶାର ବିନ୍ଧାଣି ଡ. ହରେକୃଷ୍ଣ ମହତାବ”

ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର “ଆଧୁନିକ ଓଡ଼ିଶାର ବିନ୍ଧାଣି ଡ. ହରେକୃଷ୍ଣ ମହତାବ”

21

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ମାତୃଭାଷା ପରିଷଦର ବିଛାସଂକ୍ରାନ୍ତି ଆସର ସାମରାଇପୁର, କଲ୍ୟାଣୀନଗର ସ୍ଥିତ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ପ୍ରକୃତିବନ୍ଧୁ ଶିକ୍ଷାବିତ୍ ବୈକୁଣ୍ଠ ବିଶ୍ୱାଳଙ୍କ ପୌରହିତ୍ୟରେ ଡ. ରାମଚନ୍ଦ୍ର ପଣ୍ଡା ଆସରକୁ ଉଦ୍‌ଘାଟନ କରିଥିଲେ। ପ୍ରତିଷ୍ଠାତା ସମ୍ପାଦକ ଡାକ୍ତର ଅନିଲ କୁମାର ଦାଶ ବେଦପାଠ ଓ ସମ୍ପାଦକୀୟ ପାଠ କରିଥିଲେ। ଆଧୁନିକ ଓଡ଼ିଶାର ବିନ୍ଧାଣି ଡ. ହରେକୃଷ୍ଣ ମହତାବ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ପ୍ରଫେସର ଡ. କ୍ଷୀରୋଦ କୁମାର ସାମଲ, ମୁଖ୍ୟ ଅତିଥି ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ପ୍ରାକ୍ତନ ଅଧ୍ୟକ୍ଷ ଶିବଚରଣ ଖାମୁରାଇ, ଦାମୋଦର ସଂସ୍କୃତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. କୃପାସିନ୍ଧୁ ନାୟକ, ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, ବାଣୀକବି ଦୟାନିଧି ମିଶ୍ର, ସାରଥି ପଣ୍ଡା ଓ କବି କୈଳାସ ଦାସ ପ୍ରମୁଖ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବ ନୂତନ ଓଡ଼ିଶା ନିର୍ମାଣର ଶୃଙ୍ଖଳିତ ବିନ୍ଧାଣି ତଥା ପ୍ରଥମ ମୁଖ୍ୟମନ୍ତ୍ରୀ, ମୁଖ୍ୟତଃ ପାରାଦ୍ୱୀପ ବନ୍ଦର, ହୀରାକୁଦ ନଦୀବନ୍ଧ ଯୋଜନା, ମାଛକୁଣ୍ଡ ଜଳ ବିଦ୍ୟୁତ ଯୋଜନା, ଭୁବନେଶ୍ୱରରେ ନୂତନ ରାଜଧାନୀ, ନୂତନ ସଚ୍ଚିବାଳୟ, ରାଜ୍ୟ ସଂଗ୍ରହାଳୟ, କଟକରେ ବାରବାଟୀ ଷ୍ଟାଡିୟମ, କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, କଳା ବିକାଶ କେନ୍ଦ୍ର, ରାଉରକେଲା ଇସ୍ପାତ କାରଖାନା ଓ ଭଦ୍ରକରେ ହଦ୍‌ଗଡ ନଦୀବନ୍ଧ, ସହିଦ୍ ସ୍ମୃତି ଭବନ, ଭଦ୍ରକ ମହାବିଦ୍ୟାଳୟ, ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟ ଇତ୍ୟାଦି ନିର୍ମାଣ କରାଇଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଶିଶୁକବୀ ଓ ସହ ସମ୍ପାଦିକା ମମତାରାଣୀ ଦାଶମିଶ୍ରଙ୍କ ସଂଯୋଜନାରେ କବିତା ଆସରରେ ଶିକ୍ଷାବିତ୍ ଗୟାଧର ଦାସ, ସନ୍ତୋଷ କୁମାର ମିଶ୍ର, ନିରଞ୍ଜନ ନାୟକ, ଅଧ୍ୟାପକ ଉମାକାନ୍ତ ମହାଳିକ, ମଧୁସୂଦନ ମହାପାତ୍ର, ଉମେଶ ଚନ୍ଦ୍ର ମହାପାତ୍ର, ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ, ମହେଶ୍ୱର ସାହୁ, ସୁରେଶ କୁମାର ରାଉତ, ମୋନାଲିସା ସାହୁ, ରାଜେନ୍ଦ୍ର କୁମାର ମହାପାତ୍ର, ସ୍ମୃତିସ୍ମିତା ସାମଲ ପ୍ରମୁଖ ପ୍ରାୟ ପଚାଶ ଜଣ କବି କବିତା ପାଠ କରିଥିଲେ। ସୁଶ୍ରୀ ଅଦିତି ପ୍ରଭା ଦାଶ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଅଧିବକ୍ତା ମନୋରଞ୍ଜନ ଦାସ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ ଓ ଶେଷରେ ଶିକ୍ଷାବିତ୍ ଲକ୍ଷ୍ମଣ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.