Home ଜିଲ୍ଲା ପରିକ୍ରମା ଆମ ମାତୃଭାଷା ପରିଷଦର ଗର୍ଭଣା ସଂକ୍ରାନ୍ତି ଆସର, “ସୁକର୍ମ ସୁପଥ” କବିତା ସଙ୍କଳନ ଉନ୍ମୋଚିତ

ଆମ ମାତୃଭାଷା ପରିଷଦର ଗର୍ଭଣା ସଂକ୍ରାନ୍ତି ଆସର, “ସୁକର୍ମ ସୁପଥ” କବିତା ସଙ୍କଳନ ଉନ୍ମୋଚିତ

24

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ମାତୃଭାଷା ପରିଷଦର ଗର୍ଭଣା ସଂକ୍ରାନ୍ତି ଆସର ସାମରାଇପୁର କଲ୍ୟାଣୀନଗରସ୍ଥିତ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ତଥା କବି ନାରାୟଣ ଚନ୍ଦ୍ର ପାଢ଼ୀଙ୍କ ପୌରହିତ୍ୱରେ ଅଧ୍ୟାପକ ସୁରଞ୍ଜନ ପଣ୍ଡା ଆସରକୁ ଉଦ୍‌ଘାଟନ କରିଥିଲେ। ପ୍ରତିଷ୍ଠାତା ସମ୍ପାଦକ ଡାକ୍ତର ଅନିଲ କୁମାର ଦାଶ ପ୍ରାରମ୍ଭିକ ଭଜନ ଓ ସମ୍ପାଦକୀୟ ପାଠ କରିଥିଲେ। କମି ଉମେଶ ଚନ୍ଦ୍ର ମହାପାତ୍ରଙ୍କ ଲିଖିତ “ସୁକର୍ମ ସୁପଥ” କବିତା ସଙ୍କଳନ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଉକ୍ତ ପୁସ୍ତକକୁ କବୟିତ୍ରୀ ମମତା ରାଣୀ ଦାଶମିଶ୍ର ସମୀକ୍ଷା କରି ପ୍ରାୟ ସମସ୍ତ କବିତା ଜୀବନ ଦର୍ଶନ ଉପରେ ଆଧାରିତ ବୋଲି ମତ ପ୍ରକାଶ କରିଥିଲେ। ଆମ ସାହିତ୍ୟ ଓ ସଂସ୍କୃତିରେ ଦୀପାବଳି ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଶିକ୍ଷାବିତ୍‌, ସମାଜସେବୀ ଓ ସାମ୍ବାଦିକ ରାମନାରାୟଣ ନାୟକ, ମୁଖ୍ୟବକ୍ତା ଶିକ୍ଷୟିତ୍ରୀ କବି ମନୋରମା ଆଚାର୍ଯ୍ୟ, ସମ୍ମାନନୀୟ ଅତିଥି ଅଧ୍ୟକ୍ଷ ନୀହାର ରଞ୍ଜନ କର, ଅଧ୍ୟକ୍ଷ ଡ. ନିତ୍ୟାନନ୍ଦ ମିଶ୍ର, ଶିକ୍ଷାବିତ୍ ସାମ୍ବାଦିକ ଜଗନ୍ନାଥ ନାୟକ, ପ୍ରାକ୍ତନ ଅଧ୍ୟାପକ କମଳାକାନ୍ତ ସ୍ୱାଇଁ, ପ୍ରାକ୍ତନ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା, ସମାଜସେବୀ ଲକ୍ଷ୍ମଣ କୁମାର ମହାନ୍ତି ନାଟ୍ୟଶ୍ରୀ ନିର୍ମଳ ରାଉତ, ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, ପରିଶ ଚନ୍ଦ୍ର ଦାସ ପ୍ରମୁଖ ଦୀପାବଳି ଉତ୍ସବ ଅନ୍ଧାର ଉପରେ ଆଲୋକର ବିଜୟ ତଥା ସମୃଦ୍ଧି ଓ ଆନନ୍ଦର ପର୍ବ, ନୂତନତାର ଉତ୍ସ ଆଣି ଦିଏ ଦୀପାବଳି। ଅଧ୍ୟାପିକା ପ୍ରମୋଦା କୁମାରୀ ପଣ୍ଡା ଓ ବିଜୟଶ୍ରୀ ଗୋକୁଳାନନ୍ଦ ରାଉତଙ୍କ ସଂଯୋଜନାରେ ଆୟୋଜିତ କବିତା ଆସରରେ ବିଜୟ କୁମାର ବହଳୀ, ପଲ୍ଲବୀ ମହାପାତ୍ର, ମନୋରମା ମହାନ୍ତି, ଶ୍ରୀହର୍ଷ ସ୍ୱାଇଁ, ସୁରଞ୍ଜନ ପଣ୍ଡା, ପାଲାଗାୟକ ସୁବାସ ଚନ୍ଦ୍ର ବଳ, ଅଧିବକ୍ତା ମନୋରଞ୍ଜନ ଦାସ, ରମାକାନ୍ତ ପାଳ, ଅଂଶୁମାନ ସ୍ୱାଇଁ, ମୋନାଲିସା ସାହୁ, ଇଂ. ଉତମ ମହାନ୍ତି, ପୀତାମ୍ବର ଦାଶ,ରମେଶ ଚନ୍ଦ୍ର ଦାସ, କୈଳାସ ଚନ୍ଦ୍ର ଦାସ, ବିପ୍ଳବ କୁମାର ହୋତା, ସୁରେଶ କୁମାର ସାହୁ, ସନ୍ତୋଷ ମିଶ୍ର ପ୍ରମୁଖ କବି ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ କବି ସରୋଜିନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.