Home ଜିଲ୍ଲା ପରିକ୍ରମା ଆମେ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଆପଣେଇ ପାରିଲେ ଭାରତ ବିଶ୍ୱଗୁରୁ ମର୍ଯ୍ୟାଦା ପାଇ ପାରିବ

ଆମେ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଆପଣେଇ ପାରିଲେ ଭାରତ ବିଶ୍ୱଗୁରୁ ମର୍ଯ୍ୟାଦା ପାଇ ପାରିବ

3

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ୨୫ତମ ବାର୍ଷିକ ପ୍ରତିଷ୍ଠା ସ୍ମାରକୀ ସମାରୋହ ଓ ନେତଉଡାଣ ଉତ୍ସବର ଅପରାହ୍ନ ଦଧିବେଶନ ଦିବା ୨ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହା ଆଧ୍ୟାତ୍ମିକ ସଭାରେ ସମିିତିର ମୁଖ୍ୟ ପରିଚାଳକ ପ୍ର: ଭାଗୀରଥି ନନ୍ଦର୍ଶମା ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ଡଃ ନନ୍ଦକିଶୋର ସାହୁ, ସମ୍ମାନୀତ ଅତିଥି ଭାବରେ କୃପାସିନ୍ଧୁ ନାୟକ, ଡଃ ଅନିଲ କୁମାର ଦାଶ, ଡଃ କୈଳାସ ଦାସ, ସୁଦର୍ଶନ ପାତ୍ର, ବାବୁଲା ଦାସ, କାହ୍ନୁଚରଣ ଦାସ, ସନାତନ ସାହୁ ପ୍ରମୁଖ ବକ୍ତାକ୍ଷଣ ଯୋଗଦାନ କରି ନିଜ ନିଜ ରଖିଥିଲେ। ଶ୍ରୀଜଗନ୍ନାଥ ସାଂସ୍କୃତିକୁ ଆପଣେଇ ପାରିଲେ ଭାରତ ଦିନେ ନା ଦିନେ ବିଶ୍ୱଗୁରୁର ଅକ୍ଷା ଲାଭ କରିପାରିବ ବୋଲି ଆଶ ରହିଛି। ଧର୍ମକୁ ନା ପସନ୍ଦ କରୁଥିବା ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକରେ ଶ୍ରୀ ଜଗନ୍ନାଥ ମନ୍ଦିର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହା ଓଡ଼ିଶା ପାଇଁ ଏକ ଗର୍ବ ଗୌରବ ବିଷୟ ବୋଲି ବକ୍ତାଗଣ ନିଜବକ୍ତବ୍ୟରେ ସୁଚାଇଥିଲେ। ବୈଠକ ପ୍ରାରମ୍ଭରେ ସୁଶ୍ରୀକଣ୍ଠ ଶିଳ୍ପୀ ଶ୍ରୀମତୀ ଶଶୀକଳା ମିଶ୍ର ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଶଗଣ କରିଥିଲେ। ସହ ଆବାହକ ଶ୍ରୀ ବାବୁଲାଲ ଦାସ ଅତିଥିମାନଙ୍କୁ ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ। ମୁଖ୍ୟ ଅବାହକ ସମିତିର ବିବରଣୀ ପ୍ରଦାନ କରିଥିଲେ। ବୈଠକ ପୂର୍ବରୁ ସାମ୍ବାଦିକ ଶ୍ରୀଯୁକ୍ତ ରବିନାରାୟଣ ମିଶ୍ର, ନିରୁପମା ପଣ୍ଡା ପ୍ରମୁଖ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଶ୍ରଦ୍ଧା ଅର୍ପଣ କରିଥିଲେ। ସମିତିର ବାର୍ଷିକ ମୁଖ୍ୟତ୍ର “ନୀଳକନ୍ଦର” ପ୍ରତିଭାକୁ ମୁଖ୍ୟ ପରିଚାଳକ ପ୍ର. ନନ୍ଦଶର୍ମା ଉନ୍ମୋଚନ କରିଥିଲେ। ସହ ପରିଚାଳକ ଶ୍ରୀ ସୁଦର୍ଶନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.