Home ଜିଲ୍ଲା ପରିକ୍ରମା ଆମେ ଭାରତବାସୀ ସଂଗଠନ ପକ୍ଷରୁ ଭଦ୍ରକ ଟ୍ରେନିଂ ପଡିଆ ଠାରେ ହେବାକୁ ଥିବା ଗଣସମାବେଶ ସ୍ଥଗିତ

ଆମେ ଭାରତବାସୀ ସଂଗଠନ ପକ୍ଷରୁ ଭଦ୍ରକ ଟ୍ରେନିଂ ପଡିଆ ଠାରେ ହେବାକୁ ଥିବା ଗଣସମାବେଶ ସ୍ଥଗିତ

18

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାଶ୍ମୀର ପାହାଲଗାମ ରେ ମୃତକ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ଓ ୱାକଫ ବୋର୍ଡ ସଂଶୋଧନ ଆଇନ ସଂକ୍ରାନ୍ତରେ ଅପ୍ରେଲ ୨୫ ଅପରାହ୍ନ ୪ ଘଟିକା ଭଦ୍ରକ ଟ୍ରେନିଂ ସ୍କୁଲ ପଡିଆ ଠାରେ ହେବାକୁ ଥିବା ଗଣସମାବେଶ କୁ ଭଦ୍ରକ ପୋଲିସ ଅନୁମତି ପ୍ରଦାନ ନକରିବା ଘଟଣାକୁ “ଆମେ ଭାରତବାସୀ” ସଂଗଠନ ଭଦ୍ରକ ଶାଖା ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଜାର ହଜାର ଲୋକଙ୍କୁ ନେଇ ଜନସମାବେଶ କରୁଥିବା ବେଳେ ମୃତ ପର୍ଯ୍ୟଟକ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ଓ ସମ୍ବିଧାନ ବିରୋଧୀ ୱାକଫ ବୋର୍ଡ ସଂଶୋଧନ ଆଇନ ବାତିଲ ଦାବିରେ ଜନସମାବେଶକୁ ଅନୁମତି ନଦେବା ବଡ ଦୁଃଖର ବିଷୟ ବୋଲି ସଂଗଠନ ମତବ୍ୟକ୍ତ କରିଛି । କଙ୍ଗନା ରଣାୟତ ଓ ରାମଦେବ ଙ୍କ ପରି ଲୋକମାନଙ୍କୁ ମୋଦି ସରକାର ଜେଡ ପ୍ଲସ ସୁରକ୍ଷା ଦେଉଥିବା ବେଳେ ୨୦୦୦ ପର୍ଯ୍ୟଟକ ମାନଙ୍କ ପାଇଁ ସୁରକ୍ଷା କର୍ମୀ କାହିଁକି ନଥିଲେ ବୋଲି ସଂଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରାଯାଇଛି । ମୋଦି କ୍ଷମତା କୁ ଆସିବା ପରେ ପଠାନକୋଟ ହାମଲା, ସେନାଘାଟି ଉରି ରେ ହାମଲା, ପୁଲୱାମା ଘଟଣା ଓ ପାହାଲଗାମ ଘଟଣା ନରେନ୍ଦ୍ର ମୋଦି ଙ୍କ ଦୂର୍ବଳ ପ୍ରଧାନମନ୍ତ୍ରୀତ୍ୱକୁ ସୂଚାଉଛି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ଭଦ୍ରକ ସହରରେ ବିଭିନ୍ନ ଗଣସଂଗଠନ ଗୁଡିକୁ ରାଲି ଓ ସମାବେଶ କରିବାକୁ ଅନୁମତି ମିଳୁଥିବାବେଳେ ଆମେ ଭାରତବାସୀ ସଂଗଠନ କୁ ଅନୁମତି ନମିଳିବା ପୋଲିସ ର ପକ୍ଷପାତିତା ନୀତିକୁ ପ୍ରତିଫଳିତ କରୁଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ସମ୍ବିଧାନ ର ୧୯(୧) (ଖ) ରେ ଶାନ୍ତିପୂର୍ଣ୍ଣ ସମାବେଶ ମୌଳିକ ଅଧିକାର ବିଷୟବସ୍ତୁ ହୋଇଥିବା ବେଳେ ଭଦ୍ରକ ପୋଲିସ ସମାବେଶକୁ ଅନୁମତି ପ୍ରଦାନ ନକରିବା ସମ୍ବିଧାନର ପରିପନ୍ଥୀ ବୋଲି ସଂଗଠନର ଯୁଗ୍ମ ଆବାହକ ବିକାଶ ନାଥ , ଅନ୍ୟତମ ଯୁବ ଆବାହକ ଜାହିର ଖାନ୍ ଓ ଅନ୍ୟତମ ସଂଗଠକ ନାସିରୁଦ୍ଦିନ ଖାନ୍ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଆଉ କିଛି ଦିନ ବ୍ୟବଧାନରେ ଏହି କାର୍ଯ୍ୟକ୍ରମ ପୁଣି ଥରେ ଅନୁଷ୍ଠିତ ହେବ ବୋଲି ସଂଗଠକ ମାନେ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.