Home ଜିଲ୍ଲା ପରିକ୍ରମା ଆମ ମାତୃଭାଷା ପରିଷଦର ରଜସଂକ୍ରାନ୍ତି ଆସର, ‘ପଲ୍ଲୀ ଜୀବନ’ ସବୁ ଅବସ୍ଥାରେ ବଞ୍ଚିବାର ଶିକ୍ଷା ଦେଇଥାଏ

ଆମ ମାତୃଭାଷା ପରିଷଦର ରଜସଂକ୍ରାନ୍ତି ଆସର, ‘ପଲ୍ଲୀ ଜୀବନ’ ସବୁ ଅବସ୍ଥାରେ ବଞ୍ଚିବାର ଶିକ୍ଷା ଦେଇଥାଏ

44

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ପଲ୍ଲୀ ଜୀବନ’ ମନୁଷ୍ୟକୁ ସବୁ ଅବସ୍ଥାରେ ଅର୍ଥାତ୍ ଦୁଃଖ, ସୁଖ, କାଦୁଅ, ମାଟି, ଶୃଙ୍ଖଳା, ସମ୍ପର୍କ ଅର୍ଥାତ୍ ବଡ଼ସାନ ମାନିବାର ଭାବକୁ ଶିକ୍ଷା ଦେଇଥାଏ ବୋଲି ଭଦ୍ରକ କଲ୍ୟାଣୀ ନଗର ସ୍ଥିତ ଗୁରୁକୃପା ଭବନରେ ଆମ ମାତୃଭାଷା ପରିଷଦର ‘ସଂକ୍ରାନ୍ତି ଆସର’ରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଉକ୍ତ ଆସରରେ ଇଂ ଅଭୟ ସୂତାରଙ୍କ ସଭାପତିତ୍ୱରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ। ‘ଆମ ସାହିତ୍ୟରେ ପଲ୍ଲୀ ଜୀବନ’ ଶୀର୍ଷକ ଆଲୋଚନାରେ ବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ବିଶେଷ ବକ୍ତା କେଉଁଝର ବଉଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ, ଅତିଥି ଭାବେ ଆଖଣ୍ଡଳମଣି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ହୋତା, ଅଧ୍ୟାପକ ନୀହାର ରଞ୍ଜନ କର ଓ ପ୍ରାଧ୍ୟାପକ ରମାକାନ୍ତ ନାୟକ ପ୍ରମୁଖ ମତବ୍ୟକ୍ତ କରିଥିଲେ। ପରିଷଦର ସମ୍ପାଦକ ଡା. ଅନିଲ କୁମାର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ପରିଷଦ ମେ ମାସଠାରୁ ପ୍ରତିମାସ ତୃତୀୟ ଗୁରୁବାର ଦିନ ଅପରାହ୍ଣ ୪ଟାରୁ ଏକ ଦାତବ୍ୟ ରୋଗୀ ପରୀକ୍ଷଣ ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଆଗକୁ ଆହୁରି କେତୋଟି ସେବା ମୂଳକ କାର୍ଯ୍ୟକ୍ରମ ପରିଷଦ ଆରମ୍ଭ କରିବ ବୋଲି କହିଥିଲେ। ଏହି ଅବସରରେ ସମାଜସେବୀ ଅମିତା ଆଚାର୍ଯ୍ୟ, ସିଆର୍‌ସିସି ସରୋଜ କୁମାର ଓଝା ଓ ପ୍ରାଧ୍ୟାପିକା ଭାନୁମତୀ ମାଟିଆଙ୍କ ସଂଯୋଜନାରେ କବିତା ପାଠୋତ୍ସବରେ କବି ବାବୁଲାଲ ଦାସ, ମୁକ୍ତିକାନ୍ତ ମଲ୍ଲିକ, ବସନ୍ତ କୁମାର ପାତ୍ର, ଦମୟନ୍ତୀ ନାଥ, ଡ. ଅବନୀ ପ୍ରଧାନ, ବିଜୟ ବହଳୀ, ଅଧିବକ୍ତା ଅଗଣି ଚରଣ ଜେନା, ଅର୍ଜୁନ କୁମାର ବାରିକ, ଗୌରାଙ୍ଗ ଚନ୍ଦ୍ର ବାରିକ, ବିଚିତ୍ରାନନ୍ଦ ଜେନା, ରମେଶ ଚନ୍ଦ୍ର ଦାସ, ଶେଖ୍ ଅବ୍‌ଦୁଲ ଦୟାନ, ମୁସ୍ତାକ ଗହ୍ୱର, ଶିଶୁକବି ଅଂଶୁମାନ ସ୍ୱାଇଁ ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ରଜ ପୋଡ଼ପିଠା, ରଜପାନରେ ସମସ୍ତ ଅତିଥିଙ୍କୁ ରଜ ଉତ୍ସବର ସ୍ୱାଦ ପ୍ରଦାନ କରାଯାଇଥିଲା। ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ସ୍ୱାଗତ ଭାଷଣ ଓ ସହସମ୍ପାଦିକା କବୟିତ୍ରୀ ମମତାରାଣି ଦାଶ୍ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.