Home ଜିଲ୍ଲା ପରିକ୍ରମା ‘ଆମେ’ର ଅମାବାସ୍ୟା ଆସର ଓ ସମ୍ବର୍ଦ୍ଧନା ସମାରୋହ

‘ଆମେ’ର ଅମାବାସ୍ୟା ଆସର ଓ ସମ୍ବର୍ଦ୍ଧନା ସମାରୋହ

15

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ସଂଗଂନ ‘ଆମେ’ର ୨୬ତମ ଅମାବାସ୍ୟା ଆସର ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସର ପ୍ରଜ୍ଞାପୀଠ ଠାରେ ପାଳିତ ହୋଇ ଯାଇଛି । ଏହି ସଭାରେ ୨୦୧୯ ଓ ୨୦୨୦ ପାଇଁ ଓଡ଼ିଶା ରାଜ୍ୟ ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଦୁଇ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ନାଟ୍ୟକାର ସୁଧାକର ନନ୍ଦ ଓ ନାଟ୍ୟଶ୍ରୀ ନିର୍ମଳ ଚନ୍ଦ୍ର ରାଉତଙ୍କୁ ‘ଆମେ’ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ଏବଂ ସହିଦ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ନାଟ୍ୟନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି । ମୁଖ୍ୟ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କଥାକାର ଡ. ରାଧାବିନୋଦ ନାୟକ, ସମ୍ମାନିତ ଅତିଥି ଓ ବକ୍ତା ଭାବେ ଲାୟନ୍ସ କ୍ଲବ ସଭାପତି ଅଶୋକ କୁମାର ମହାନ୍ତି ଓ ଡ. ରେଣୁବାଳା ତ୍ରିପାଠୀ ଯୋଗ ଦେଇଥିଲେ । ବେଦପାଠ ପରେ ମଞ୍ଚକୁ ଅତିଥି ନିମନ୍ତ୍ରଣ କରିଥିଲେ ନାଟ୍ୟାଭିନେତା କାଳନ୍ଦୀ ମଲ୍ଲିକ, ଅନୁଷ୍ଠାନର ବିବରଣୀ ଏବଂ ସଭାର ଆଭିମୁଖ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ ପ୍ରତିଷ୍ଠାତା ସମ୍ପାଦକ ପ୍ର. ଅଟଳ ବିହାରୀ ନାୟକ ।

ରାଜ୍ୟ ସଂଗୀତ ନାଟକ ଏକାଡେମୀ ପୁରସ୍କୃତ ଦୁଇ ନାଟ୍ୟକାରଙ୍କ ସାହିତ୍ୟ ଓ ନାଟ୍ୟ କୃତି ଉପରେ ସମୀକ୍ଷା କରିଥିଲେ ନାଟ୍ୟଗୁରୁ ବାଦଲ ସିକ୍‌ଦାର, ସ୍ତମ୍ଭକାର ଡ. ପ୍ରଫୁଲ୍ଲ କୁମାର ସାହୁ, ନାଟ୍ୟକାର ପ୍ର. ଅଟଳ ବିହାରୀ ନାୟକ, ଅନ୍ୟମାନଙ୍କ ମଧ୍ୟରେ ବିଗତବର୍ଷର ରାଜ୍ୟ ଲଳିତକଳା ଏକାଡେମୀ ପୁରସ୍କୃତ ଚିତ୍ରଶିଳ୍ପୀ ଓ କବି ଅଶୋକ ମହାନ୍ତି, ଆଡଭୋକେଟ ସନ୍ତୋଷ ମହାପାତ୍ର, ଶିବ ପ୍ରସାଦ ମହାନ୍ତି, ପ୍ର. ରାଜକିଶୋର ସାହୁ, ପଣ୍ଡିତ ଦୈତାରୀ ମହାପାତ୍ର, ଅଧ୍ୟାପକ ନିହାର ରଂଜନ କର, ପ୍ରେମ ପୃଥିବୀ ପତ୍ରିକାର ମୁଖ୍ୟ ସମ୍ପାଦକ ଶିକ୍ଷାବିତ୍ କୈଳାସ ଚନ୍ଦ୍ର ପଣ୍ଡା, ବିଶ୍ୱମ୍ଭର ପଣ୍ଡା, ସଂଜୀବ କୁମାର ନାୟକ, ଶଶାଙ୍କ ଶେଖର ପଣ୍ଡା, ଡ. ଲକ୍ଷ୍ମୀକାନ୍ତ ନାୟକ, ରମାକାନ୍ତ ପଣ୍ଡା, ରୋଟାରୀ କ୍ଲବ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଆଡଭୋକେଟ ଅସିତ କୁମାର ବେହେରା, ପ୍ରଶାସନିକ ଅଧିକାରୀ ବିଦ୍ୟାଧର ପଲେଇ, ପ୍ରାଧ୍ୟାପିକା ଡ. ମମତା ସାହୁ, ଡ. ରାଧାରାଣି ମହାପାତ୍ର, ଡ. ପ୍ରଭାତ ନଳିନୀ ମହାପାତ୍ର, ପ୍ରାଧ୍ୟାପିକା ଭାନୁମତୀ ମାଟିଆ, କବି ଗୀତାରାଣି ଆଇଚ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷୟତ୍ରୀ କବି ଶକୁନ୍ତଳା ନାୟକ, ଡ ଅବନୀ ପ୍ରଧାନ, କବି ଦିବ୍ୟସିଂହ ଦାସଅଧିକାରୀ, ଯୁବକବି ଅକ୍ଷୟ ଜେନା, ଯୁବ ଗୀତିକାର ଅରୂପାନନ୍ଦ, ଯୁବ ସମାଜସେବୀ ରଜତ କୁମାର ସାହୁ, ଅଧ୍ୟାପିକା ସ୍ୱାଗତିକା ସାହୁ, ଆଡ୍‌ଭୋକେଟ ଅମିଳାବାଳା ଆଚାର୍ଯ୍ୟ, ୟୁଡି ଗ୍ରୁପ୍ ଚେୟରମ୍ୟାନ ଅତୁଲ ନାୟକ, ଶିକ୍ଷକ କବି ରତିକାନ୍ତ ବେହେରା, ପ୍ରାଧ୍ୟାପକ ଗୋପାଳ ଚନ୍ଦ୍ର ବେଜ, ଯନ୍ତ୍ରସଂଗୀତକାର ମେଘବର୍ଣ୍ଣ, ଶିକ୍ଷୟତ୍ରି ତପସ୍ୱିନୀ ଦାସ, ଅଳକାନନ୍ଦା ନାୟକ, ତନୁଶ୍ରୀ ନାୟକ, ମାଧବୀଲତା ନାୟକ, ଛାତ୍ରନେତା ସଞ୍ଜୟ ଚକ୍ରବର୍ତ୍ତୀ, କଳାନିର୍ଦ୍ଦେଶକ ନିରନ ନାୟକ, ପ୍ରାଧ୍ୟାପକ ଡ. ଅଭୟ ଦାସ, ସାମ୍ବାଦିକ ତନୁ ପଣ୍ଡା, କବି ନରେଶ ମଣ୍ଡଳ, ମୌସୁମୀ ମହାନ୍ତି, ବ୍ୟାଙ୍କ ଅଧିକାରୀ ବସନ୍ତ କୁମାର ମହାନ୍ତି, ଶିକ୍ଷାବିତ କୈଳାସ ଚନ୍ଦ୍ର ଜେନା ପ୍ରମୁଖ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ମଞ୍ଚ ପରିଚାଳନା କରିଥିଲେ ଅନୁଷ୍ଠାନର ଉପସଭାପତି ଡାକ୍ତର ରବିନାରାୟଣ ମହାପାତ୍ର ଓ କୋଷାଧ୍ୟକ୍ଷ ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ବାରିକ, ସହଯୋଗ ତପନ କୁମାର ମିଶ୍ର, ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଅମିତ କୁମାର ନାୟକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.